ମାଡ଼ି ଆସୁଛି ମହା ମାନ୍ଦାବସ୍ଥା

ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍‌ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର ଉପରେ ଦେଖାଯାଇଛି। ବିଶ୍ୱ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ଲଗାତର ଭାବେ ଖସୁଥିବା ନଜରକୁ ଆସିଛି। ଏଭଳି ବିଭିନ୍ନ କାରଣ ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୫.୨% ଖସିଯିବ ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। କୌଣସି ଏକ ମହାମାରୀ ପାଇଁ ଏକ ମାନ୍ଦାବସ୍ଥା ସଙ୍କଟ ଦେଖାଯାଇଛି। ୧୮୭୦ ପରେ ପ୍ରଥମଥର ଲାଗି ଏଭଳି ସ୍ଥିତି ଉପୁଜିଛି ବୋଲି ବିଶ୍ୱ ବ୍ୟାଙ୍କର ସଭାପତି ଡେଭିଡ୍‌ ମାଲ୍‌ପାସ୍‌ କହିଛନ୍ତି। ବିଶ୍ୱ ବର୍ତ୍ତମାନ ସୁଦ୍ଧା ୧୪ଟି ମାନ୍ଦାବସ୍ଥା ସାମ୍ନା କରିଛି। କରୋନା ଯୋଗୁ ବିଶ୍ୱ ସ୍ତରରେ ମୁଣ୍ଡ ପିଛା ଆୟ ୬.୨% ଖସିଯିବା ଆକଳନ କରାଯାଇଛି। ଏହା ୧୯୪୫-୪୬ ପରଠାରୁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି। ଏହାବାଦ ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥାଠାରୁ ପ୍ରାୟ ୨ଗୁଣ ସଙ୍କଟକାରୀ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସୋମବାର ବିଶ୍ୱ ବ୍ୟାଙ୍କର ଗ୍ଲୋବାଲ ଇକୋନୋମିକ ପ୍ରସ୍‌ପେକ୍ଟ ରିପୋର୍ଟ ପ୍ରକାଶ ପାଇଛି। ମାନ୍ଦାବସ୍ଥାର ପ୍ରଭାବ ଗଭୀର ରହିଥିବାରୁ ଏଥିରୁ ବାହାରିବା କଷ୍ଟକର ହେବ। ଏଥିଲାଗି ନୀତି ନିର୍ଦ୍ଧାରକଙ୍କୁ ଅତିରିକ୍ତ ପଦକ୍ଷେପ ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ମାଲ୍‌ପାସ୍‌ ମତବ୍ୟକ୍ତ କରିଛନ୍ତି। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବର୍ତ୍ତମାନର ସମସ୍ୟା ସମାଧାନ କରିବା ଲାଗି ଯେଉଁଭଳି ପଦକ୍ଷେପ ହାତକୁ ନେଇଛନ୍ତି ତାହା ସମସ୍ୟାକୁ ସମାଧାନ କରିବା ଲାଗି ସକ୍ଷମ ହେବ ନାହିଁ। କାରଣ ଏହି ଦେଶଗୁଡ଼ିକରେ ନିଯୁକ୍ତିର ଅଧିକାଂଶ ଅଂଶ ଅଣସଙ୍ଗଠିତ କ୍ଷେତ୍ର ସହ ଜଡ଼ିତ ରହିଛି। ବିକଶିତ ଦେଶଗୁଡ଼ିକର ଆର୍ଥତ୍କ କାର୍ଯ୍ୟକଳାପ ୨୦୨୦ରେ ୭% ଖସିବା ନେଇ ଆଶଙ୍କା କରାଯାଇଛି। ଚାହିଦା, ଯୋଗାଣ, ବାଣିଜ୍ୟ ଏବଂ ଫାଇନାନ୍ସ ଗଭୀର ଭାବେ ପ୍ରଭାବିତ ହେବ।
ନୂଆ ନୂଆ ଅଗ୍ରଗତି କରୁଥିବା ଅର୍ଥ ବ୍ୟବସ୍ଥା ଏବଂ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ୨.୫% ଖସିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଛି। ଏହି ସମୟ ମଧ୍ୟରେ ଲୋକଙ୍କର ମୁଣ୍ଡ ପିଛା ଆୟ ୩.୬% ଖସିଯାଇପାରେ। ଫଳରେ ନିୟୁତାଧିକ ଲୋକ ଉତ୍କଟ ଦାରିଦ୍ର୍ୟର ସାମ୍ନା କରିବେ। କରୋନା ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ଦେଶଗୁଡ଼ିକ ସାମ୍ନାରେ ନୂଆ ଚ୍ୟାଲେଞ୍ଜ ଆସିବ। ବିଶ୍ୱ ବାଣିଜ୍ୟ, ପର୍ଯ୍ୟଟନ, ରପ୍ତାନି ଭଳି ଅନ୍ୟ କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବ। ବିଶ୍ୱର ବିଭିନ୍ନ ଭାଗରେ ପ୍ରଭାବ ଭିନ୍ନ ଭିନ୍ନ ରହିବ। ହେଲେ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ବେଶି ଚାପ ସହିବେ। ସମସ୍ୟାର ସମାଧାନ ଲାଗି ସାରା ବିଶ୍ୱର ଦେଶ ସମୂହ ମିଳିତ ଭାବେ ଲଢ଼ିବାକୁ ହେବ ବୋଲି ବିଶ୍ୱ ବ୍ୟାଙ୍କର ଗ୍ରୁପ୍‌ ଉପସଭାପତି ସେଲା ପାଜାରବାସିଗ୍ଲୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri