୨୧ଜଣଙ୍କୁ ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଶୁକ୍ରବାର ବ୍ରାଇଟ୍‌ ଓଡ଼ିଆ ଫାଉଣ୍ଡେଶନ ପକ୍ଷରୁ ସୂଚନାଭବନରେ ଓଡ଼ିଶା ୱିମେନ୍‌ ଏକ୍ସଲେନ୍ସି ଆୱାର୍ଡ ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୧ଜଣ ଶ୍ରେଷ୍ଠ ମହିଳା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ହାଉସିଂ ବୋର୍ଡର ଚେୟାରମ୍ୟାନ୍‌ ପ୍ରିୟଦର୍ଶୀ ମିଶ୍ର, ମୋ କଲେଜର ଚେୟାରମ୍ୟାନ୍‌ ଆକାଶ ଦାସ ନାୟକ, ଶିକ୍ଷାବିତ୍‌ ବଦ୍ରିନାଥ ପଟ୍ଟନାୟକ ଏବଂ ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ପାରମିତା ପଣ୍ଡାଙ୍କୁ ‘ଏକ୍ସଲେନ୍ସି ଇନ୍‌ ବିଜ୍‌ନେସ୍‌’, ଇତି ସାମନ୍ତଙ୍କୁ ‘ଏକ୍ସଲେନ୍ସି ଇନ୍‌ ଲିଟ୍‌ରେଚର୍‌’, ଶିଳ୍ପୀ ସାହୁଙ୍କୁ ‘ଏକ୍ସଲେନ୍ସି ଇନ୍‌ ଏଜୁକେଶନ୍‌’, ତନୟା ପଟ୍ଟନାୟକଙ୍କୁ ‘ଏକ୍ସିଲେନ୍ସି ଇନ୍‌ ମିଡ଼ିଆ’, ସ୍ମୃତିରେଖା ତାରେଣିଆଙ୍କୁ ‘ଏକ୍ସିଲେନ୍ସି ଇନ୍‌ ଜର୍ନାଲିଜିମ୍‌’ ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ରୋଜାଲିନ୍‌ ପାଟଶାଣୀ, ନମ୍ରତା ଚଢ଼ା ଓ ସଞ୍ଜୟ ମହାକୁଡ ଉପସ୍ଥିତ ଥିଲେ। ଏହି ଅବସରରେ ଲୁବୁନ୍‌-ଟୁବୁନ୍‌ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅଙ୍କିତା ଭୌମିକ ଓ ସୁନିତା ମଣ୍ଡଳ ନୃତ୍ୟ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri