ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ମୁମ୍ବାଇ,୨୧ା୪: ସରକାରୀ ଖର୍ଚ୍ଚରେ ସୁପ୍ତତା ଏବଂ ନିର୍ବାଚନ ସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧି ଯୋଗୁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ଅଭାବ ଦେଖାଦେଇଛି। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନଗଦ ଅଭାବ ରହିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ରେକର୍ଡ ପୁଞ୍ଜି ଯୋଗାଣ, ସୁଧହାର ହ୍ରାସ ଭଳି ପଦକ୍ଷେପର ପ୍ରଭାବ କମ୍‌ ହୋଇଛି। ଏହି ସମୟରେ ନଗଦ ଅଭାବ ହାର ସାମାନ୍ୟ ଅବସ୍ଥାରେ ରହୁଥିବା ବେଳେ ଚଳିତ ବର୍ଷ ଟିକିଏ ଅଧିକ ରହିଥିବା ଆକ୍ସିସ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ସୌଗତ ଚାଟାର୍ଜୀ କହିଛନ୍ତି। ସରକାରୀ ଖର୍ଚ୍ଚ କମିବାରୁ ଆରବିଆଇ ନିକଟରେ ବର୍ତ୍ତମାନ ସରକାରଙ୍କ ଅଧିକ ବାଲାନ୍ସ ରହିଛି। ସେହିଭଳି ଉଚ୍ଚ ହାରରେ ଉଠାଣ, ବିଦେଶୀ ମୁଦ୍ରା ଆଗମନରେ ଦୁର୍ବଳ ଅବସ୍ଥା, ଉଚ୍ଚ କ୍ୟାଶ ରିଜର୍ଭ ରେସିଓ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଚାଟାର୍ଜୀ କହିଛନ୍ତି।

ବ୍ଲୂମବର୍ଗ ଇଣ୍ଡିଆ ବ୍ୟାଙ୍କିଙ୍ଗ୍‌ ଲିକ୍ୟୁଇଡ ଗଜ୍‌ ଡାଟା ମୁତାବକ ଏପ୍ରିଲ ୩ରେ ନଗଦ ଅଭାବ ୩୧,୩୯୬ କୋଟି ଟଙ୍କା ଥିବା ବେଳେ ଏପ୍ରିଲ ୧୬ରେ ଏହା ୭୦,୨୬୬ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ବିମୁଦ୍ରୀକରଣ ସତ୍ତ୍ୱେ ଏହି ଅବଧିରେ ସିଷ୍ଟମରେ ୩୩,୪୦୦ କୋଟି ଏବଂ ୮୬,୬୦୦ କୋଟି ଟଙ୍କାର ବଳକା କ୍ୟାଶ ରହିଥିଲା। ଏପ୍ରିଲରେ ସରକାରଙ୍କ ଅପ୍ରତ୍ୟାଶିତ ଖର୍ଚ୍ଚ ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୋଟାକ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଅର୍ଥନୀତିଜ୍ଞ ଉପାସନା ଭରଦ୍ୱାଜ ସୂଚନା ଦେଇଛନ୍ତି। ନଗଦ ଅଭାବ ଜନିତ ସ୍ଥିତି ଯୋଗୁ ମୁଦ୍ରାନୀତି ପ୍ରଭାବିତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି।

ଏପ୍ରିଲ ୧୬ ସୁଦ୍ଧା ସରକାରଙ୍କ ନିକଟରେ ୪୭,୩୩୩ କୋଟି ଟଙ୍କାର ବଳକା ନଗଦ ଅର୍ଥ ରହିଛି। ଗତ ବର୍ଷ ସମାନ ସମୟ ଅବଧିରେ ଏହି ପରିମାଣ ଶୂନ ରହିଥିଲା। ଚଳିତ ମାସ ଶେଷ ଆଡକୁ ଜିଏସ୍‌ଟି ଆଦାୟ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ନଗଦ ଅଭାବ ଏବଂ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ନ ହେବା ଯୋଗୁ ଏହା ବଳକା ନଗଦକୁ ଆହୁରି ବୃଦ୍ଧି କରିବ। ଏପ୍ରିଲ ଶେଷ ବେଳକୁ ବ୍ୟବସ୍ଥାରେ ନଗଦ ଅଭାବ ୧ ଲକ୍ଷ କୋଟି ଟଙ୍କା ଟପିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

୨୦୧୮-୧୯ ଆର୍ଥତ୍କ ବର୍ଷରେ ରିଜର୍ଭ ବ୍ୟାଙ୍କ ୨.୯୮ ଲକ୍ଷ କୋଟି ଟଙ୍କାର ନଗଦ ବଜାରକୁ ଛାଡିଥିଲା। ମାର୍ଚ୍ଚରେ ୩୪,୫୦୦ କୋଟି ଟଙ୍କାର ଡଲାର ସ୍ବାପ ଅକ୍ସନ କରିଛି। ଚଳିତ ସପ୍ତାହରେ ଏଭଳି ଆଉ ଏକ ଅକ୍ସନ ଆରବିଆଇ କରିଥିଲା। ଟର୍ମ ରେପୋ ଦ୍ୱାରା ଆରବିଆଇ ଅର୍ଥ ବ୍ୟବସ୍ଥାରେ ନଗଦ ଛାଡିପାରେ ବୋଲି ଇଣ୍ଡିଆ ରେଟିଂର ସହଯୋଗୀ ନିର୍ଦ୍ଦେଶକ ସୌମ୍ୟଜିତ ନିୟୋଗୀ କହିଛନ୍ତି। ନିର୍ବାଚନ ପରେ ସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶା କରାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଣ୍ଡ ନିଲାମ ଏହି ନଗଦ ଅଭାବ ସ୍ଥିତିକୁ ଆହୁରି ପ୍ରଭାବିତ କରିପାରେ ବୋଲି ନିୟୋଗୀ କହିଛନ୍ତି। ସରକାରଙ୍କ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ନଗଦ ସ୍ଥିତିରେ ଉନ୍ନତି ଆଣିବ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri