ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅରାଜି ଅଭିଭାବକ

ମୁମ୍ବାଇ, ୧୩।୫:: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ ଜାରିରହିଛି। କଟକଣା ହଟିବା ପରେ ଜୁନ/ଜୁଲାଇ ସୁଦ୍ଧା ସ୍କୁଲ ଖୋଲିବା ପାଇଁ ସରକାର ଚିନ୍ତା କରୁଛନ୍ତି। ହେଲେ ସ୍କୁଲ ଖୋଲିବା ପରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ରାଜି ନ ଥିବା ଏକ ସର୍ଭେରୁ ଜଣାପଡିଛି। ପ୍ୟାରେଣ୍ଟ ସର୍କଲ ଦ୍ୱାରା ପରିଚାଳିତ ଏକ ଦେଶବ୍ୟାପୀ ସର୍ଭେରେ ପ୍ରାୟ ୧୨ ହଜାର ଅଭିଭାବକ ଭାଗ ନେଇ ସେମାନଙ୍କ ମତାମତ ରଖିଥିଲେ। ସେମାନଙ୍କ ମଧ୍ୟରୁ ୫୪ ପ୍ରତିଶତ ଅଭିଭାବକ ସ୍କୁଲ ପୁନର୍ବାର ଖୋଲିବା ପରେ ଅତି କମ୍‌ରେ ମାସେ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ନ ଥିବା ଦର୍ଶାଇଛନ୍ତି। ସେମାନେ ମାସେ ଯାଏ କୋଭିଡ୍‌-୧୯ ପରିସ୍ଥିତି ଉପରେ ନଜର ରଖିବେ ବୋଲି କହିଛନ୍ତି। ସେହିପରି ୨୪ ପ୍ରତିଶତ ଅଭିଭାବକ ସ୍କୁଲ ଖୋଲିବାର ୬ ମାସ ପର୍ଯ୍ୟନ୍ତ ପିଲାଙ୍କୁ ଛାଡିବାକୁ ଉଚିତ ଭାବୁ ନ ଥିବା କହିଛନ୍ତି। କିଛି ହାତଗଣତି ସକ୍ରିୟ କରୋନା ମାମଲା ମଧ୍ୟ ବିପଦକୁ ଡାକିଆଣିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଏହାର ମୁକାବିଲା ପାଇଁ ସରକାର ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କେତେଜଣ ଅଭିଭାବକ ମତ ରଖିଛନ୍ତି। ସେହିପରି ଲକ୍‌ଡାଉନ ଉଠିବା ପରେ ପିଲାମାନଙ୍କୁ ବାହାରକୁ ଖେଳ କିମ୍ବା ଅନ୍ୟାନ୍ୟ ସମାବେଶ ପାଇଁ ଅଭିଭାବକ କେତେ ପସନ୍ଦ କରିବେ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ୪୩ ପ୍ରତିଶତ ଅଭିଭାବକ ଅନ୍ତତଃ ପକ୍ଷେ ଆସନ୍ତା ୬ ମାସ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବାହାରକୁ ପଠାଇବେ ନାହିଁ ବୋଲି କହିଥିଲେ। ଏପରିକି ସମାନ ସଂଖ୍ୟକ ଅଭିଭାବକ ଚଳିତବର୍ଷ କୌଣସି ମଲ୍‌ କିମ୍ବା ସିନେମା ହଲ୍‌ ମଧ୍ୟ ଯିବେନାହିଁ ବୋଲି ମତ ରଖିଥିଲେ। ପ୍ୟାରେଣ୍ଟ ସର୍କଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ନାଲିନା ରାମଲକ୍ଷ୍ମୀ କହିଛନ୍ତି, ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ନେଇ ଚିନ୍ତିତ ଅଛନ୍ତି। ସେମାନେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହାନ୍ତି। ସ୍କୁଲ ଖୋଲିବା ପରେ ସେଠାରେ ପିଲାଙ୍କ ସୁରକ୍ଷା ବ୍ୟବସ୍ଥା, ସାମାଜିକ ଦୂରତା ରକ୍ଷା ନିୟମ ଆଦି ଉପଯୁକ୍ତ ଭାବେ ପାଳନ ହେଉଥିବା ନେଇ ଅଭିଭାବକମାନେ ନିଶ୍ଚିତ ହେବାକୁ ଚାହୁଁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri