Posted inଜାତୀୟ

ପ୍ରବାସୀ ଶ୍ରମିକ, କୃଷକଙ୍କ ପାଇଁ ୩.୧୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପ୍ରାୟ ୩.୧୬ ଲକ୍ଷ କୋଟି ଟଙ୍କାର ଯୋଜନା ସମ୍ପର୍କରେ ଗୁରୁବାର ବିବୃତି ପ୍ରଦାନ କରିଛନ୍ତି। ଏହା ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଲାଗି ମାଗଣା ଖାଦ୍ୟଶସ୍ୟ, କୃଷକଙ୍କ ପାଇଁ ରିହାତି ହାରରେ ଋଣ, କ୍ଷୁଦ୍ର ବ୍ୟବସାୟୀଙ୍କ ନିମନ୍ତେ ସହାୟତା ସାମିଲ ରହିଛି। କୋଭିଡ୍‌-୧୯ ଲାଗି ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆର୍ଥତ୍କ ସହାୟତାରେ ସରକାର ଏଭଳି ସୁବିଧା ସମ୍ପର୍କରେ ଘୋଷଣା କରିଛନ୍ତି।
ଖବରଦାତା କାର୍ଯ୍ୟକ୍ରମରେ ସୀତାରାମନ କହିଛନ୍ତି ଯେ, ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ୧ କିଲୋ ଡାଲି ଏବଂ ୫ କିଲୋ ଖାଦ୍ୟଶସ୍ୟ ଆଗାମୀ ୨ ମାସ ଲାଗି ପ୍ରଦାନ କରାଯିବ। ସେହିଭଳି ଲକ୍‌ଡାଉନ ଯୋଗୁ ଜୀବିକା ହରାଇଥିବା ୫୦ ଲକ୍ଷ ଉଠାଦୋକାନୀଙ୍କୁ ସହାୟତା ପୂର୍ବକ ସରକାର ଓ୍ବାର୍କିଂ କ୍ୟାପିଟାଲ ଲୋନ୍‌ ବା ପରିଚାଳନା ପୁଞ୍ଜି ଋଣ ବାବଦ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିବେ। କିଷାନ କ୍ରେଡିଟ କାର୍ଡ ଦ୍ୱାରା ରିହାତି ହାରରେ କୃଷକଙ୍କୁ ୨ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ କାର୍ଡ ମଞ୍ଜୁର କରାଯାଇଥିବା ବେଳେ ଏଗୁଡିକର ଋଣ ସୀମା ୨୫ ହଜାର କୋଟି ଟଙ୍କା ରହିଛି। ମେ ଏବଂ ଜୁନ୍‌ ଲାଗି ରବି ଏବଂ ଖରିଫ ଚାଷର ଆବଶ୍ୟକତାକୁ ବିଚାର କରି ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲ୍‌ଚର ଆଣ୍ଡ ରୁରାଲ ଡେଭଲପମେଣ୍ଟ(ନାବାର୍ଡ) ପକ୍ଷରୁ ଅତିରିକ୍ତ ୩୦ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହି ଅର୍ଥ ସମବାୟ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକ ଦ୍ୱାରା ଅତିରିକ୍ତ ଜରୁରିକାଳୀନ ପରିଚାଳନା ପୁଞ୍ଜି ଭାବେ କୃଷକଙ୍କୁ ପ୍ରଦାନ କରାଯିବ। ଦେଶର ୩ କୋଟି କୃଷକ ୪ ଲକ୍ଷ କୋଟି ଟଙ୍କାର ଋଣ ନେଇଥିବା ବେଳେ ସେମାନଙ୍କୁ ୩ ମାସର ମୋରାଟୋରିୟମ ପ୍ରଦାନ କରାଯାଇଛି। ଗ୍ରାମୀଣ ଭିତ୍ତିଭୂମି ବିକାଶ ଲାଗି ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭଲପମେଣ୍ଟ ଫଣ୍ଡ(ଆର୍‌ଆଇଡିଏଫ୍‌) ଦ୍ୱାରା ମାର୍ଚ୍ଚ ମାସରେ ସରକାର ରାଜ୍ୟଗୁଡିକୁ ୪,୨୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି। ମାର୍ଚ୍ଚ ଏବଂ ଏପ୍ରିଲରେ ୬୩ ଲକ୍ଷ କୃଷକଙ୍କୁ ୮୬,୬୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଏହି ଅବସରରେ ସୀତାରାମନ, ଦେଶର ହାଉସିଂ ସେକ୍ଟରକୁ ଉତ୍ସାହିତ କରିବା ଲାଗି ୭୦ ହଜାର କୋଟି ଟଙ୍କାର ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ମଧ୍ୟମ ଆୟକାରୀ ଗ୍ରୁପ୍‌(ଯେଉଁମାନଙ୍କର ବାର୍ଷିକ ଆୟ ୬ରୁ ୧୮ ଲକ୍ଷ)ଙ୍କୁ ସୁଲଭ ବାସଗୃହ କ୍ଷେତ୍ରରେ ରିହାତି ସୁଧ ହାରରେ ଋଣ ପ୍ରଦାନ ସୁବିଧାକୁ ଗୋଟିଏ ବର୍ଷ ବଢ଼ାଯାଇଛି। ସୀତାରାମନ କହିଛନ୍ତି, ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ଲାଗି କେନ୍ଦ୍ର ସରକାର ୩,୫୦୦ କୋଟି ଟଙ୍କା ପ୍ରଦାନ କରିବେ। ପ୍ରବାସୀଙ୍କୁ ଚିହ୍ନଟ କରିବା ଏବଂ ଖାଦ୍ୟ ସାମଗ୍ରୀ ଯୋଗାଣ କାମ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ପ୍ରବାସୀ ଶ୍ରମିକଙ୍କୁ ସୁବିଧା ପାଇଁ ସରକାର ରାଶନ କାର୍ଡର ଆନ୍ତଃରାଜ୍ୟ ପୋର୍ଟେବିଲିଟି ସିଷ୍ଟମ ପାଇଁ ଯୋଜନା ରଖିଛନ୍ତି। ଏହା ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌) ଅଧୀନରେ କାର୍ଯ୍ୟକ୍ଷମ ହେବ। ୨୦୨୧ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’ କାର୍ଯ୍ୟକାରୀ କରାଯିବ। ଯେକୌଣସି ସ୍ଥାନରେ ଏହାଦ୍ୱାରା ପିଡିଏସ୍‌ ସାମଗ୍ରୀ ଉଠାଇହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ପ୍ରବାସୀ ଏବଂ ସହାରୀ ଗରିବଙ୍କ ଲାଗି ସରକାର ସୁଲଭ ରେଣ୍ଟାଲ ହାଉସିଂ କମ୍ପ୍ଲେକ୍ସ ଆରମ୍ଭ କରିବେ। କ୍ଷୁଦ୍ର ବାଣିଜ୍ୟ ଅଧୀନରେ ମୁଦ୍ରା ଯୋଜନାର ଶିଶୁ ଋଣ ବର୍ଗରେ ୫୦ ହଜାର ଟଙ୍କାର ଋଣ ଉପରେ ୨% ସୁଧ ରିହାତି ଘୋଷଣା କରାଯାଇଛି। ଏହାଦ୍ୱାରା ସରକାର ୧୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସେହିଭଳି ଉଠାଦୋକାନୀଙ୍କ ଲାଗି ୫ ହଜାର କୋଟି ଟଙ୍କାର ପରିଚାଳନା ପୁଞ୍ଜି ବ୍ୟବସ୍ଥା ହୋଇଛି।
ଏମ୍‌ଜିଏନ୍‌ଆର୍‌ଇଜିଏରେ ମେ ୧୩ ଯାଏ ଲୋକଙ୍କୁ ମଜୁରି ପ୍ରଦାନ କରିବା ଲାଗି ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କମ୍ପେନସେଟୋରି ଆଫୋଷ୍ଟ୍ରେଶନ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଂ ଅଥରିଟି (କାମ୍ପା) ଫଣ୍ଡ ବ୍ୟବହାର ଦ୍ୱାରା ପ୍ରାୟ ୬୦୦୦ କୋଟି ଟଙ୍କା ବ୍ୟୟରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ନେଇ ସରକାର ଯୋଜନା ହାତକୁ ନେବେ। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିବା ମୋଟ ପ୍ୟାକେଜ ମଧ୍ୟରେ ଗରିବଙ୍କ ଲାଗି ସହାୟତା ବାବଦ ୧.୭ ଲକ୍ଷ କୋଟି ଟଙ୍କା, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଦ୍ୱାରା ଘୋଷଣା କରାଯାଇଥିବା ବିଭିନ୍ନ ମୁଦ୍ରାନୀତି ପଦକ୍ଷେପ ସାମିଲ ରହିଛି। ଏହାବାଦ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଋଣ ସହାୟତା ବାବଦ ୩ ଲକ୍ଷ କୋଟି ଏବଂ ଏନ୍‌ବିଏଫ୍‌ସି ଲାଗି ପଦକ୍ଷେପ ମିଶିଲେ ପ୍ରାୟ ୫.୯୪ ଲକ୍ଷ କୋଟି ଟଙ୍କା ମୋଟ ପ୍ୟାକେଜ ମଧ୍ୟରେ ସାମିଲ ରହିଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୫ ପରଠାରୁ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ପ୍ରାୟ ୧୨.୨ କୋଟି ଲୋକ ଜୀବିକା ହରାଇଥିବା ଆକଳନ କରାଯାଇଛି। ଏହାବାଦ ବଜାରରେ ଚାହିଦା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

କାହା ପାଇଁ କ’ଣ….

-ପ୍ରବାସୀ ଶ୍ରମିକଙ୍କ ଲାଗି ୨ ମାସର ମାଗଣା ଖାଦ୍ୟଶସ୍ୟ
-୨୦୨୧ ମାର୍ଚ୍ଚରୁ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ କାର୍ଡ’
-ଉଠାଦୋକାନୀଙ୍କ ଲାଗି ୫ ହଜାର କୋଟିର ଋଣ ବ୍ୟବସ୍ଥା
-କିଷାନ କ୍ରେଡିଟ୍‌ କାର୍ଡରେ ୨ ଲକ୍ଷ କୋଟିର ରିହାତି ଋଣ
-୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍‌ କାର୍ଡ ମଞ୍ଜୁର
-ନାବାର୍ଡ ପକ୍ଷରୁ ୩୦ ହଜାର କୋଟି ଟଙ୍କାର ଋଣ ସୁବିଧା
-ଆର୍‌ଆଇଡିଏଫ୍‌ରେ ରାଜ୍ୟଗୁଡ଼ିକୁ ୪,୨୦୦ କୋଟି
-କୃଷକଙ୍କୁ ୩ ମାସର ମୋରାଟୋରିୟମ
-ମାର୍ଚ୍ଚ-ଏପ୍ରିଲରେ କୃଷକଙ୍କୁ ୮୬,୬୦୦ କୋଟି ଟଙ୍କାର ଋଣ
-ହାଉସିଂ ସେକ୍ଟରକୁ ପ୍ରୋତ୍ସାହନ ଲାଗି ୭୦ ହଜାର କୋଟି
-ସୁଲଭ ବାସଗୃହରେ ରିହାତି ଋଣ ସୁବିଧା ଅବଧି ବର୍ଷେ ବଢ଼ିଲା
-ପ୍ରବାସୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଲାଗି କେନ୍ଦ୍ର ଦେବ ୩,୫୦୦ କୋଟି
-ପ୍ରବାସୀ ସହରୀ ଗରିବଙ୍କ ଲାଗି ଆସିବ ସୁଲଭ ରେଣ୍ଟାଲ ହାଉସିଂ
-ଶିଶୁ ମୁଦ୍ରା ଯୋଜନା ଋଣ ଲାଗି ୨% ସୁଧ ରିହାତି
-ଏନ୍‌ଆର୍‌ଇଜିଏ ମଜୁରି ବାବଦ ଖର୍ଚ୍ଚ ହୋଇଛି ୧୦ ହଜାର କୋଟି
-କାମ୍ପା ଅଧୀନରେ ନିଯୁକ୍ତି ସୃଷ୍ଟି ଲାଗି ୬ ହଜାର କୋଟି


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri