Posted inଅପରାଧ

ଭିଣୋଇ-ସ୍ତ୍ରୀଙ୍କ ଅନୈତିକ ସମ୍ପର୍କରେ ବଳି ପଡ଼ିଲେ ସ୍ବାମୀ

ନୋଏଡ଼ା, ୨୧।୭: ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ ଓ ସମ୍ପତ୍ତି ଲୋଭ କାରଣରୁ ଗ୍ରେଟର ନୋଏଡାର ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାର ଫର୍ଦ୍ଦାଫାଶ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ୍‌ ପଠାଇ ଦେଇଛି। ଘଟଣାଟି ଗ୍ରେଟର ନୋଏଡାର ଫଲେଦା ଗ୍ରାମରେ ଘଟିଛି। ଏହି ଗ୍ରାମର ପ୍ରବୀଣ ନାମକ ଜଣେ ଯୁବକଙ୍କ ଗଳିତ ଶବ ସ୍ଥାନୀୟ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଏହାପରେ ପ୍ରବୀଣଙ୍କ ସ୍ତ୍ରୀ ଥାନାରେ ଏନେଇ ମାମଲା ଦାୟର କରିଥିଲେ। ଏହି ଘଟଣାରେ ପୋଲିସ ପ୍ରବୀଣଙ୍କ ଭିଣୋଇ ବଲ୍‌ବୀରଙ୍କୁ ସନ୍ଦେହରେ ଥାନାକୁ ନେଇ ପଚରା ଉଚରା କରିଥିଲା। ପ୍ରଥମେ ବଲ୍‌ବୀର କଥା ଲୁଚାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଶେଷରେ ୩ ଜଣ ସାଥୀଙ୍କ ସହ ମିଶି ପ୍ରବୀଣଙ୍କୁ ହତ୍ୟା କରିଥିବା ବଲ୍‌ବୀର ପୋଲିସ ଆଗରେ ସ୍ବୀକାର କରିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ୪ ବର୍ଷ ତଳେ ପ୍ରବୀଣଙ୍କ ବିବାହ ହୋଇଥିଲା ଏବଂ ତାଙ୍କର କୌଣସି ପିଲାଛୁଆ ନ ଥିଲେ। ଯେଉଁ କାରଣରୁ ପ୍ରବୀଣ ଅଧିକାଂଶ ସମୟ ମଦ ପିଇ ସ୍ତ୍ରୀଙ୍କୁ ମାର୍‌ପିଟ୍‌ କରିଥାନ୍ତି। ପ୍ରବୀଣଙ୍କ ସ୍ତ୍ରୀ ଏହି ସମସ୍ୟା କଥା ବଲ୍‌ବୀରଙ୍କୁ ଜଣାଇଥିଲେ। ଏହାରି ସୁଯୋଗରେ ବଲ୍‌ବୀର ପ୍ରବୀଣଙ୍କ ସ୍ତ୍ରୀଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ। ସେହିଭଳି ପ୍ରବୀଣଙ୍କ ନାମରେ ରହିଥିବା କିଛି ଜମି ଉପରେ ମଧ୍ୟ ବଲ୍‌ବୀର ନଜର ପଡ଼ିଥିଲା। ଅବୈଧ ସମ୍ପର୍କ ଓ ସମ୍ପତ୍ତି ଲୋଭରେ ବଲ୍‌ବୀର ସବୁଦିନ ପାଇଁ ପ୍ରବୀଣଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ନିଜର ୩ଜଣ ସହଯୋଗୀଙ୍କୁ ଏକ ଲକ୍ଷ ଟଙ୍କା ସୁପାରିସ ବଦଳରେ ପ୍ରବୀଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଶେଷରେ ଅଗ୍ରୀମ ଆକାରରେ ବଲ୍‌ବୀର ୬୦ ହଜାର ଟଙ୍କା ତାଙ୍କ ସହଯୋଗୀଙ୍କୁ ଦେଇଥିଲେ। ଏହାପରେ ଯୋଜନା ମୁତାବକ ପ୍ରବୀଣଙ୍କୁ ତାଙ୍କ ଫାର୍ମକୁ ନେଇ ପ୍ରଚୁର ମଦ ପିଆଇଥିଲେ। ଏବଂ ନିଶାରେ ଥିବା ଅବସ୍ଥାନରେ ପ୍ରବୀଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ୩ ସୁପାରି କିଲର୍‌ଙ୍କ ସମେତ ବଲ୍‌ବୀର ଓ ପ୍ରବୀଣଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକା କାମ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଲୋଇସିଂହା,୬ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଠିକାବିବାଦରୁ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। ଲୋଇସିଂହା...

ମହିଳାଙ୍କ ସହ ପୋଲିସ ବାବୁଙ୍କ ଅଶ୍ଳୀଳ ବାର୍ତ୍ତାଳପର ଅଡିଓ ଭାଇରାଲ, ମୋବାଇଲରେ ମହିଳାଙ୍କୁ ….

ନିଶ୍ଚିନ୍ତକୋଇଲି, ୬।୯(ଅଶୋକ କୁମାର ମହାପାତ୍ର): ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନ ଭଦ୍ରେଶ୍ୱର ଥାନାର ଜଣେ ପୋଲିସବାବୁଙ୍କ ସହ ଆଉ ଜଣେ ମହିଳାଙ୍କ ପ୍ରେମ ଗପର ଅଡିଓ ଏବଂ...

ଆଲମିରା ଭିତରେ ଲୁଚାଇ ରଖିଥିଲେ ୨୨ ହଜାର ଟଙ୍କିଆ ମଦ, ବିଦେଶରୁ ସାମଗ୍ରୀ ଆଣି ସଜେଇଛନ୍ତି ଘର, ଭିଡିଓ ଦେଖିଲେ…

ଭୁବନେଶ୍ୱର/କେନ୍ଦୁଝର,୬ା୯: କେନ୍ଦୁଝର ଜେଲ୍‌ ସୁପରିଟେଣ୍ଡେଣ୍ଟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଅଫିସ ସମେତ...

ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ୩ଜଣଙ୍କୁ ବିବାହ, ଶାରୀରିକ ସମ୍ପର୍କ ରଖିବା ସହ ଲୁଟୁଥିଲେ ଟଙ୍କା

ଭୁବନେଶ୍ୱର,୨ା୯(ସୂର୍ଯ୍ୟକାନ୍ତ ବେହେରା): ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଯୁବତୀମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଶାରୀରିକ ସମ୍ପର୍କ ରଖିବା ସହ ସେମାନଙ୍କଠାରୁ ଟଙ୍କା ଠକି...

ବାଘଛାଲ ରାକେଟରେ ଯବାନ

ଭୁବନେଶ୍ୱର,୨ା୯(ସୂର୍ଯ୍ୟକାନ୍ତ ବେହେରା): ବାଘ ଛାଲ ବିକ୍ରି ପାଇଁ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କାଶୀପୁରରେ ଚାଲିଥିଲା ଡିଲ୍‌। ଗ୍ରାହକ ବେଶରେ ଚଢ଼ାଉ କରି ସମ୍ପୃକ୍ତ...

ଭିଜିଲାନ୍ସ ଜାଲରେ ପଡ଼ିଲେ ଖଣି ଉପନିର୍ଦ୍ଦେଶକ, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର,୨ା୯(ମନୋଜ ନନ୍ଦ): ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବଡ଼ ବାବୁ। ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍‌...

ଗ୍ରହ ଶାନ୍ତି ନାଁରେ ବନ୍ୟପ୍ରାଣୀ ଅଙ୍ଗ ଚାଲାଣ, ଓଡ଼ିଶାରୁ ଦକ୍ଷିଣ ଏସିଆକୁ ଲମ୍ବିଛି ଚେର

ଭୁବନେଶ୍ୱର,୨ା୯(ସତ୍ୟଜିତ୍‌ ରାଉତ): ଗ୍ରହ ଶାନ୍ତି ନାଁରେ ବିରଳ ବନ୍ୟପ୍ରାଣୀ ଅଙ୍ଗ ବିଦେଶକୁ ଚୋରା ଚାଲାଣ ହେଉଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ବିଭିନ୍ନ ଜଙ୍ଗଲରୁ ସଂରକ୍ଷିତ...

ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ, ଏତିକି ଟଙ୍କାର ସମ୍ପତ୍ତି ଠାବ

ଛତ୍ରପୁର,୧ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କୁ ରବିବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି। ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri