ବାଇକ୍‌ ମୁହଁ।ମୁହିଁ ପରେ ବସ୍‌ରେ ପିଟିହେଲା, ୨ ମୃତ

ଦିଗପହଣ୍ଡି(ଡି.ଏନ.ଏ.)/ପାଟପୁର,୨୫ା୧- ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ. ରାଜ୍ୟ ରାଜପଥର କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ସମ୍ମୁଖ ମୁଖ୍ୟ ରାସ୍ତାରେ ଶୁକ୍ରବାର ସକାଳ ପ୍ରାୟ ସାଢେ ୮ଟାରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହଁାମୁହିଁ ଧକ୍କା ହେବାପରେ ଆରୋହୀମାନେ ସେହି ରାସ୍ତାଦେଇ ଆସୁଥିବା ଏକ ମିନିବସ୍‌ରେ ପିଟି ହୋଇଥିଲେ। ଏଥିରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଜପତି ଜିଲା ଚନ୍ଦ୍ରଗିରି ଗ୍ରାମ ପାତ୍ରସାହିର ଚନ୍ଦନ ଘଡେଇ ଓ ରାଉତ ସାହିର ହିମାଂଶୁ ପ୍ରଧାନ। ଆହତମାନେ ହେଲେ ପାଟପୁର ଥାନା କେ. ନୂଆଗଡ ଗ୍ରାମର ଗଞ୍ଜୁ ମଣ୍ଡଳ ଓ ଦିଲୀପ ଶବର। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ସକାଳୁ ଏକ ବାଇକରେ ଚନ୍ଦନ ଓ ହିମାଂଶୁ ବ୍ରହ୍ମପୁରରୁ କାମ ସାରି ଚନ୍ଦ୍ରଗିରି ଫେରୁଥିଲେ। ବିପରୀତ ଦିଗ ପୋଡାମାରି ଗ୍ରାମରୁ ହିଞ୍ଜିଳକାଟୁ ଅଭିମୁଖେ ଆସୁଥିଲା ମହାବୀର ନାମକ ଘରୋଇ ଯାତ୍ରୀବାହୀ ମିନିବସ (ନଂ.ଓଆର୦୭-୫୨୧୫)। ଏହା ପଛରେ ଅନ୍ୟ ଏକ ବାଇକରେ ଗଞ୍ଜୁ ଓ ଦିଲୀପ ଆସୁଥିଲେ। କଂସାମାରି-ଧର୍ମପୁର ମଧ୍ୟବର୍ତ୍ତୀ ଶ୍ମଶାନ ରାସ୍ତା ନିକଟରେ ଗଞ୍ଜୁ ଓ ଦିଲୀପ ବସ୍‌କୁ ଓଭରଟେକ୍‌ କଲାବେଳେ ଦୁଇ ବାଇକ ମଧ୍ୟରେ ମୁହଁାମୁହିଁ ହୋଇଥିଲା। ଭାରସାମ୍ୟ ହରାଇ ୨ ବାଇକ୍‌ ଦ୍ରୁତ ଗତିରେ ଆସୁଥିବା ମିନିବସ୍‌ରେ ପିଟି ହୋଇଯାଇଥିଲା। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନ୍ୟମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ହିମାଂଶୁଙ୍କର ମୃତ୍ୟୁ ହୋଇଥିଲା। ପାଟପୁର ପୋଲିସ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି। ନଂ.୧୩/୨୦ରେ ଏକ ମାମଲା ରୁଜୁକରି ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି। ମିନି ବସ ଚାଳକ ଫେରାର ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri