ସରକାରୀ ଡାକ୍ତରଖାନାରେ ଏମିତି ଚାଲିଛି ରୋଗୀସେବା: ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଘରୋଇ କ୍ଲିନିକ୍‌ ଯିବା ଲାଗି କହିଲେ ଡାକ୍ତର

ପୁରୀ ଅଫିସ,୧୫।୧୦ : ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କୁ ଜନୈକ ଡାକ୍ତର ଘରୋଇ କ୍ଲିନିକ୍‌ରେ ଚିକିତ୍ସା ଏବଂ ଅଲଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଇଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଗଣମାଧ୍ୟମରେ ଆଗରେ କହିଛନ୍ତି। ଏନେଇ ସିଡିଏମଓ ନୀଳକଣ୍ଠ ମିଶ୍ର କୁହିଛନ୍ତି, ଘଟଣାର ତଦ‘ କରାଯିବ। ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପୁରୀ ସଦର ଖଣ୍ଡିଆବନ୍ଧ ଗ୍ରାମର କୈଳାସ ପ୍ରଧାନଙ୍କ ସ୍ତ୍ରୀ ରୁବିନା ଗର୍ଭବତୀ ଅଛନ୍ତି। ମଙ୍ଗଳବାର ସକାଳେ ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ କୈଳାସ ମେଡିକାଲକୁ ଆଣି ପ୍ରସୂତି ଓ ଶିଶୁଯତ୍ନ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡିକାଲରେ ଅଲଟ୍ରାସାଉଣ୍ଡ ମେସିନ ଖରାପ ଥିବା ଦର୍ଶାଇ ତାଙ୍କୁ ବାହାରେ କରିବାକୁ ପରାମର୍ଶ ଦେଇଥିଲେ। କୌଳାସଙ୍କ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଲଟ୍ରାସାଉଣ୍ଡ କରି ଆଣିଥିଲେ। ପରେ ରୁବିନାଙ୍କ ଦେହ ଭୀଷଣ ଖରାପ ରହିଥିବା ଏବଂ ଏଠାରେ କୌଣସି ସୁବିଧା ନାହିଁ, ଏକ ଘରୋଇ କ୍ଲିନିକ୍‌ ନେବା ଲାଗି ପରାମର୍ଶ ଦେଇଥିଲେ। ଏନେଇ ଏମସିଏଚରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସଂପୃକ୍ତ ରୋଗୀଙ୍କ ସମ୍ପର୍କୀୟ ସମେତ ଅନ୍ୟ ରୋଗୀମାନେ ଏହାର ବିରୋଧ କରିଥିଲେ। ଖବରପାଇ ଗଣମାଧ୍ୟମ ପହଞ୍ଚିବା ପରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସା ସୁବିଧା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri