ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌ ଟିକେ ପାଏବାର ଲାଗି ଇଠାନେ ଲୁକ୍‌କୁ ନାନା ସମସିଆ ସଂଗେ ଯୁଝ୍‌ବାକେ ପଡ଼ୁଛେ। ସେ ଭିତରୁ ବୋଡ଼େନ ବ୍ଲକ କର୍ଲାକୋଟ ପଁଚେତ୍‌ର ସର୍ଗିଗୁଡ଼ା ଗାଁ ଅଲଗ୍‌ ଆଏ। ଖରାଦିନ ଆଏଲେ ଇଠାନେ ଲୁକ୍‌କର ପିଇଲା ପାଏନ୍‌ ସମସିଆଟା ଦୁଇଗୁନା ହେଇଯାଉଛେ। ଗାଁକେ ପାସର ଗୁଟେ ନଦୀରୁ ପାଇପ୍‌ରେ ପାଏନ୍‌ ଯୁଗେଇ ଦିଆଯାଉଛେ, ହେଲେ ଖରାଦିନ୍‌ ହେଲେ ସେଟା ବି ନିହଁଟ ହେଉଛେ। ଇଥ୍‌ରେ ଫେନ୍‌ ଘଡ଼େଛନେକେ ବିଜଲି କାଟ୍‌ ଲୁକ୍‌କର ମୁଡ଼ଦୁଖାର କାରନ୍‌ ସାଜିଛେ। ସମସିଆ ବାବ୍‌ଦେ ଗାଁବାସୀ ପରଶାସନକେ ବାରବାର ଗୁହାରି କରି ଆସୁଥିଲେ ବି ଇତାର ଥାୟୀ ସମାଧାନ ନାଇଁ ହେଇପାରବାର। ଚଲତି ବଛର ବି ସମାନ ସମସିଆ ଦେଖା ଦେଇଛେ। ମୁଡ଼ଫଟା କରାରେ ଆଏଜ୍‌କେ ୪ ଦିନ୍‌ ହେଲା ଟ୍ରାନ୍ସଫର୍ମର ଖରାପ ହେଇଥିବାର ଲାଗି ପାଇପ୍‌ ପାଏନ୍‌ ବଁଦ୍‌ ରହିଛେ। ଲୋକ୍‌ ଉପେ ଶୂଇନ୍‌ ହେଇ ନଲ୍‌ଚୁଅଁାର ଫ୍ଲୋରାଇଡ୍‌ ମିଶା ପାଏନ୍‌ ବେଭାର କରୁଛନ୍‌। ପରଶାସନିକ୍‌ ଉଦାସୀନ୍‌ତା ଲାଗି ଇଠାନେ ଲୋକ୍‌ ପାଏନ୍‌ ନାଁରେ ବିଷ୍‌ ପିଉଥିବାର ଅଭିଯୋଗ ହେଉଛେ।

ଜିଲା ସଦରନୁ ୭୦ କି.ମି. ଦୂରେ ଜଙ୍ଗଲ ତଲି ଅଂଚଲରେ ରହିଛେ ସର୍ଗିଗୁଡ଼ା। ଗାଁର ଲୋକ୍‌ ସଂଖ୍ୟା ପାଖାପାଖି ୧ ହଜାର ହେଇଥିଲାବେଲେ ବଡ଼ଭାଗି ଆଦିବାସୀ ସମାଜର। ଇଠାନେ ଲୋକ୍‌ ଅଭାବ୍‌ ଅନାଟନରେ ଚଲୁଛନ୍‌, ଯେନ୍‌ଥିରଲାଗି ବଛରର ବଡ଼ଭାଗି ସମିଆ ଇମାନେ ବାହାର ରାଏଜ୍‌କେ ଦାଦନ ଖଟି ଯାଉଛନ୍‌। ଇଆଡ଼େ ସରକାର ଗାଁଗଁଲିରୁ ସହର ତକ୍‌ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାର ଲାଗି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଇଠାନର ଲୁକ୍‌କର ଲାଗି କିଛି ଥାୟୀ ବେବସ୍‌ତା ନାଇଁ ହେଇପାରବାର। ସୁନ୍ଦର ନଦୀରୁ ପାଇପ୍‌ରେ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ନଦୀର ପାଏନ୍‌ ଶୁଖି ଗଲେ ପାଏନ୍‌ ଯୁଗାବାରେ ବି ସମସିଆ ହେଉଛେ। ଇଠାନେ ଲାଗିଥିବାର ୬୩ କେ.ଭି. ଟ୍ରାନ୍ସଫର୍ମର ଖରାପ ହେବାର ଲାଗି ଏହେଦେ ଗାଁବାସୀକୁ ପାଇପ୍‌ରେ ପାଏନ୍‌ ଯୁଗାବାର ବଁଦ୍‌ ରହିଛେ। ଇ ବାବ୍‌ଦେ ବିଭାଗୀୟ ଅଧ୍‌କାରୀକୁଁ ଜନେଇଥିଲେ ବି କିଛି ଲାଭ ନାଇଁ ହେଉଥିବାର ଗାଁବାସୀ ଅଭିଯୋଗ କରିଛନ୍‌। ଗାଁରେ ଥିବାର ୩ଟା ନଲ୍‌ଚୁଅଁାରୁ ୨ଟା ଅଚଲ୍‌ ହେଇ ପଡ଼ିରହିଛେ। ଯେନ୍‌ ଗୁଟେ ନଲ୍‌ଚୁଅଁା ଚଲୁଛେ ସେଥ୍‌ରୁ ଫ୍ଲୋରାଇଡ୍‌ ମିଶା ପାଏନ୍‌ ବାହାରୁଛେ। ଲୋକ୍‌ ଉପେ ଶୂଇନ୍‌ ହେଇ, ଜାନିଶୁନି ସେ ପାଏନ୍‌କେ ବେଭାର କରୁଛନ୍‌। ସେନ୍‌ତା ଗାଁର ଆରକେତେ ଲୋକ୍‌ ୧ରୁ ୨ କି.ମି. ଦୂରିଆ ଉନିଆ ଗାଁକେ ଯାଇ ପିଇଲା ପାଏନ୍‌ ଆନୁଥିବାର ଦେଖ୍‌ବାକେ ମିଲୁଛେ। ପରଶାସନ ସମସିଆକେ ଗୁରୁତ୍‌ ଦେଇ ସମାଧାନ ଦିଗେ ପଦକ୍ଷେପ ନେବାକେ ଗାଁର ଟଙ୍କଧର ବେହେରା, ନରୋତ୍ତମ ବାଗ, ଲକ୍ଷ୍ମୀକାନ୍ତ ବେହେରା, ପରମାନନ୍ଦ ତାଣ୍ଡି, ସୁକାନ୍ତି ବେହେରା, କସ୍ତୁରୀ ବେହେରା ପରମୁଖ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri