ହାଇକୋର୍ଟଙ୍କୁ ପୁରୁଣା ମାମଲା ଅଡୁଆ

କଟକ ଅଫିସ,୧୨ା୮: ବହୁ ପୁରୁଣା ମାମଲାଗୁଡ଼ିକର ଶୁଣାଣି ବେଳେ ଏବେ ହାଇକୋର୍ଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମାମଲାଗୁଡ଼ିକ ପ୍ରାୟ ୧୬ରୁ ୨୦ ବର୍ଷ ହେଲା ଗଡୁଥିବା ବେଳେ ଆବେଦନକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନି। ଅନେକ ମାମଲାରେ ଆବେଦନକାରୀ ଜୀବିତ ନା ମୃତ, ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। ଆଉ କେତେକ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କୋର୍ଟରେ ହାଜର ହେଉଛନ୍ତି। କିନ୍ତୁ ସେ ମଧ୍ୟ ଆବେଦନକାରୀଙ୍କ ସହିତ ସମ୍ପର୍କରେ ନ ଥିବା କୋର୍ଟଙ୍କୁ ଜଣାଇଛନ୍ତି। ତେଣୁ ଆବେଦନକାରୀଙ୍କୁ ଖୋଜିବାକୁ ପୋଲିସର ସହାୟତା ନେବା ପାଇଁ ସରକାରୀ ଆଇନଜୀବୀ ଓ ରେଜିଷ୍ଟ୍ରାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସୋମବାର ୨୦୦୦ ମସିହାର ଏକ କ୍ରିମିନାଲ୍‌ ଅପିଲ୍‌ର ଶୁଣାଣି ହୋଇଥିଲା। ନବରଙ୍ଗପୁର ଜିଲା କୋଡିଙ୍ଗା ଥାନା ଅଧୀନ ଏକ ଗ୍ରାମର ଉଦ୍ଧବ ମାଝି ଓ ଉଦରଣ ମାଝି ୨୦୦୦ ଅଗଷ୍ଟ ୨୯ରେ ଏକ ଆପରାଧିକ ମାମଲାରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ଶୁଣାଣି ହୋଇଥିଲେ ମଧ୍ୟ ବିଶେଷ ଅଗ୍ରଗତି ଦେଖାଦେଇ ନ ଥିଲା। ସୋମବାର ଏହାର ଶୁଣାଣି ପାଇଁ ତାରିଖ ରହିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଏସ୍‌.ଡି. ଦାସ ଓ ସରକାରଙ୍କ ପକ୍ଷରୁ ଆଇନଜୀବୀ ଏ.କେ. ନନ୍ଦ ଭିଡିଓ କନଫରେନ୍ସ ଦ୍ୱାରା ଶୁଣାଣିରେ ଭାଗ ନେଇଥିଲେ। ତେବେ ଆବେଦନକାରୀଙ୍କ ସହ ଦୀର୍ଘ ଦିନ ହେଲା ସମ୍ପର୍କରେ ନ ଥିବା ଆଇନଜୀବୀ ଦାସ କୋର୍ଟଙ୍କୁ ଅବଗତ କରିଥିଲେ। ଉଭୟ ଆବେଦନକାରୀ ଏବେ କେଉଁଠି ଅଛନ୍ତି, ନବରଙ୍ଗପୁର ଏସ୍‌ପି ଓ କୋଡିଙ୍ଗା ଥାନା ଅଧିକାରୀଙ୍କ ଜରିଆରେ ସୂଚନା ସଂଗ୍ରହ କରି କୋର୍ଟଙ୍କୁ ଜଣାଇବାକୁ ସରକାରୀ ଆଇନଜୀବୀ ନନ୍ଦଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଉଭୟଙ୍କ ସମ୍ପର୍କରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ସୂଚନା ସଂଗ୍ରହ କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ଆଇନଜୀବୀ ଦାସଙ୍କୁ ମଧ୍ୟ ଉଭୟଙ୍କ ଠିକଣା ନେବା ପାଇଁ କୁହାଯାଇଛି। ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
କେବଳ ଏହି ଗୋଟିଏ ମାମଲା ନୁହେଁ, ସୋମବାର ଅନ୍ୟ ଏକ ମାମଲାରେ ମଧ୍ୟ ସମାନ ସମସ୍ୟା ହୋଇଥିଲା। ୨୦୦୦ ମସିହାର ଏକ କ୍ରିମିନାଲ୍‌ ଅପିଲ୍‌ ମାମଲାରେ ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅଞ୍ଚଳର ଫକିର ପ୍ରଧାନଙ୍କୁ ହାଇକୋର୍ଟ ୨୦୦୪ ଅଗଷ୍ଟ ୩୦ରେ ଜାମିନ ଦେଇଥିଲେ। ସୋମବାର ଏହି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଉପସ୍ଥିତ ନ ଥିଲେ। ଏଣୁ ଢେଙ୍କାନାଳ ଏସ୍‌ପି ଓ ହିନ୍ଦୋଳ ଥାନା ଅଧିକାରୀଙ୍କଠାରୁ ସରକାରୀ ଆଇନଜୀବୀ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କଠାରୁ ହାଇକୋର୍ଟ ରେଜିଷ୍ଟ୍ରାର ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଶୁକ୍ରବାର ମଧ୍ୟ ୨୦୦୦ ମସିହାର ୫ଟି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହାଜର ହୋଇ ନ ଥିଲେ। ଏହି ସବୁ ମାମଲାରେ ତଳ ଅଦାଲତଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଣୁ ସଂପୃକ୍ତ ଜିଲାର ଏସ୍‌ପି ଓ ପୋଲିସ ଆଇଜି (ଆଡମିନିଷ୍ଟ୍ରେସନ୍‌)ଙ୍କଠାରୁ ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ନେବା ପାଇଁ ରେଜିଷ୍ଟ୍ରାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଜୀବିତ ନ ମୃତ, ଯଦି ମୃତ ତେବେ ପ୍ରମାଣପତ୍ର ଦାଖଲ କରିବା ପାଇଁ କୁହାଯାଇଛି। ଆବେଦନକାରୀ ଜୀବିତ ଥିଲେ, ତାଙ୍କର ବର୍ତ୍ତମାନ ଠିକଣା, ଯୋଗାଯୋଗ ନମ୍ବର ସଂଗ୍ରହ କରି କୋର୍ଟଙ୍କୁ ଅବଗତ କରିବାକୁ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri