ଓ୍ବାଟର ପ୍ୟୁରିଫାୟର ବଜାର ଅଂଶ ଦୃଢ଼ କରିବ ହାଭେଲ୍ସ

ଭୁବନେଶ୍ୱର,୧୪|୨ – ପ୍ରମୁଖ ଏଫ୍‌ଏମ୍‌ସିଜି ଏବଂ କଞ୍ଜ୍ୟୁମର ଡ୍ୟୁରେବୁଲ କମ୍ପାନୀ ହାଭେଲ୍ସ ଇଣ୍ଡିଆ ଲିମିଟେଡ (ଏଚ୍‌ଆଇଏଲ୍‌) ପକ୍ଷରୁ ଓଡିଶା ବଜାରରେ ନୂଆ ପରିବେଶ ଉପଯୋଗୀ ଓ୍ବାଟର ପ୍ୟୁରିଫାୟର ଡିଲାଇଟ ଆଲକାଲାଇନ ହାଇ ରିକଭରି ଶୁକ୍ରବାର ଶୁଭାରମ୍ଭ ହୋଇଛି। ଏହି ବର୍ଗରେ ସାରା ଦେଶରେ ବଜାର ଅଂଶ ବଢାଇବା ନେଇ କମ୍ପାନୀ ଯୋଜନା ରଖିଛି। ଏହା ଅନ୍ତର୍ଗତ ଆଗାମୀ ୩ରୁ ୪ ବର୍ଷରେ ଶୀର୍ଷ ୩ ପ୍ଲେୟରଙ୍କ ମଧ୍ୟରେ କମ୍ପାନୀ ନିଜକୁ ସାମିଲ କରିବା ଯୋଜନା ରହିଛି। ପୋର୍ଟଫୋଲିଓ ବୃଦ୍ଧି କରାଯାଇ ଏବେ ୨୦ ପ୍ରଡକ୍ଟ ଓ୍ବାଟର ପ୍ୟୁରିଫାୟର ବର୍ଗରେ ସାମିଲ କରାଯାଇଛି। ଚଳିତ ବର୍ଷ ମେ ମାସ ବେଳକୁ ଆଉ ୫ ମଡେଲ ଯୋଡିବାକୁ ଯୋଜନା ରହିଥିବା କମ୍ପାନୀର ଉପସଭାପତି ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କମ୍ପାନୀର ଏହି ସଦ୍ୟତମ ବର୍ଗ ଗ୍ରାହକଙ୍କୁ ଅତୁଳନୀୟ ଲାଭ ପ୍ରଦାନ କରିବ। ଏଥିରେ ଅତ୍ୟାଧୁନିକ ଆର୍‌ଓ ପ୍ୟୁରିଫାୟର ରହିଛି, ଯାହାକି ୫୦%ରୁ ଅଧିକ ଜଳ ଫେରସ୍ତ କରିବାରେ ସହାୟକ ହେବ। ଶିଳ୍ପର ପ୍ରଥମ ହାଇ ରିକଭରି ଆଲ୍‌କାଲାଇନ ପ୍ୟୁରିଫାୟର ଭାବେ ଏଥିରେ ଷ୍ଟେନଲେସ ଟାଙ୍କି ରହିଛି। ୧୦୦% ଆର୍‌ଓ ୟୁଭି ବିଶୋଧିତ ଆଲକାଲାଇନ ପାଣି ସହିତ ୮ରୁ ଅଧିକ ପିଏଚ୍‌ ସ୍ତର ପ୍ରଦାନ କରିବା ପାଇଁ ୮ ପ୍ରକାରର ବିଭିନ୍ନ ସ୍ତର ପ୍ରକ୍ରିୟାକୁ ବ୍ୟବହାର କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ସର୍ଭିସ ନେଟଓ୍ବର୍କ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ, ଓ୍ବାଟର ପ୍ୟୁରିଫାୟର ଲାଗି ୩୫୦ ପ୍ରଫେଶନାଲଙ୍କୁ ନିଯୁକ୍ତ କରାଯାଇଛି। ଓ୍ବାଟର ପ୍ୟୁରିଫାୟର ବର୍ଗରେ ଉଭୟ ସଙ୍ଗଠିତ ଏବଂ ଅଣ ସଙ୍ଗଠିତ ଶିଳ୍ପ କଥା ବଚାରକୁ ନେଲେ ଏହା ପ୍ରାୟ ୬୫୦୦ କୋଟି ଟଙ୍କାରୁ ୭ ହଜାର କୋଟି ଟଙ୍କା ହେବ। ଏଥିରେ ସଙ୍ଗଠିତ ବଜାର ପ୍ରାୟ ୪,୫୦୦ କୋଟି ଟଙ୍କା ହେବ। ହାଭେଲ୍ସ ଲାଗି ଓଡିଶା ବଜାର ଗୁରୁତ୍ୱପୂର୍ଣ୍ଣ ରହିଛି। ଆଗାମୀ ୩ ବର୍ଷରେ ହାଭେଲ୍ସ ଗ୍ରୁପ କାରବାର ୨୦ ହଜାର କୋଟି ଟଙ୍କା ରହିବା ନେଇ ଆଶା ରହିଛି। ଓଡିଶାରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ରହିଛି। ଓଡ଼ିଶାରେ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ ସମେତ ଅନ୍ୟ କିଛି ସ୍ଥାନରେ ଓ୍ବାଟର ଫ୍ୟୁରିଫାୟର କାରବାର ଉନ୍ନତ ରହିଛି। ରାଜ୍ୟରେ ଏହି ଶିଳ୍ପର ସାଇଜ ୪୦ କୋଟି ଟଙ୍କା ରହିଛି।
କମ୍ପାନୀ ବର୍ତ୍ତମାନ ଦେଶର ୩୭୫ ସହରରେ ଉପସ୍ଥିତି ଜାହିର କରିଥିବା ସେ ମତ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ୮,୫୦୦ରୁ ୯ ହଜାର ରିଟେଲ ପଏଣ୍ଟ ରହିଛି। ୩୦୦ରୁ ଊର୍ଦ୍ଧ୍ୱ ଡିଷ୍ଟ୍ରିବ୍ୟୁଟର୍ସ କମ୍ପାନୀର ନେଟଓ୍ବର୍କରେ ସାମିଲ ଅଛନ୍ତି। ଆଞ୍ଚଳିକ ରିଟେଲ ନେଟଓ୍ବର୍କ, ଲାର୍ଜ ଫର୍ମାଟ ଷ୍ଟୋର ଏବଂ ଅନଲାଇନରେ ପ୍ରକଳ୍ପ ଉପଲବ୍ଧ କରାଯାଉଛି। ଗ୍ରାହକ ସେମାନଙ୍କ ଇଚ୍ଛା ମୁତାବକ ସାମଗ୍ରୀ କିଣି ପାରିବେ। କମ୍ପାନୀ ନିକଟରେ ୭.୫ରୁ ୧୨% ବଜାର ଅଂଶ ରହିଛି। ଗ୍ରାହକମାନେ ହାଭେଲ୍ସ ପ୍ରଡକ୍ଟକୁ ଡିଜାଇନ, ଟେକ୍ନୋଲୋଜି ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ବ୍ୟବହାର କରୁଥିବା ସେ ମତ ଦେଇଛନ୍ତି। ପ୍ରଡକ୍ଟ ରେଞ୍ଜର ବଜାର ପ୍ରବେଶ ଅବସରରେ ଓଡିଶା ବାଣିଜ୍ୟ ମୁଖ୍ୟ ଦେବାଶିଷ ମିତ୍ର, କର୍ପୋରେଟ କମ୍ୟୁନିକେଶନ ଉପସଭାପତି ଅନିଲ ଶର୍ମା, ଏଚ୍‌ଆଇଏଲ୍‌ ଭୁବନେଶ୍ୱର ପକ୍ଷରୁ ମନୋଜ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri