ନରେଶ ଗୋୟଲଙ୍କ ବିରୋଧରେ ତଦନ୍ତ ବନ୍ଦକୁ ଇଡିର ବିରୋଧ

ନୂଆଦିଲ୍ଲୀ,୨୮।୬: ଜେଟ୍‌ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ତାଙ୍କ ସ୍ତ୍ରୀ ଅନୀତାଙ୍କ ବିରୋଧରେ ତଦନ୍ତ ବନ୍ଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧ କରିଥିବା ଜଣାପଡିଛି। ବର୍ତ୍ତମାନ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇ ପଡିଛି। ନରେଶ ଗୋୟଲଙ୍କ ବିରୋଧରେ ଚାଲିଥିବା ଠକେଇ ମାମଲାର କ୍ଲୋଜର ରିପୋର୍ଟ ମୁମ୍ବାଇ ପୋଲିସ ଫାଇଲ କରିଛି। ଏହି ମାମଲାର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ପୋଲିସ ଗ୍ରହଣ କରୁ ନ ଥିବା ଇଡି ପ୍ରକାଶ କରିଛି। ଏହାକୁ ନେଇ ଏହି ପ୍ରମୁଖ ଏଜେନ୍ସି କୋର୍ଟରେ ଏକ ହସ୍ତକ୍ଷେପ ଆବେଦନ କରିଛି। ଗୋୟଲଙ୍କ ବିରୋଧରେ ଚଳିତ ବର୍ଷ ଫେବୃୟାରୀରେ ୪୬ କୋଟି ଟଙ୍କାର ଏକ ଠକେଇ ମାମଲା ହୋଇଥିଲା। ଏହି ମାମଲାରେ କୌଣସି ଠୋସ୍‌ ପ୍ରମାଣ ନ ଥିବା ଦର୍ଶାଇ ପୋଲିସ କ୍ଲୋଜର ରିପୋର୍ଟ ପ୍ରଦାନ କରିଛି। ତାଙ୍କ ବିରୋଧରେ ଠିକ୍‌ ତଥ୍ୟ ପ୍ରମାଣକୁ ବ୍ୟବହାର କରିବାରେ ପୋଲିସ ବିଫଳ ହୋଇଛି ବୋଲି ଇଡି ଆବେଦନରେ କହିଛି। ଏହି ମାମଲାରେ ଗୋୟଲଙ୍କ ବିରୋଧରେ ଆକବର ଟ୍ରାଭେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଅଭିଯୋଗ ଆଣିଥିଲା। କ୍ଲୋଜର ରିପୋର୍ଟକୁ ଆକବର ଟ୍ରାଭେଲ୍ସ ପକ୍ଷରୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ପୋଲିସ ଠିକ୍‌ ତଦନ୍ତ ନ କରି ଏଭଳି ରିପୋର୍ଟ ପ୍ରଦାନ କରିଛି ବୋଲି ଆକବର ଟ୍ରାଭେଲ ପକ୍ଷରୁ ମାମଲା ଲଢୁଥିବା ଓକିଲ ଧର୍ମେଶ ଜୋଷୀ କହିଛନ୍ତି। ବିଗତ ଦିନଗୁଡିକରେ ଜେଟ ଏୟାର ଏହି ସଂସ୍ଥା ସହ ୯୦୦ କୋଟି ଟଙ୍କାର କାରବାର କରିଛି। ବିମାନ କମ୍ପାନୀ କ୍ଷତିରେ ଚାଲିଥିଲେ ମଧ୍ୟ ନରେଶ ଗୋୟଲ ବୁକିଂ ବାବଦ ଏହି ଅର୍ଥ ନେଇ ଆଉ ଫେରାଇ ନାହାନ୍ତି। ବେଆଇନ କଳାଟଙ୍କା କାରବାର ନିରୋଧୀ ଆଇନ ଏବଂ ବିଦେଶୀ ବିନିମୟ ପରିଚାଳନା ଆଇନରେ ଇଡି ନରେଶ ଗୋୟଲ ଏବଂ ଜେଟ ଏୟାରଓ୍ବେଜ ବିରୋଧରେ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri