ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ,୩୧।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କରାଯିବା ସହ ବ୍ଲିଚିଂ ପକାଯାଇ ଜଳକୁ ବିଶୋଧନ କରାଯାଇଛି। ପୁଷ୍କରିଣୀର ପାର୍ଶ୍ୱ ଅଞ୍ଚଳ ଓ ଲାଇଟ ହାଉସ ସମ୍ମୁଖରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୨୦ଟି ଅସ୍ଥାୟୀ ପାଇଖାନା ନିର୍ମାଣ କାଯର୍‌ୟ ଶେଷ ହୋଇଥିବା ବେଳେ ଦୁଇଟି ମୋବାଇଲ ପାଇଖାନାର ବ୍ୟବସ୍ଥା କରାଯାଇଛି। ପୁଷ୍କରିଣୀର ଚତୁଃପାର୍ଶ୍ୱରେ ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ସେହିପରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ପାଇଁ ମେଳା ପଡିଆରେ ୬୦ଟି ଅସ୍ଥାୟୀ ଷ୍ଟାଣ୍ଡ ପଏଣ୍ଟ ସହ ୫ଟି ଟ୍ୟାଙ୍କରର ବ୍ୟବସ୍ଥା ହୋଇଛି। କୋଣାର୍କ ଏନ୍‌ଏସି ପକ୍ଷରୁ ଚନ୍ଦ୍ରଭାଗା ବଜାର, ମେଳାପଡିଆ, ଚନ୍ଦ୍ରଭାଗା ତେଲୁଗୁ ବସ୍ତି ରାସ୍ତା, କୋଣାର୍କ ଚନ୍ଦ୍ରଭାଗା ରାସ୍ତା, କୋଣାର୍କ ରାମଚଣ୍ଡୀ ରାସ୍ତା ଓ ତୀର୍ଥ ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଆଲୋକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ନିମନ୍ତେ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ମାଟିହାଣ୍ଡି ବ୍ୟବସାୟୀମାନେ ମେଳାପଡିଆରେ ପସରା ମେଲାଇଥିବା ଦେଖିବାକୁ ମିଳିଛି ା ମେଳାପଡିଆଠାରେ ୫ଟି ଓ୍ବାଚ ଟାଓ୍ବାର ନିର୍ମାଣ କରାଯାଇ ଅପରାଧ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଭାଗା ସମୁଦ୍ରକୂଳରେ ଅଗ୍ନିଶମ ବିଭାଗ ପକ୍ଷରୁ ୨୦ଜଣ ଲାଇଫ ଗାର୍ଡ ସହ ଆବଶ୍ୟକ ଜରୁରୀ ସାମଗ୍ରୀର ବ୍ୟବସ୍ଥା ହୋଇଛି ା ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ କୋଣାର୍କ କଲେଜ, ମ୍ୟୁଜିୟମ ପାର୍କିଂ, ବାଣପଦା ରୋଡ, ଆଇଏଫଏସ ପାର୍କିଂ ଏବଂ ହେଲିପ୍ୟାଡଠାରେ ଦୁଇଚକିଆ ଓ ଚାରିଚକିଆ ଯାନର ପାର୍କିଂ ବ୍ୟବସ୍ଥା କରାଯାଇଛି। କୋଣାର୍କ ଏନ୍‌ଏସି ସ୍ବେଚ୍ଛାସେବୀ ସମନ୍ବୟ ସମିତି ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କୁ ଶ୍ରଦ୍ଧାଳୁଙ୍କ ସେବା କାର୍ଯ୍ୟ, ଟ୍ରାଫିକ ନିୟନ୍ତ୍ରଣ, ରନ୍ଧା ଖାଦ୍ୟ ବଣ୍ଟନ ଓ ମେଳାପଡିଆରେ ପଲିଥିନ ବ୍ୟବହାର ନିିଷେଧ ଉପରେ ଦୃଷ୍ଟି ରଖିବା ପାଇଁ ନିୟୋଜିତ କରାଯିବାର ବ୍ୟବସ୍ଥା ହୋଇଛି ା ମାଘ ଷଷ୍ଠୀ ରାତି ୯ଟାରେ ମାଧିପୁର ଗ୍ରାମର ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁର ଗ୍ରାମର ଐଶାନେଶ୍ୱର ମହାଦେବ ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବ ନିଜ ନିଜ ପୀଠରୁ ବିମାନ ଯୋଗେ କୋଣାର୍କ ଏନ୍‌ଏସି କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ରାତ୍ର ୧୨ଟା ରେ ଏନ୍‌ଏସି ଭୋଗ ମଣ୍ଡପରେ ସାମୁହିକ ପୂଜାର୍ଚ୍ଚନା ଓ ଭୋଗଲାଗି କରାଯିବାର ବ୍ୟବସ୍ଥା କରାଯାଇଛି। ତିନି ଠାକୁର କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ ପୂର୍ତ୍ତ ବିଭାଗ ଠାରେ ଚାଚେରୀ ଭୋଗ ଲାଗି ପରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ସ୍ନାନ ମଣ୍ଡପ ଅଭିମୁଖେ ଯାତ୍ରା କରିବେ। ସେଠାରେ ନୀତି ଅନୁଯାୟୀ ତୀର୍ଥରୁ ଜଳ ଆଣିବା ପରେ ତିନି ଠାକୁରଙ୍କ ପୂଜାର୍ଚ୍ଚନା କାର୍ଯ୍ୟ ଅନୁଷ୍ଠିତ ହେବ। ଠାକୁରଙ୍କ ପୂଜାର୍ଚ୍ଚନା ସରିବା ପରେ ସାଧୁସନ୍ଥଙ୍କ ଦ୍ୱାରା ସମୁଦ୍ର ଆଳତି କାର୍ଯ୍ୟକ୍ରମ ଓ ଶନିବାର ଭୋର ୪ଟା ରେ ଶ୍ରଦ୍ଧାଳୁମାନେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ବୁଡ଼ ପକାଇବେ। ଏହି ମେଳା ନିମନ୍ତେ ପୁରୀ ଏସ୍‌ପି ଡ. ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ୨୮ପ୍ଳାଟୁନ ପୋଲିସ ଫୋର୍ସ, ୪ଜଣ ଅତିରିକ୍ତ ଏସ୍‌ପି, ୨୫ଜଣ ଆଇଆଇସି, ୮ଜଣ ଡିଏସ୍‌ପି ଓ ୧୦୦ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ସାଦା ପୋଷାକଧାରୀ ପୋଲିସ, ବୋମା ନିଷ୍କ୍ରିୟ କାରୀ ଦଳ ମୁତୟନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri