Posted inଜାତୀୟ

୯୦ ବର୍ଷରେ ଡେକାନ୍‌ କୁଇନ୍‌

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ିକୁ ଶନିବାର ୯୦ ବର୍ଷ ରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ କରିଥିଲା। ୮୯ ବର୍ଷର ଐତିହାସକ ଯାତ୍ରା ସମ୍ପନ୍ନ କରି ଏବେ ଏହା ୯୦ ବର୍ଷ ଛୁଇଁଛି। ଏହା ସେତେବେଳେର ସବୁଠାରୁ ବିଳାସପୂର୍ଣ୍ଣ ରେଳଗାଡ଼ିଥିଲା। ପ୍ରଥମେ ଏଥିରେ ୭ଟି କୋଚ୍‌କୁ ସାମିଲ୍‌ କରାଯାଇଥିଲା। ଏହାକୁ ଜିଆଇପି ରେଲଓ୍ବେର ମଣ୍ଟୁଗାଁ ଓ୍ବାର୍କଶପ୍‌ରେ ନିର୍ମାଣ କରାଯାଇଥିଲା। ପ୍ରଥମେ ଡେକାନ୍‌ କୁଇନ୍‌ରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସୁବିଧା ଥିଲା। ପରେ ୧୯୪୯ ଜାନୁୟାରୀ ୧ରେ ପ୍ରଥମଶ୍ରେଣୀକୁ ବନ୍ଦ କରାଯାଇ ଏହାର ଦ୍ୱିତୀୟ ଶ୍ରେଣୀକୁ ରି ଡିଜାଇନିଂ କରାଯାଇଥିଲା। ୧୯୫୫ ଜୁନ୍‌ରେ ଏଥିରେ ତୃତୀୟ ଶ୍ରେଣୀକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୧୯୬୬ରେ ,ହାର କୋଚ୍‌କୁ ପୁଣିଥରେ ନିର୍ମାଣ କରାଯାଇଥିଲା। ୧୯୭୪ ଏପ୍ରିଲ୍‌ରେ ଏହାର ଦ୍ୱିତୀୟ ଶ୍ରେଣୀର ରିଡିଜାଇନିଂ ହୋଇଥିଲା। ପରବର୍ତ୍ତୀ ସମୟରେ ,ହାର କୋଚ୍‌ ସଂଖ୍ୟା ୧୭କୁ ବୃଦ୍ଧି କରାଯାଇଥିଲା। ୧୯୯୫ଠାରୁ ଏଥିରେ ୫ ଏସି ଚେୟାର ପ୍ରଥମ ଶ୍ରେଣୀ ସୁବିଧା, ୧୦ ଦ୍ୱିତୀୟ ଶ୍ରେଣୀ ଚେୟାରକୁ ସାମିଲ୍‌ କରାଯିବା ସହିତ ସିଟ୍‌ ସଂଖ୍ୟା ୧୪୧୭କୁ ବଢ଼ାଯାଇଥିଲା। ପୂର୍ବରୁ ଏହା ୧୨୩୨ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri