ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ ଡେରି ହେଉଛି। ଫଳରେ ବିଭିନ୍ନ ସମୟରେ ଭକ୍ତ ଅବଢା ନ ପାଇ ଫେରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ନୀତିକାନ୍ତିଙ୍କୁ କିପରି ସୁବ୍ୟବସ୍ଥିତ କରାଯିବ ସେ ନେଇ ତତ୍ପରତା ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ୨ ଘଣ୍ଟା ନୀତି ପ୍ରଶାସକ ଶ୍ରୀମନ୍ଦିର ପରିସର ଶାଖା କାର୍ଯ୍ୟାଳୟରେ ବସିବେ। ନୀତି କିପରି ଧାର୍ଯ୍ୟ ସମୟରେ ସମ୍ପାଦିତ ହେବ ତାହା ଉପରେ ନଜର ରଖିବେ ଏବଂ ଏ ସଂକ୍ରାନ୍ତୀୟ ଅଭିଯୋଗ ମଧ୍ୟ ଶୁଣିବେ। ଗୁରୁବାରଠାରୁ ଶାଖା କାର୍ଯ୍ୟାଳୟ ପରିସରରେ ନୀତି ପ୍ରଶାସକଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି।
ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ ସଂକ୍ରାନ୍ତରେ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଯେଉଁ ପାଳିଆ ସେବକ ତିନିଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି ବିଳମ୍ବ କରୁଥିବା ଜଣାପଡ଼ିିବ ତେବେ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ମଧ୍ୟ ସେବାରୁ ବିଦା କରାଯିବ ବୋଲି ଗତବର୍ଷ ଜାନୁୟାରୀ ୨୯ ତାରିଖ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାପରେ କିଛି ମାସ ଠାକୁରଙ୍କ ନୀତିକାନ୍ତି ଠିକ୍‌ଠାକ ଚାଲିଲା। ପରବର୍ତ୍ତୀ ସମୟରେ ଏହା ଅକାମୀ ହୋଇପଡ଼ିିଲା। ଗତ କିଛିମାସ ହେବ ପୁଣି ନୀତିକାନ୍ତି ବିଳମ୍ବ ହେଉଛି। ଗତ ୨୪ ତାରିଖରେ ସୁଆର ମହାସୁଆର ନିଯୋଗ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକପତ୍ର ଦେଇଛି। ଏଥିରେ ନିଯୋଗ ଦର୍ଶାଇଥିଲା ଯେ, ଶ୍ରୀମନ୍ଦିରରେ ବ୍ୟବସ୍ଥାବଳୀ ଲାଗୁ ହେବାଠାରୁ ଭୋଗମଣ୍ଡପ ଧାର୍ଯ୍ୟ ସମୟରେ ସରୁଥିବାରୁ ଭକ୍ତ ଓ ଜନସାଧାରଣ ବିକ୍ରି ଭୋଗ ଓ ବରାଦି ଭୋଗ ଠିକ୍‌ ସମୟରେ ପାଇ ଆନନ୍ଦିତ ହେଉଥିଲେ। ପ୍ରାୟ ୨ ମାସ ହେବ ଶ୍ରୀମନ୍ଦିର ନୀତି ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ସରୁଛି। ନୀତିକାନ୍ତି ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବାରୁ ଭକ୍ତମାନେ ଦର୍ଶନ କରି ମହାପ୍ରସାଦ ନ ପାଇ ମନଦୁଃଖରେ ଫେରୁଛନ୍ତି। ସୂପକାର ସଭ୍ୟମାନେ ଧାର୍ଯ୍ୟ ସମୟ ମଧ୍ୟରେ ଭୋଗ ରନ୍ଧନ କରୁଛନ୍ତି। କିନ୍ତୁ ଭୋଗ ନିର୍ଘଣ୍ଟ ସମୟରେ ସରୁ ନ ଥିବାରୁ ମହାପ୍ରସାଦ ଯୋଗାଇ ନ ପାରି ଅଯଥାରେ ନିନ୍ଦିତ ହେଉଛନ୍ତି। ତେଣୁ ଧାର୍ଯ୍ୟ ସମୟରେ କିପରି ନୀତି ସମ୍ପାଦିତ ହେବ ତାହାର ତଦାରଖ ଲାଗି ନୀତି ପ୍ରଶାସକ ପ୍ରତ୍ୟହ ୨ ଘଣ୍ଟା ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ବସିବା ଲାଗି ସ୍ଥିର ହୋଇଛି। ଏଥିସହ ନୀତି ସଂକ୍ରାନ୍ତୀୟ ଅଭିଯୋଗ ମଧ୍ୟ ଶୁଣିବେ। ପୂର୍ବରୁ ଦିନବେଳା ଯେପରି ନୀତି ପ୍ରଶାସକ ନୀତିର ତଦାରଖ କରୁଥିଲେ ସେପରି କରିବେ। ସନ୍ଧ୍ୟାରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ପହଞ୍ଚତ୍ ନୀତିକାନ୍ତି କଥା ବୁଝିବେ ବୋଲି ଜଣାପଡ଼ିିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri