ନବମ ଶ୍ରେଣୀ ଛାତ୍ରୀଛାତ୍ର ଘରୁ ଫେରାର ହୋଇ କଲେ ବିବାହ, ଆଉ ତା’ ପରେ…

ଗୁଜୁରାଟର ଛାନିରେ ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରୀଛାତ୍ର ପରସ୍ପରକୁ ଭଲ ପାଉଥିଲେ। ମାତ୍ର କରୋନା କଟକଣା ଲାଗି ସ୍କୁଲ ଖୋଲୁ ନ ଥିବାରୁ ଉଭୟଙ୍କ ଦେଖା ହୋଇ ପାରୁ ନଥିଲା। ଏଭଳି ପରିସ୍ଥିତିରେ ଦୁହେଁଦୁହିଁକୁ ଖୋଜୁଥିଲେ। ପରେ ଉଭୟ ବିବାହ କରିବାକୁ ଘରୁ ପଳାଇବାକୁ ନିଷ୍ପତ୍ତି ନେଇଥିଲେ।

ସେମାନେ ୨୮ ଡିସେମ୍ବରରେ ଘରୁ ପଳାଇବାକୁ ଯୋଜନା କରିଥିଲେ। ପୁଅଟି ତାଙ୍କ ଘରର ମନ୍ଦିରରୁ ୨୫,୦୦୦ ଏବଂ ଝିଅଟି ୫୦୦୦ ଟଙ୍କା ନେଇ ପଳାଇଥିଲେ। ଘରୁ ପଳାଇବା ପରେ ସେମାନେ ରନୋଲି ରେଳ ଷ୍ଟେଶନକୁ ଯାଇଥିଲେ କିନ୍ତୁ ସେଠାରେ କୌଣସି ଟ୍ରେନ ପାଇପାରି ନ ଥିଲେ।

ପରେ ଦୁହେଁ ସାୟାଜିଗଞ୍ଜକୁ ଯାଇ ବାପି ଯିବାକୁ ଏକ ଘରୋଇ ଟ୍ୟାକ୍ସି କରିଥିଲେ। ପିଲାଟି ଏହି ଅଞ୍ଚଳ ବିଷୟରେ ଭଲଭାବେ ଜାଣିଥିଲେ। କାରଣ ପୂର୍ବରୁ ସେ ତାଙ୍କ ଘର ଲୋକଙ୍କ ସହ ଉକ୍ତ ସ୍ଥାନକୁ ଆସିଥିଲେ। ସେଠାରେ ସେମାନେ ୫୦୦ ଟଙ୍କାରେ ଭଡ଼ାଘର ନେଇ ସ୍ବାମୀ-ସ୍ତ୍ରୀଙ୍କ ଭଳି ରହିଲେ। ଯେତେବେଳେ ସେମାନେ ଘରୁ ଆଣିଥିବା ଟଙ୍କା ସରିଗଲା ସେତେବେଳେ ନାବାଳକ ପିଲାଟି ଟଙ୍କା ରୋଜଗାର କରିବା ପାଇଁ ଏକ ପୋଷାକ ଦୋକାନରେ କାମ କଲେ। ସେ ପ୍ରତିଦିନ ୩୬୬ ଟଙ୍କା ଦରମା ଆକାରରେ ପାଇଲେ।

ଅନ୍ୟପକ୍ଷେ ଉଭୟଙ୍କ ପରିବାର ସେମାନଙ୍କୁ ଖୋଜି ଥାନାରେ ମାମଲା ଦେଇଥିଲେ। ପୋଲିସ ସେମାନଙ୍କୁ ପାଇ ନାବାଳିକାଙ୍କ ଡାକ୍ତରମାଇନା କରାଇଥିବା ବେଳେ ନାବାଳକଙ୍କୁ ଅଟକ ରଖିଛି।

Share