ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା;ଆଜି ଅଂଶୀଦାରଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୬-୧୨: ଆର୍ଥତ୍କ ବର୍ଷ ୨୦୨୦-୨୧ର ସାଧାରଣ ବଜେଟ ଲାଗି ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେଉଛି। ଏଥିଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅଂଶୀଦାରଙ୍କୁ ଭେଟିବେ। ଏହା ମଧ୍ୟରେ ଶିଳ୍ପ ସଂଘ, କୃଷକଙ୍କ ସଂଘ ଏବଂ ଅର୍ଥନୀତିଜ୍ଞମାନେ ରହିଛନ୍ତି। ଏମାନଙ୍କ ସହ ଅର୍ଥମନ୍ତ୍ରୀ ଭେଟିବା ସହ ଦେଶର ବିକାଶ ହାର ଏବଂ ଚାହିଦା ବୃଦ୍ଧି ଲାଗି ପରାମର୍ଶ ଗ୍ରହଣ କରିବେ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟକୁ ଚଳିତ ବର୍ଷ ଫେବୃୟାରୀ ପହିଲାରେ ସୀତାରାମନ ଉପସ୍ଥାପନ କରିବେ। ଅଂଶୀଦାରଙ୍କ ସହ ଏହି ପରାମର୍ଶ ପ୍ରକ୍ରିୟା ଚଳିତ ମାସ ୨୩ ତାରିଖ ଯାଏ ଚାଲିବ।
୨୦୧୯-୨୦ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସରକାରଙ୍କ ପ୍ରମୁଖ ପ୍ରସଙ୍ଗ ରହିବ ବୋଲି କୁହାଯାଉଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ମୁତାବକ ସୀତାରାମନ ସୋମବାର ସକାଳେ ଗ୍ରୁପ ଅଫ୍‌ ନିୟୁ ଇକୋନୋମି: ଷ୍ଟାର୍ଟ ଅପ, ଫିନଟେକ ଏବଂ ଡିଜିଟାଲ ସେକ୍ଟରକୁ ଭେଟିବେ। ଏହି ଦିନ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥତ୍କ କ୍ଷେତ୍ର ଏବଂ ପୁଞ୍ଜି ବଜାର ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ଧାର୍ଯ୍ୟ ହୋଇଛି। ଦେଶ ମଧ୍ୟରେ ବାଣିଜ୍ୟ ସୁଗମତା, ନିୟାମକ ପରିବେଶ, ଘରୋଇ ନିବେଶ ଉପରେ ପ୍ରଭାବ, ରପ୍ତାନି ପ୍ରତିଦ୍ୱନ୍ଦ୍ୱିତା, ପେମେଣ୍ଟ ପ୍ରଦାନରେ ବିଳମ୍ବ ଏବଂ ଚୁକ୍ତି କାର୍ଯ୍ୟକାରିତା କ୍ଷେତ୍ରରେ ସରକାରଙ୍କ ଭୂମିକା ଘରୋଇ ନିବେଶକୁ ପୁନର୍ଜୀବିତ କରିବା ଭଳି ପ୍ରସଙ୍ଗ ଉପରେ ସରକାର ପରାମର୍ଶ ଲୋଡିଥିବା ଶିଳ୍ପଜଗତ ପକ୍ଷରୁ ସୂଚନା ରହିଛି।
ଶିଳ୍ପ ସଂଘଗୁଡିକୁ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ ଭେଟି ପାରନ୍ତି ବୋଲି କୁହାଯାଇଛି। ସରକାର ବର୍ତ୍ତମାନ ଯାଏ କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ବ୍ୟକ୍ତିଗତ ଆୟକର ଢାଞ୍ଚାରେ ପରିବର୍ତ୍ତନ ସହ ବେତନଭୋଗୀଙ୍କ ଲାଗି ଖୁସି ଖବର ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ସାମଗ୍ରୀ ଏବଂ ସେବା ଚାହିଦା ବଢାଇବା ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସ ମୁକ୍ତ କରିବା ଲାଗି ସରକାରଙ୍କ ନିକଟରେ ଶିଳ୍ପସଂଘଗୁଡିକ ଦାବି ରଖିଛନ୍ତି। ବର୍ତ୍ତମାନ ଏହି ସୀମା ୨.୫ ଲକ୍ଷ ଟଙ୍କା ରହିଛି। ଆୟକର ଆଇନ ୮୦ସି ଅନୁସାରେ ମୋଟ ଡିଡକସନ ଲିମିଟ୍‌ ୧.୫ ଲକ୍ଷ ଟଙ୍କାରୁ ଅନ୍ତତଃ ୩ ଲକ୍ଷ ଟଙ୍କାକୁ ବଢାଇବାକୁ ମଧ୍ୟ ଦାବି କରାଯାଇଛି। ବ୍ୟକ୍ତିଗତ ଟିକସଦାତାଙ୍କ ନିବେଶ ଏବଂ ଟିକସ ସଞ୍ଚୟ ଦିଗରେ ଏହା କାର୍ଯ୍ୟ କରିବ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବଜେଟ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ସେମାନଙ୍କ ଯୋଜନା ଖର୍ଚ୍ଚ ନେଇ ପ୍ରସ୍ତୁତି କରୁଛନ୍ତି। ବଜେଟର ରୂପରେଖ କଣ ରହିଛି ତାକୁ ବଜାର ବିଶେଷଜ୍ଞ ମାନେ ଅପେକ୍ଷା କରି ରହିଛନ୍ତି। ବିଶେଷ କରି ବିତ୍ତୀୟ ନିୟଣ୍ଟ ଉପରେ ସମସ୍ତଙ୍କ ନଜର ରହିଥିବା ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri