Posted inଫୁରସତ

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍‌ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି ସମସ୍ୟା ଖୁବ୍‌ ଶୀଘ୍ର ଦୂରେଇ ଯିବ। ପୁଣି ସମସ୍ତ ଟ୍ରେନ୍‌ ଚଳାଚଳ ସ୍ବାଭବିକ ହେବ। ଆମ ଦେଶରେ ଯିବା ଆସିବାର ମାଧ୍ୟମ ହେଉଛି ଟ୍ରେନ୍‌। ଏଥିରେ ପ୍ରତିଦିନ ହଜାର ହଜାର ଯାତ୍ରୀ ଯିବାଆସିବା କରିଥାନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଦୈନିକ ୧୩ ହଜାରରୁ ଅଧିକ ଟ୍ରେନ୍‌ ଚଳାଚଳ କରିଥାଏ। ଟ୍ରେନ୍‌ରେ ତ ସମସ୍ତେ ଯାତ୍ରା କରିଥାନ୍ତି ମାତ୍ର ଟ୍ରେନ୍‌ ବଗିରେ ଲାଗିଥିବା ଝରକାଗୁଡ଼ିକ କାହିଁକି ଭିନ୍ନ ହୋଇଥାଏ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…


ଟ୍ରେନ୍‌ରେ ମୁଖ୍ୟତଃ ଦୁଇ ପ୍ରକାର ବଗି ରହିଥାଏ। ପ୍ରଥମଟି ଏସି ବଗି ଦ୍ୱିତୀୟଟି ସାଧାରଣ। ତେବେ ସାଧାରଣ ବଗିର ଦ୍ୱାର ପାଖରେ ଲାଗିଥିବା ଝରକା ଟିକେ ଭିନ୍ନ ହୋଇଥାଏ। ଏହି ବଗିରେ ଥିବା ଝରକାରେ କିଛି ରଡ୍‌ ଲାଗିଥାଏ। ଏମିତି ଝରକା ରହିବା ପଛରେ ଏକ କାରଣ ରହିଛି। କାରଣଟି ହେଲା ଟ୍ରେନ୍‌ ଦ୍ୱାରରେ ଥିବା ଝରକା ପଟେ ଚୋରି ଆଶଙ୍କା ଅଧିକ ରହିଥାଏ। ଚୋର ଏହି ଝରକା ପଟେ ହାତ ପୂରାଇ ସହଜରେ ସାମଗ୍ରୀ ଚୋରି କରିନେଇଥାଏ।

ଯାତ୍ରୀମାନେ ରାତିରେ ଶୋଇଥିବା ସମୟରେ ଷ୍ଟେଶନରେ ଟ୍ରେନ୍‌ ଲାଗିଲେ ଚୋରମାନଙ୍କୁ ଏହି ଝରକା ଦେଇ ଚୋରି କରିବା ଖୁବ୍‌ ସହଜ ହୋଇଥାଏ। ତେଣୁ ଏଥିରେ ଅଧିକ ରଡ୍‌ ଦିଆଯାଇଥିବାରୁ ଚୋରମାନେ ସହଜରେ ହାତ ପୂରାଇ ପାରନ୍ତି ନାହିଁ। ତେଣୁ ଏହି ରଡ୍‌ ମଧ୍ୟରେ ଖୁବ୍‌ କମ୍‌ ଗ୍ୟାପ୍‌ ବା ଫାଙ୍କ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri