ବଜେଟରେ ବଡ଼ ଘୋଷଣା: ନବମ, ଏକାଦଶ ପିଲାଙ୍କୁ ମିଳିବ ଏତିକି ଟଙ୍କା

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ଏବଂ ଛାତ୍ରକୁ ଗୁରୁତ୍ୱ ଦେଇଛନ୍ତି। ଏଣିକି ସ୍କୁଲରେ ଡ୍ରପ ଆଉଟ ରୋକିବାକୁ ନୂଆ ଯୋଜନା ‘ମାଧୋ ସିଂହ ହାତ ଖର୍ଚ୍ଚ’ ଆରମ୍ଭ କରିଛନ୍ତି ମୋହନ ସରକାର। ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଏସ୍‌ଟି ପିଲାଙ୍କୁ ଟଙ୍କା ମିଳିବ। ଏହି ଯୋଜନାରେ ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।

ଅନ୍ୟପଟେ ଶିକ୍ଷାକ୍ଷେତ୍ର ପାଇଁ ବଜେଟରେ ୩୫ ହଜାର ୫୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସରକାର ଆରମ୍ଭ କରିଛନ୍ତି। ବଜେଟରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

Share