ଅକ୍ଟୋବର ୧୨ରୁ ଓଜେଇଇ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ଓଜେଇଇ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌ରେ ହେବ। ପ୍ରତ୍ୟେକ ଦିନ ତିନୋଟି ସିଫ୍ଟରେ କରାଯିବ। ପରୀକ୍ଷାର କେଉଁ ସିଫ୍ଟରେ କ’ଣ ଅଛି ତା’ର ସମ୍ପୂର୍ଣ୍ଣ ସୂଚନା ସହିତ ରୋଲ୍‌ ନମ୍ବର, ସିଫ୍ଟ ଏବଂ ପରୀକ୍ଷା କେନ୍ଦ୍ର, ଆଡମିଟ୍‌ କାର୍ଡ ଓଜେଇଇ ଅଫିସିଆଲ ଓ୍ବେବ୍‌ସାଇଟ୍‌ www.ojee.nic.in ବା www.o।ishajee.comରେ ଚଳିତମାସ ଶେଷ ସୁଦ୍ଧା ଉପଲବ୍ଧ ହେବ। ଛାତ୍ରୀଛାତ୍ର ଉପରୋକ୍ତ ୱେବ୍‌ସାଇଟ ଖୋଲି ପରୀକ୍ଷା ସମ୍ବନ୍ଧୀୟ ଆବଶ୍ୟକ ସୂଚନା ପାଇପାରିବେ।
ଏଥର ମୋଟ ୫୩ଟି ସେଣ୍ଟରରେ ଓଜେଇଇ ଅନୁଷ୍ଠିତ ହେବ। ରାଜ୍ୟ ଭିତରେ ୨୧ଟି ସହରରେ ୫୦ଟି କେନ୍ଦ୍ର କରାଯାଇଛି। ସେଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି(ଗଜପତି), ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ(କନ୍ଧମାଳ), କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଓ ସମ୍ବଲପୁର। ସେହିପରି ରାଜ୍ୟ ବାହାରେ ଝାଡ଼ଖଣ୍ଡର ରାଞ୍ଚତ୍, ପଶ୍ଚିମବଙ୍ଗର କୋଲକାତା ଓ ବିହାରର ପାଟଣାଠାରେ ମଧ୍ୟ ଓଜେଇଇ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏହି ପରୀକ୍ଷା ଚଳିତବର୍ଷ ମେ’ ପ୍ରଥମ ସପ୍ତାହରେ ହେବାର ଥିଲା। କିନ୍ତୁ କୋଭିଡ୍‌-୧୯ ମହାମାରୀ ପାଇଁ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ପିଲାଙ୍କ ସୁରକ୍ଷା ପାଇଁ ଓଜେଇଇ ପରୀକ୍ଷାକୁ ସ୍ଥଗିତ କରିଥିଲା। ତେବେ ଏହି ପରୀକ୍ଷାକୁ ଆସନ୍ତା ଅକ୍ଟୋବର ୧୨ରୁ ଆରମ୍ଭ କରାଯିବ ବୋଲି ଶୁକ୍ରବାର ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ଦେବାରେ ଛାତ୍ରୀଛାତ୍ରମାନେ ଯେପରି ଅସୁବିଧା ସମ୍ମୁଖୀନ ନ କରନ୍ତି, ସେଥିପାଇଁ ଚଳିତବର୍ଷ ରାଜ୍ୟରେ ଆଉ ୬ଟି ସହର ଓ ରାଜ୍ୟ ବାହାରେ ୩ଟି ସହରରେ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri