Categories: ବାଣିଜ୍ୟ

ଖିମ୍‌ଜୀ ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୩।୧୧: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ରାଉରକେଲା ଷ୍ଟୋରର ୯ମ ବାର୍ଷିକ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟୋର ପକ୍ଷରୁ ଆକର୍ଷଣୀୟ ରିହାତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଖିମ୍‌ଜୀ ଜୁଏଲର୍ସର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୩୦% ରିହାତି ଦିଆଯାଉଛି।

ସେହିଭଳି ହୀରା ଅଳଙ୍କାର ଉପରେ ଫ୍ଲାଟ୍‌ ୨୦%ର ମନଲୋଭା ଅଫର ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ଏହି ଅଫର ଚଳିତ ବର୍ଷ ନଭେମ୍ବର ୬ ପର୍ଯ୍ୟନ୍ତ କେବଳ ରାଉରକେଲା ଷ୍ଟୋର ପାଇଁ ବୈଧ ରହିଛି। ଏ ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଇସ୍ପାତ ନଗରରେ ସଫଳତାର ୯ମ ବର୍ଷ ପାଳନ କରି ଆମେ ବେଶ୍‌ ଆନନ୍ଦିତ । ଏହି ବର୍ଷଗୁଡିକରେ କ୍ରମାଗତ ଭାବେ ଆମକୁ ବିଶ୍ୱାସକରି ଏବଂ ଏହାକୁ ସମଗ୍ର ରାଉରକେଲାରେ ସବୁଠାରୁ ଅଧିକ ଆଦୃତ ଅଳଙ୍କାର ବ୍ରାଣ୍ଡ୍‌ ଭାବେ ପରିଣତ କରିଥିବାରୁ ଆମର ମୂଲ୍ୟବାନ୍‌ ଗ୍ରାହକଙ୍କ ନିକଟରେ ଆମେ କୃତଜ୍ଞ ବୋଲି ସେ ମତପ୍ରକାଶ କରିଛନ୍ତି।

ସେହିପରି ଏହି ଅଫର ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଭଲ ପାଇବାର ଏକ ପ୍ରତୀକ ଏବଂ ମୁଁ ଆଶା କରୁଛି ଆମ ଗ୍ରାହକମାନେ ନିଶ୍ଚୟ ଏହାର ଲାଭ ଉଠାଇବେ। ଆଗାମୀ ଦିନରେ ଖିମ୍‌ଜୀ ଜୁଏଲର୍ସ ଅଧିକରୁ ଅଧିକ ଗ୍ରାହକମାନଙ୍କୁ ସେବା ଯୋଗାଇ ସେମାନଙ୍କ ସହ ନିଜର ଅଭିବୃଦ୍ଧି ଯାତ୍ରା ଜାରି ରଖିବ। ଉଲ୍ଲେଖଯୋଗ୍ୟ, ୬,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ପ୍ରତିଷ୍ଠିତ ଏହି ଷ୍ଟୋରରେ ଗ୍ରାହକଙ୍କ ପାଇଁ ସୁନା, ହୀରା, ରୁପା ଓ ପ୍ଲାଟିନମ୍‌ ଅଳଙ୍କାର ସହ ଫ୍ୟାଶନ ସାମଗ୍ରୀର ଏକ ବୃହତ୍‌ ସମ୍ଭାର ଉପଲବ୍ଧ। ଏହା ସହ ଷ୍ଟୋରରେ ସାର୍ଟିଫାଏଡ ହୀରା ଏବଂ ୧୦୦% ବିଆଇଏସ୍‌ ହଲ୍‌ମାର୍କ ସୁନା ଅଳଙ୍କାର ସହ ରତ୍ନ, ଉଚ୍ଚମାନର ଘଣ୍ଟା, ଆସେସୋରିଜ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀର ସଂଗ୍ରହ ମଧ୍ୟ ରହିଛି।

Share