ଭୋଡାଫୋନ-ଆଇଡିଆରୁ ଅଂଶଧନ କିଣିବ ଗୁଗୁଲ୍‌

ମୁମ୍ବାଇ,୨୯।୫: ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ-ଆଇଡିଆରୁ ୫%ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଛି ଆମେରିକାର ଅଗ୍ରଣୀ ସଫ୍ଟଓ୍ବାର କମ୍ପାନୀ ଗୁଗୁଲ୍‌ । ଗତ କିଛି ବର୍ଷ ଏହି ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ବ୍ୟାପକ ବାଣିଜି୍ୟକ କ୍ଷତି ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ଆର୍ଥିକ ମାନ୍ଦାବସ୍ଥା ସମୟରେ ଗୁଗୁଲ୍‌ କମ୍ପାନୀର ଅଂଶଧନ କ୍ରୟ କରିବା ପାଇଁ ଆଶା ରଖିଛି । ଗୁଗୁଲ୍‌ ଅଂଶଧନ କ୍ରୟ କରିବା ଦ୍ୱାରା କମ୍ପାନୀ ଯେଉଁ ଅର୍ଥ ରାଶି ସହାୟତା ପ୍ରାପ୍ତ ହେବ । ସେହି ଅର୍ଥ ରାଶି କମ୍ପାନୀର ଆର୍ଥିକ ସମସ୍ୟାର ସମାଧାନ ସହ ବାଣିଜି୍ୟକ କାରବରାରେ ବେଶ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ କମ୍ପାନୀର ଏହି ଅଂଶଧନ କିଣିବା ଫଳରେ ଏକ ବୃହତ ପ୍ଲାଟଫର୍ମରେ ବାଣିଜି୍ୟକ କାରବାର କରିବ । ଏହା ଫଳରେ ଫେସବୁକ ସହ ଏକ ପ୍ରତିଦ୍ୱନ୍ଦ୍ୱୀ ହୋଇ ବାଣିଜି୍ୟକ କାରବାର କରିବ ଯାହା କମ୍ପାନୀକୁ ବେଶ ସହାୟ ହେବ । ଗତ କିଛି ଦିନେ ତଳେ ଜିଓ ପ୍ଲାଟଫର୍ମରେ ଫେସବୁକ ୧୦ ବିଲିୟନ ଡଲାର ନିବେଶ କରିଛି । ଏହି ନିବେଶ ଫଳରେ ଉଭୟ ଜିଓ ଓ ଫେସବୁକ ଭାରତ ବଜାରରେ ଏକ ବୃହତ ବ୍ୟବସାୟ ଆଶାରେ ଫେସବୁକ ଏହି ନିବେଶ କରିଥିବା ମତ ପ୍ରକାଶ ପାଇଛି । ସେହିପରି ଭାରତୀ ଏୟାରଟେଲ ମଧ୍ୟ ନିଜର ଅଂଶଧନ ବିକିବା ନେଇ ଯୋଜନା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ତ୍ରୈମାସିକରେ ୫.୨୫ନିୟୁତ ଟନ୍‌ ଅଶୋଧିତ ଇସ୍ପାତ ଉତ୍ପାଦନ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ‘ଟାଟା ଷ୍ଟିଲ୍‌’ ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ...

ସହଭାଗିତା ରାଜ୍ୟକୁ ଆହୁରି ବିକାଶର ଶିଖରରେ ପହଞ୍ଚାଇବ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ ଅଗ୍ରଣୀ କମ୍ପାନୀ ସମୂହ ଦୀର୍ଘବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି।...

ରଥଯାତ୍ରାରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୭।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)...

ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି...

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri