ଲକ୍‌ଡାଉନ ଉଲ୍ଲଂଘନ କରି ୪୯ ଜଣ ଗିରଫ

ବାରିପଦା ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଗୁରୁବାର ଲକଡାଉନର ଦ୍ୱିତୀୟ ଦିନରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଜିଲାର ବିଭିନ୍ନ ଥାନାରେ କଟକଣା ଉଂଲ୍ଲଘନକାରୀଙ୍କ ନାମରେ ୨୪ଟି ମାମଲା ରୁଜୁ କରାଯାଇଥିଲା ବେଳେ ୪୯ ଜଣଙ୍କୁ ଗିରଫ କରାଯାଇଛି। ସେହିଭଳି ୩୨ଟି ଗାଡ଼ିକୁ ଜବତ କରାଯିବା ସହିତ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରକାଶ ଯେ, ବୁଧବାର ଲକଡାଉନର ପ୍ରଥମ ଦିନରେ ୩୦ଟି ମାମଲା ରୁଜୁ କରାଯାଇଥିବା ବେଳେ ୪୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେହିଭଳି ୩୫ଟି ବାଇକ୍‌କୁ ଜବତ କରିଥିଲା। ୬ଟି ପାଟ୍ରୋଲିଂ ଗାଡ଼ି ବାରିପଦା ସହରର ବିଭିନ୍ନ ଗଳିକନ୍ଦିରେ ବୁଲି ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଉଛନ୍ତି। ସେହଭିଳି ସହରର ୮ଟି ଛକରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ: ହୋମଗାର୍ଡ ମୃତ, ଆଇଆଇସି ଗୁରୁତର

ଉଦଳା, ୩।୯(ସନ୍ତୋଷ କୁମାର ବାଛିନି): ଛାତିଥରା ଦୁର୍ଘଟଣା। ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଧକ୍କା ପରେ ୩ ରାଉଣ୍ଡ ଓଲଟିଲା ପୋଲିସ ଗାଡି।...

ଗାଁର ୯୦ ପ୍ରତିଶତ ଲୋକ କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ କ’ଣ ରହିଛି….

ଉଦଳା,୨ା୯(ସନ୍ତୋଷ କୁମାର ବାଚ୍ଛିନୀ): ଜଣା ପଡ଼ୁନାହିଁ କାରଣ, ହେଲେ କାୟା ବିସ୍ତାର କରିଚାଲିିଛି କିଡ୍‌ନୀଜନିତ ରୋଗ। ଏହି ରୋଗର ଭୟାବହତା ଭିତରେ ପୂରା ଗ୍ରାମ ଶଙ୍କାଗ୍ରସ୍ତ।...

ଲାଞ୍ଚ ନେଇ ଧରାପଡ଼ିଲେ ଏଏସ୍‌ଆଇ, ମାମଲାରୁ ନାଁ କାଟିବା ପାଇଁ ନେଉଥିଲେ ଏତିକି ଟଙ୍କା…

ବାରିପଦା,୩୧ା୮: ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରିପଦା ଭିଜିଲାନ୍ସ ବିଭାଗ...

ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟି କରିଥିଲେ ହତ୍ୟା: ଆସିଲା ରାୟ 

ବାରିପଦା,୨୯ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଦୌରା ଜଜ୍‌ଙ୍କ କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଅରବିନ୍ଦ ପଟ୍ଟନାୟକ ଏହାର...

ଗ୍ରୁପ୍‌ କିସ୍ତି ଟଙ୍କା ଦେବାକୁ ବାପଘର ଆସିଥିଲେ ମହିଳା, ଆଜି ପୋଖରୀରେ ଭାସୁଥିଲା ମୃତଦେହ

ମୋରଡ଼ା,୨୯ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ ସାନମୁଣ୍ଢାବଣି ପଞ୍ଚାୟତର...

ଶିକାରୀଙ୍କୁ ଧରୁଛି ଏଆଇ କ୍ୟାମେରା, ପାଞ୍ଚ ଜଣଙ୍କୁ ବାନ୍ଧିଲା ବନ ବିଭାଗ

ଶିମିଳିପାଳ,୨୮।୮: ସରକାରଙ୍କ ଦ୍ୱାରା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଲଗାଯାଇଥିବା ଏଆଇ କ୍ୟାମେରା ସାହାଯ୍ୟରେ ଧରାପଡିଛନ୍ତି ଶିକାରୀ। ବୁଧବାର ବନ ବିଭାଗ ଦ୍ୱାରା ପାଞ୍ଚ ଜଣଙ୍କୁ ଗିରଫ...

ଫୋପାଡି ଥିଲେ ଗରମପାଣି, ହେଲେ ନିଲମ୍ବିତ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ବାଙ୍ଗିରିପୋଷି (ସଞ୍ଜୟ କୁମାର ଅଗ୍ରଓ୍ବାଲା), ୨୭।୮: ବିଳମ୍ବରେ ଅଫିସ ଆସିଲେ ବୋଲି ଅଗ୍ନିଶମ ବିଭାଗର ହାବିଲଦାର ଜଣେ ତଳିଆ କର୍ମଚାରୀଙ୍କ ଉପରକୁ ଗରମ...

ଚୋରି ମେଶିନ ଉଦ୍ଧାର, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ମୋରଡା,୨୬।୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ କୋହି ପଞ୍ଚାୟତ ରାଇଡିହା ଗ୍ରାମରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ନିର୍ମାଣ କାର୍ଯ୍ୟ ଚାଲିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri