ଚିକିତ୍ସା ଲାଗି ଟଁକା ବାଧକ୍‌: ରକ୍ତ କର୍କଟ ରୋଗ୍‌ରେ ପୀଡ଼ିତ ଲକ୍ଷ୍ମୀପ୍ରିୟା

ରାଉରକେଲା ଅଫିସ,୨୫।୪: ଟଁକା ପଏସା ଅଭାବ ଥିଲେ ବି ଝି’କେ ପାଠ୍‌ ପଢ଼ାବାରେ କେହେନ୍‌ସି ପରକାର ଉନା ନାଇଁକରି। ତାକର ଗୁଟେନ ଉଦେଶ ଥିଲା ଝି’କେ ପାଠ୍‌ ପଢ଼େଇ ଉଚ୍‌ ଶିକ୍ଷିତ କରବାର। କୁଲି ମଜୁରି କରି ପରିବାର ଚଲବାର ସଂଗେ ଝି’ର ପାଠ୍‌ପଢ଼ା ଲାଗି ସବୁ ପୁରନ୍‌ କରୁଥିଲେ ସେ। ଛୋଟ ପରିବାର ହେଲେ ବି ସଭେ ହସ୍‌ଖୁସିରେ ଚଲୁଥିଲେ। ଯେତେ ଦୁଖ୍‌ ଆଏଲେ ବି କେହି ମାନ ଅଭିମାନ ନାଇଁ କରୁଥାଇ। ହେଲେ ଯେନ୍‌ ଦିନ୍‌ଠାନୁ ଝି’ କର୍କଟ ରୋଗ୍‌ରେ ପୀଡ଼ିତ ଅଛେ ବଲି ଜନାପଡ଼ଲା ଘରର ସବୁ ସୁଖ୍‌ ଶିଅଁାତି ଉଭି ଗଲା। କେହି ଭଲସେ ମୁଠେ ନାଇଁ ଖାଏବାର। ଝି’ କେନ୍‌ଥେଇ ଭଲ ହେବା ସେ ଚିନ୍‌ତାରେ ସଭେ ହରମେଶା ଘାରି ହେଉଛନ୍‌। ଏନ୍‌ତା ଗୁଟେ ଦୁଖଦ୍‌ ପରିସ୍ଥିତିର ସାମନା କରୁଛନ୍‌ ଏସ୍‌ଟିଆଇ ପାସର ଓୟାର ହାଉସ ବାସିନ୍‌ଦା ଦୁଃଶାସନ ଜେନା। ତାକର ଗୁଟେ ବଲି କଲେଜ ପଢ଼ୁଆ ଝି’ ଲକ୍ଷ୍ମୀପ୍ରିୟା(୧୯) କର୍କଟ ରୋଗ୍‌ରେ ପୀଡ଼ିତ ହେଇ ଟଁକା ପଏସା ଅଭାବୁ ଘରେ ପଡ଼ି ରହିଛନ୍‌। ଛେଣ୍ଡ ହୃଷୀକେଶ ରାୟ ମହାବିଦ୍ୟାଳୟରେ ଯୁକ୍ତ ୩ ପହେଲା ବଛର୍‌ର ଛାତ୍ରୀ ଲକ୍ଷ୍ମୀପ୍ରିୟା। ସେ କେଭେ ସପନ୍‌ରେ ବି ଭାବି ନାଇଁଥାଇ ଯେ ଜୀବନ୍‌ରେ ଏନ୍‌ତା ଗୁଟେ ଖରାପ୍‌ ସମିଆ ଦେଖ୍‌ବାକେ ପଡ଼ବା। ଗରିବ୍‌ ମା’ବାପ୍‌ର ବିକଲ ଚେହେରା ଦେଖି ଲକ୍ଷ୍ମୀପ୍ରିୟା ସହି ନାଇଁପାରବାର। ଚିକିତ୍ସା ଲାଗି ଏତେ ଟଁକା ଆଏବା କେନ୍‌ନୁ। କିଏ ଲମାବା ସାହାଯ୍‌ର ହାତ୍‌। କାହାକେ ଗୁହାରପାତ୍‌ କରବେ ମା’ବାପ୍‌। ଖଟେ ପଡ଼ି ଏନ୍‌ତା ସବୁ ଚିନ୍‌ତାରେ ଘାରି ହେଉଛନ୍‌ ଲକ୍ଷ୍ମୀପ୍ରିୟା। ଭୁବନେଶ୍ୱର ଏମ୍‌ସରେ ଗଲା ୨୦ ଦିନ୍‌ ଧରି ଚିକିତ୍ସା ହେଲା ଉତାରୁ ଏହେଦେ ଘରକେ ଫିରିଛନ୍‌ ଲକ୍ଷ୍ମୀପ୍ରିୟା। ଘରେ ଥିବାର ଗହନାଗାଁଠି ବିକାଭଂଗା ସଏଲାନ। ଏନ୍‌ତା କି ପରିବାର ଲୋକ୍‌ ଭିନେ ଭିନେ ଜାଗାରୁ ୩ ଲାଖ୍‌ ଟଁକା ଧାର ଉଧାର କରିସାଏଲେନ। ଏମ୍‌ସ କତୁରପକ୍ଷ ଲକ୍ଷ୍ମୀପ୍ରିୟାକୁଁ ଉନିଆ ନିକେ ପଠେଇଥିଲେ ବି ଟଁକା ପଏସା ଅଭାବୁ ସେ ଘରେ ପଡ଼ି ରହିଛନ୍‌। ଡାକ୍‌ତରକଁର କହେବାର ହିସାବେ ୨୦ରୁ ୩୦ ଲାଖ୍‌ ଟଁକା ନାଇଁ ହେଲେ ରୋଗ୍‌ ଭଲ ନାଇଁହୁଏ।  ଏନ୍‌ତାଥି ପରିବାର ମୁଡ଼େ ଅକାଲ ଚଡ଼କ ପଡ଼ିଛେ। ଇଆଡ଼େ ଲକ୍ଷ୍ମୀପ୍ରିୟାର ଦିହିପା ଦିନୁଦିନ୍‌କେ ବିଗିଡ଼ିବାରେ ଲାଗିଛେ। ମା’ବାପ୍‌ ଉପେ ଶୂଇନ୍‌ ହେଇ ଝି’ର ସବୁ ଦୁଖ୍‌ ଦରଦ୍‌ ଦେଖୁଛନ୍‌। ଯଦି ସରକାର ସାହାଯ୍‌ର ହାତ୍‌ ବଢ଼ାବେ ତ ଝି’ ଅକାଲ ମୁରତୁର ବରତି ଯିବା ବଲି ପରିବାର ଲୋକ୍‌ ଆର ତାକର ଲାଗେଲେସରମାନେ କହିଛନ୍‌। ଘଟନା ବାବ୍‌ଦେ ଖବର ପାଇ ସାମାଜିକ ସଂଗଠନ ଆଖି ଅନୁଷ୍ଠାନର ଅଧ୍ୟକ୍ଷ ଅବିନାଶ ଶୁକ୍ଳା ସୁନ୍ଦରଗଡ଼ ଜିଲାପାଳ ରଶ୍ମିତା ପଣ୍ଡାକୁଁ ଭେଟି ଲକ୍ଷ୍ମୀପ୍ରିୟାକୁଁ ଚିକିତ୍ସା ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଥିଲେ। ଜିଲାପାଳ ପଣ୍ଡା ସଂଗେ ସଂଗେ ୩୦ ହଜାର ଟଁକା ସାହାଯ୍‌ ଦେଇଛନ୍‌। ଷ୍ଟିଲ ସିଟିରେ ବହୁତ ଧନୀ, ସହୁରୁଦ୍‌ ଲୋକ ବାସ କରୁଥିଲାବେଲେ ଲକ୍ଷ୍ମୀପ୍ରିୟାକଁର ଇ ଦୁରଦିନ୍‌ରେ ସାହାଯ୍‌ର ହାତ୍‌ ବଢ଼ାବାକେ ଶୁକ୍ଲା ସମକୁ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri