ଥଇଥାନ ଦାବିରେ ମାଛ, ମାଂସ ବିକ୍ରେତା ସଂଘର ଆନ୍ଦୋଳନ ଧମକ: ସୋମବାରଠାରୁ ଦୋକାନ ବନ୍ଦ ନିଷ୍ପତ୍ତି

ପାଲଲହଡା,୨୦।୧୧(ଡି.ଏନ.ଏ.)-ଥଇଥାନ ଦାବିରେ ପାଲଲହଡା ସଦର ମହକୁମାସ୍ଥିତ ମାଛ, ମାଂସ ବିକ୍ରେତା ସଂଘ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଛି। ଆସନ୍ତା ସୋମବାରଠାରୁ ସଦର ମହକୁମାଠାରେ ଥିବା ସମସ୍ତ ମାଛ, ମାଂସ ଦୋକାନକୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ମଙ୍ଗଳବାର ସ୍ଥାନୀୟ ପ୍ରଶାସନ ଏବଂ ବିକ୍ରେତା ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ବହୁ ବର୍ଷରୁ ସ୍ଥାନୀୟ ବଜାର ନିକଟରେ ଦେବୋତ୍ତର ସ୍ଥାନରେ ଥିବା ମାଛ, ମାଂସ ମାର୍କେଟକୁ କିଛିଦିନ ତଳେ ପ୍ରଶାସନ ବେଆଇନ ଦର୍ଶାଇ ଉଚ୍ଛେଦ କରିଥିଲା। ପରେ କିଛି ବ୍ୟବସାୟୀ ନୂତନ ବାଇପାସ ନିକଟକୁ ଉଠିଯାଇଥିବାବେଳେ ଆଉ କେତେଜଣ ବିଭିନ୍ନ ଗଳିକନ୍ଦିରେ ଅସ୍ଥାୟୀ ଦୋକାନ ଖୋଲି ବେପାର କରୁଥିଲେ। ତେବେ ପ୍ରଶାସନ ସେହି ଦୋକାନଗୁଡିକୁ ମଧ୍ୟ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛି। ଏହାକୁ ନେଇ ବିକ୍ରେତା ସଂଘ ଏବଂ ପ୍ରଶାସନ ମଧ୍ୟରେ ମଙ୍ଗଳବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ବୈଠକ ବସିଥିଲା। ଏଥିରେ ସମସ୍ତ ବ୍ୟବସାୟୀ ସ୍ଥାନୀୟ ସାପ୍ତାହିକ ହାଟ ନିକଟରେ ଦୋକାନ ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ସେଠାରେ ପାଣି ଏବଂ ବିଦ୍ୟୁତ୍‌ର ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଦୋକାନ ଖୋଲା ଯାଇପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ପ୍ରଶାସନ ଏବଂ ବିକ୍ରେତା ସଂଘ ନିଜ ନିଜ ଜିଦରେ ଅଟଳ ରହିବା ଫଳରେ ଆଲୋଚନା ବିଫଳ ହୋଇଥିଲା। ଏହାର ପ୍ରତିବାଦରେ ଆସନ୍ତା ସୋମବାର ଠାରୁ ଦୋକାନ ବନ୍ଦ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଅନ୍ୟପଟେ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଥିବାବେଳେ ଦୋକାନୀମାନଙ୍କୁ ଆଗାମୀ ଦିନରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ବୈଠକରେ ତହସିଲଦାର ସ୍ବାଗତ ଦାସ, ସରପଞ୍ଚ ନିରୁପମା ବୋଷଙ୍କ ସହ ବିକ୍ରେତା ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri