୧.୦୪ ଲକ୍ଷ କୋଟିର ନିବେଶ ହାତେଇଲା ଜିଓ

ନୂଆଦିଲ୍ଲୀ,୧୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହାର ଡିଜିଟାଲ ୟୁନିଟ ଜିଓ ପ୍ଲାଟଫର୍ମ ଲାଗି ମାତ୍ର ୮ ସପ୍ତାହରେ ୧.୦୪ ଲକ୍ଷ କୋଟି ଟଙ୍କାର ନିବେଶ ହାତେଇଛି। ଶନିବାର ହୋଇଥିବା ଡିଲ୍‌ରେ ନିବେଶ ଫାର୍ମ ଟିପିଜି ଜିଓରେ ୪,୫୪୬ କୋଟି ଟଙ୍କା ନିବେଶ କରିବ ବୋଲି ଘୋଷଣା କରିଛି। ଏହା ଦ୍ୱାରା ଉକ୍ତ ଫାର୍ମ ଜିଓର ୦.୯୩% ଅଂଶଧନ ହାସଲ କରିବ। ସେହିଭଳି ପ୍ରାଇଭେଟ ଇକ୍ୱିଟି ଫାର୍ମ ଏଲ୍‌.କ୍ୟାଟରଟନ ଜିଓରେ ୧୮୯୪ କୋଟି ଟଙ୍କାର ନିବେଶ ଦ୍ୱାରା ୦.୩୯% ଅଂଶଧନ ହାସଲ କରିବ ବୋଲି ରିଲାଏନ୍ସ ପକ୍ଷରୁ ସୂଚନା ରହିଛି। ରିଲାଏନ୍ସ ବର୍ତ୍ତମାନ ସୁଦ୍ଧା ଜିଓ ପ୍ଲାଟଫର୍ମର ୨୨.୩୮% ଅଂଶଧନକୁ ବିକ୍ରି କରିଛି। ପ୍ରମୁଖ ନିବେଶକଙ୍କ ମଧ୍ୟରେ ଫେସବୁକ ମଧ୍ୟ ସାମିଲ ରହିଛି। ଜିଓ ପ୍ଲାଟଫର୍ମରେ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ, ମ୍ୟୁଜିକ ଏବଂ ଭିଡିଓ ଷ୍ଟ୍ରିମି ଆପ୍ଲିକେଶନ ମଧ୍ୟ ସାମିଲ ରହିଛି। ଜିଓ ପ୍ଲାଟଫର୍ମର ଏଣ୍ଟରପ୍ରାଇଜେସ ଭାଲ୍ୟୁ ୫.୧୬ ଲକ୍ଷ କୋଟି ଟଙ୍କା ରହିଛି। ଏପ୍ରିଲ ୨୨ରେ ହୋଇଥିବା ଡିଲ୍‌ରେ ଜିଓରେ ଫେସବୁକ ୪୩, ୫୭୩ କୋଟି ଟଙ୍କା ନିବେଶ ନେଇ ଘୋଷଣା କରିଥିଲା। କରୋନା ମହାମାରୀ ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ସଙ୍କଟ ଆସିଥିବା ବେଳେ ଜିଓ ଏଭଳି ବୃହତ୍‌ ନିବେଶ ସଂଗ୍ରହ କରିବାକୁ ସକ୍ଷମ ହୋଇଛି। ବିକ୍ରି ହୋଇଥିବା ମୋଟ ୨୨.୩୮% ଅଂଶଧନ ମଧ୍ୟରୁ ଫେସବୁକ ସର୍ବାଧିକ ୯.୯୯% ଅଂଶ ହାସଲ କରିଛି। ଏହାବାଦ ସିଲଭର ଲେକ ମୋଟ ୨ ପର୍ଯ୍ୟାୟରେ ୨.୦୮% ଅଂଶଧନ, କେକେଆର ଏବଂ ଭିଷ୍ଟା ଇକ୍ୱିଟି ପାର୍ଟନର ୨.୩୨% ଲେଖାଏ ଅଂଶଧନ, ଆବୁଧାବିର ସୋଭରେନ ଓ୍ବେଲ୍‌ଥ ଫଣ୍ଡ ମୁବାଦଲା ଇନଭେଷ୍ଟମେଣ୍ଟ କୋ ୧.୮୫% ଏବଂ ଗ୍ଲୋବାଲ ଇକ୍ୱିଟି ଫାର୍ମ ଜେନେରାଲ ଆଣ୍ଟଲାଣ୍ଟିକ ୧.୩୪% ଅଂଶଧନ ହାସଲ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri