ଦାନା ଛଡ଼ାଇନେଲାଣି କରୋନା

କାମାକ୍ଷାନଗର, ୨୫।୩(ଡି.ଏନ.ଏ.) – କରୋନା କଟକଣା ପାଇଁ ପ୍ରଭାବିତ ହୋଇଛି ସ୍ବାଭାବିକ ଜୀବନଯାତ୍ରା। ଅତି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବାକୁ ଜାରି ହୋଇଛି କଡ଼ା ନିର୍ଦ୍ଦେଶ। ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯାହାଙ୍କର ଘରୁ ଗୋଡ଼ ନ କାଢ଼ିଲେ ଜଳେନି ଚୁଲି। ଝାଳ ନ ବୁହାଇଲେ ଅପୋଷା ରହିଯାଏ ପେଟ, ଏମିତି ଗରିବ ଖଟିଖିଆଙ୍କ ଉପରେ ଦୁଃଖର ପାହାଡ଼ ହୋଇ ଛିଣ୍ଡିପଡ଼ିଛି କରୋନା। ହାତରେ କାମନାହିଁ। ସେପଟେ ପରିବାର ଅନାଇଛି ଫେରିବା ବାଟକୁ। ଏଭଳି ହଜାର ହଜାର ମେହନତି ମଣିଷଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କେବେ ସୁଧୁରିବ ସ୍ଥିତି, କେବେ ପୁଣି ଫେରିବ ସ୍ବାଭାବିକ ଅବସ୍ଥା।
ଢେଙ୍କାନାଳ ଜିଲାର କାମାକ୍ଷାନଗର। ଶ୍ରମଜୀବୀଙ୍କ ସହର ଭାବେ ପରିଚିତ ଏହି ସ୍ଥାନକୁ କାମ ଖୋଜିବାକୁ ଜିଲାର ବିଭିନ୍ନ ସ୍ଥାନରୁ ଧାଇଁ ଆସନ୍ତି ଗରିବ, ଖଟିଖିଆ, ଶ୍ରମିକ ଶ୍ରେଣୀର ଲୋକେ। ଏଠାକୁ ଆସିଲେ କେହି କେବେ ଖାଲି ହାତରେ ଫେରେନି। କେଉଁଠି ନା କେଉଁଠି ମିଳିଯାଏ କାମ। ହେଲେ ଏବେ କରୋନା ମାଡ଼ରେ ଦୋହଲି ଯାଇଛି ବ୍ୟବସ୍ଥା। ଖଁା ଖଁା ପରିବେଶ। ହୋଟେଲ ବନ୍ଦ। ଦୋକାନରେ ଝୁଲୁଛି ତାଲା। କାମ ଖୋଜିବାକୁ କଙ୍କଡ଼ାହାଡ଼ ବ୍ଲକ ବାଟଗାଁ ପଞ୍ଚାୟତ ଶାଳିଅ ଗ୍ରାମର ମଧୁ ଗୋପ ସକାଳୁ ସକାଳୁ ଧାଇଁ ଆସିଥିଲେ କାମାକ୍ଷାନଗର। ହେଲେ କାମ ମିଳିଲାନି। ଏବେ ମଧୁଙ୍କ ଗୋଟିଏ ଚିନ୍ତା କେମିତି ମିଳିବ କାମ। ଘରକୁ ଖାଲି ହାତରେ କେମିତି ଯିବେ। ପରିବାର ପାଇଁ ଦାନା ଯୋଗାଡ଼ କେଉଁଠୁ କରିବେ। ସମାନ କଥା ଦୋହରାଇଥିଲେ ମଧୁଙ୍କ ସାଙ୍ଗ ଗୁଲିଆ ସିର୍‌କା। ସେ କହିଥିଲେ ସହରରେ ରୋଗକୁ ନେଇ ଏତେ ସଚେତନତା। ଗଁାରେ କିଛି ନାହିଁ। ସେ ଯାହା ହେଉ ୫ଦିନ ଭୋକରେ ପଛେ ରହିବୁ ହେଲେ ଜୀବନ ବଞ୍ଚତ୍ୟାଉ। ଭୁବନ ବ୍ଲକ କଁସରଗୋଡ଼ା ଗ୍ରାମର ସାଲୁରାମ ହଁାସଦା କୁହନ୍ତି, ସେ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ। କରୋନା ପାଇଁ କଟକଣା ଲାଗିଥିବାରୁ ମାଲିକ ଫେରାଇଦେଲେ। ୫ଦିନ ପାଇଁ ଅଗ୍ରିମ ଅର୍ଥ ଦେଇଛନ୍ତି। ପୁଣି କାମ ଚାଲିଲେ ଡାକିବେ ବୋଲି କହିଛନ୍ତି। ସେହିପରି କାମାକ୍ଷାନଗର କାଦୁଆ ପଞ୍ଚାୟତ ମର୍କଟା ଗ୍ରାମର ଅଟୋରିକ୍ସା ଚାଳକ ମୁରଲୀ ପଧାନ କୁହନ୍ତି, ସକାଳୁ ରୋଜଗାର ଆଶାରେ ସହରକୁ ଆସିଥିଲେ। ଏଠି ଆସି ଦେଖିବା ବେଳକୁ ସବୁ ବନ୍ଦ। ନିରାଶରେ ଫେରିବାକୁ ପଡୁଛି। ଏପରି ସ୍ଥିତି କେତେଦିନ ରହିବ ଜଣାନାହିଁ। ସବୁ ଈଶ୍ୱରଙ୍କ ଇଚ୍ଛା। ସେ ହିଁ ବିପଦରୁ ରକ୍ଷା କରିବେ।
ଏହି ସମସ୍ୟା କେବଳ ମଧୁ, ଗୁଲିଆ, ସାଲୁରାମ କିମ୍ବା ମୁରଲୀଙ୍କର ନୁହେଁ। ଅଞ୍ଚଳର ଛୋଟବଡ଼ ବ୍ୟବସାୟୀ, ଠେଲା ଦୋକାନୀ, ଉଠାଦୋକାନୀଙ୍କୁ ମଧ୍ୟ ଘାରିଛି ପେଟପାଟଣା ଚିନ୍ତା। କରୋନା ସହ ଦୁନିଆ ଲଢ଼େଇ କରୁଥିବାବେଳେ ପେଟର ଭୋକ ସହ ନିତି ଲଢୁଥିବା ଏପରି ମେହେନତି ମଣିଷଙ୍କ କଥା କିଏ ବୁଝିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ପାଇଁ ନିବେଦନ କଲେ ନିରାଶ୍ରୟ ମହିଳା

ଜଳେଶ୍ୱର,୩୦ା୬(ନବୀନ ସାହୁ): ପଙ୍ଗୁ ଅବସ୍ଥାରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳ ୯ନଂ. ୱାର୍ଡର ନିରାଶ୍ରୟ ମହିଳା କାଞ୍ଚନ ନାୟକ ଇଛା ମୃତ୍ୟୁ ପାଇଁ...

ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍‌, ୨୯ ଛେଳିଙ୍କ ଜୀବନ ଗଲା

ଖଲ୍ଲିକୋଟ,୨୯ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ରାସ୍ତା ଉପରେ ପାର ହେଉଥିବା...

ବର୍ଷାରେ ଉବୁଟୁବୁ ନିରାକାରପୁର, ଠିକ୍‌ରେ ନିଷ୍କାସନ ହୋଇପାରୁନି ବର୍ଷାଜଳ

ନିରାକାରପୁର,୨୯ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ମୌସୁମୀ ପ୍ରଭାବରେ ଶୁକ୍ରବାରଠାରୁ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ନିରାକାରପୁର ବଡ଼ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା...

ମହିଳାଙ୍କୁ ପିଟିପିଟି ହତ୍ୟା କଲେ ପଡ଼ୋଶୀ

କେନ୍ଦ୍ରାପଡ଼ା,୨୯ା୬: ଜମିଜମା ବିବାଦକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମଳିଛି କେନ୍ଦ୍ରାପଡ଼ା ଜିଲା ସଦର ଥାନା ସାହାସପୁର...

କୋରାପୁଟରେ ୯ ଶିଶୁଙ୍କ ମୃତ୍ୟୁ ଘଟଣା: ରାଜ୍ୟର ୨ ଜଣିଆ ସ୍ବାସ୍ଥ୍ୟ ଟିମ୍‌ଙ୍କ ସ୍ଥିତି ଅନୁଧ୍ୟାନ

କୋରାପୁଟ/ନାରାୟଣପାଟଣା,୨୯ା୬(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ସୀମାନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକ ଅଞ୍ଚଳର ଗତ ୧୫ ଦିନ ମଧ୍ୟରେ ମୋଟ୍‌ ୯ ଶିଶୁଙ୍କ ମୃତ୍ୟୁ...

ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଜଣେ ଅଭିଭାବକଙ୍କ ମରଣାନ୍ତକ ଆକ୍ରମଣ

ବାଲିଗୁଡ଼ା,୨୯ା୬(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ୧୧ନଂ ଓ୍ବାର୍ଡରେ ଥିବା ପଣସପୋଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ର...

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

ନଦୀକୂଳରେ ଖେଳୁଥିବା ବେଳେ ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ଅନୁଗୋଳ,୨୯ା୬: ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକଙ୍କୁ ମହାନଦୀକୁ ଟାଣି ନେଇଥିଲା କୁମ୍ଭୀର। ଟିକରପଡ଼ା ମହାନଦୀ କୂଳରେ ନାବାଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri