Posted inଖେଳ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ପ୍ରବୀଣ ଲୋହା ନୂଆମୁହଁ: ବିପ୍ଳବଙ୍କ ପ୍ରତ୍ୟାବର୍ତ୍ତନ, ଗୋବିନ୍ଦ ଅଧିନାୟକ

କଟକ ଅଫିସ,୩୧ା୧୦-  ଆସନ୍ତା ନଭେମ୍ବର ୮ରୁ ଆରମ୍ଭ ହେବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଘରୋଇ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟ। ଓଡ଼ିଶା ଗ୍ରୁପ-ଇରେ ସ୍ଥାନ ପାଇଥିବା ବେଳେ ସୁରଟରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ବୁଧବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଦଳ ଘୋଷଣା କରାଯାଇଛି। ଦଳର ଅଧିନାୟକ ଦାୟିତ୍ୱକୁ ଫେରିଛନ୍ତି ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର। ଉଇକେଟ କିପର ବ୍ୟାଟ୍ସମ୍ୟାନ ପ୍ରବୀଣ ଲୋହାଙ୍କୁ ନୂଆ ମୁହଁ ଭାବେ ଦଳରେ ସାମିଲ କରାଯାଇଛି। ଧଳା ବଲରେ ପ୍ରଦର୍ଶନକୁ ଭିତ୍ତିକରି ଦଳ ଗଠନ ହୋଇଛି ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଏହି ଭିତ୍ତିରେ ବାଦ ପଡ଼ିଛନ୍ତି ଅନୁରାଗ ଷଡ଼ଙ୍ଗୀ। ଅନୁରାଗଙ୍କ ପ୍ରଦର୍ଶନ ଆଶାନୁରୂପ ଭଲ ନାହିଁ ବୋଲି ଚୟନ କମିଟି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି କହିଛନ୍ତି । ଉଇକେଟ କିପର ତଥା ଧୁଆଁଧାର ବ୍ୟାଟ୍ସମ୍ୟାନ ରାଜେଶ ଧୂପରଙ୍କୁ ପୁର୍ନବାର ଦଳରେ ସାମିଲ କରାଯାଇଛି । ଶୁଭ୍ରାଂଶୁ ଶେଖର ସେନାପତିଙ୍କୁ ଉପଅଧିନାୟକ ଦାୟିତ୍ୱରେ ରଖାଯାଇଛି । ଏହାଛଡ଼ା ଗତ ବିଜୟ ହଜାରେ ଟ୍ରଫିରେ ଦଳରୁ ବାଦ ପଡ଼ିଥିବା ବିପ୍ଳବ ସାମନ୍ତରାୟ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅଙ୍କିତ ଯାଦବ, ସନ୍ଦୀପ ପଟ୍ଟନାୟକ, ଅଭିଷେକ ରାଉତ, ଅରବିନ୍ଦ ସିଂ ସ୍ଥାନ ବଜାୟ ରଖିଛନ୍ତି । ସ୍ପିନ ବୋଲିଂ ଦାୟିତ୍ୱ ପପୁ ରାୟ ଓ ଶୁଭମ ନାୟକଙ୍କ ଉପରେ ଥିବା ବେଳେ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ଆଶୁତୋଷ ଦାସ ପେସ୍‌ ଆକ୍ରମଣ ସମ୍ଭାଳିବେ। ଦଳ ଭଲ ପ୍ରଦର୍ଶନ କରିବାର ଆଶା ରହିଛି ବୋଲି ଚୟନ କମିଟି ଅଧ୍ୟକ୍ଷ ମହାନ୍ତି କହିଛନ୍ତି ।
ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର(ଅଧିନାୟକ), ଶୁଭ୍ରାଂଶୁ ଶେଖର ସେନାପତି (ଉପଅଧିନାୟକ), ବିପ୍ଳବ ସାମନ୍ତରାୟ, ଅରବିନ୍ଦ ସିଂ, ଅଭିଷେକ ରାଉତ, ସନ୍ଦୀପ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ଅଙ୍କିତ ଯାଦବ, ପପୁ ରାୟ, ପ୍ରବୀଣ ଲୋହା(ଉଇକେଟ କିପର), ରାଜେଶ ଧୂପର(ଉଇକେଟ କିପର), ଶୁଭମ ନାୟକ, ଆଶୁତୋଷ ଦାସ । ରଶ୍ମୀ ରଞ୍ଜନ ପରିଡ଼ା-କୋଚ୍‌, ଶୁଭକାନ୍ତ ସାହୁ-ଫିଜିଓ, ମନୋଜ କୁମାର ବିଶ୍ୱାଳ-ଟ୍ରେନର, ସଂଗ୍ରାମ କୁମାର ଗୁମାନ ସିଂ-ମ୍ୟାନେଜର ।

ଓଡ଼ିଶାର ମ୍ୟାଚ୍‌ସୂଚୀ
ତାରିଖ             ବିପକ୍ଷ
ନଭେମ୍ବର ୮    ଝାଡ଼ଖଣ୍ଡ
ନଭେମ୍ବର ୯     ଦିଲ୍ଲୀ
ନଭେମ୍ବର ୧୧  ସିକିମ୍‌
ନଭେମ୍ବର ୧୨  ଜମ୍ମୁ-କଶ୍ମୀର
ନଭେମ୍ବର ୧୪ ସୌରାଷ୍ଟ୍ର
ନଭେମ୍ବର ୧୫ ଗୁଜୁରାଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri