କଳିଙ୍ଗନଗର ଶିଳ୍ପାଞ୍ଚଳ: ଲାଭ ପଛରେ ଶିଳ୍ପସଂସ୍ଥା, ସ୍ଥାନୀୟ ନିଯୁକ୍ତି ଗୌଣ

ଯାଜପୁର ଅଫିସ,୯।୧୦: ସ୍ଥାନୀୟ ନିଯୁକ୍ତି ଆଶାରେ ଯାଜପୁର ଜିଲାର କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। ଏପରି କି ଶିଳ୍ପାୟନ ଦ୍ୱାରା ପରିବେଶ ପ୍ରଦୂଷଣ ସମେତ ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ସହିଗଲେ। ଅନ୍ୟପକ୍ଷରେ ଶିଳ୍ପସଂସ୍ଥାଗୁଡ଼ିକ ବିକାଶର ସ୍ବପ୍ନ ଦେଖାଇ ଖଣି, ପାଣି, ଜମି ହାତେଇ ତାହାର ଭରପୂର ବ୍ୟବହାରର ସୁଯୋଗ ପାଇଲେ। କିନ୍ତୁ ଶିଳ୍ପସଂସ୍ଥାଗୁଡ଼ିକ ନିଯୁକ୍ତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ସେମାନଙ୍କ ପ୍ରତିଶ୍ରୁତିକୁ ଭୁଲିଯାଇ କେବଳ ନିଜ ଲାଭକୁ ବହୁଗୁଣ କରିବାରେ ବ୍ୟସ୍ତ। ସେମାନଙ୍କ ଏଭଳି ମନୋଭାବ ଆଗରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତି ଗୌଣ ହୋଇଯାଇଛି। ଗତ ପ୍ରାୟ ୧ ବର୍ଷ ହେଲା ଏଠାକାର ୨ ବୃହତ୍‌ ଶିଳ୍ପ କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ସେହପିରି ୬ ନୂତନ କାରଖାନା ପ୍ରତିଷ୍ଠା କରାଯାଇଛି। ହେଲେ ୧୬ ଶିଳ୍ପ କାରଖାନାରେ ଗତ ୫ ବର୍ଷ ମଧ୍ୟରେ ୨୩,୯୩୦ ଜଣ ଠିକା ଶ୍ରମିକ ଓ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇଛନ୍ତି।
ଗତ ୫ ବର୍ଷର ରେକର୍ଡ ଦେଖିଲେ ଏହି ଅଞ୍ଚଳର ଶିଳ୍ପରେ ନିୟମିତ କର୍ମଚାରୀଙ୍କ ସଂଖ୍ୟାରେ ୭୪୩ ବୃଦ୍ଧି ଘଟିଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୨୦% ବରିଷ୍ଠ ନିର୍ବାହୀ ଅଧିକାରୀ ଏବଂ ୩୮% ସୁପରଭାଇଜରି କର୍ମଚାରୀ ହେଉଛନ୍ତି ଓଡ଼ିଶାର। ବାକି ରାଜ୍ୟ ବାହାରର ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଅନ୍ୟପକ୍ଷରେ ନୂତନ ଭାବେ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ(ଏନ୍‌ଆଇ୍‌ଏନ୍‌ଏଲ୍‌) ସମେତ ମେସ୍କୋ ଓ ମୈଥାନ କାରଖାନା ବନ୍ଦ ପଡ଼ିଛି। ଫଳରେ ନିୟମିତ ଓ ଠିକା ଶ୍ରମିକ ସଂଖ୍ୟା ପୁଣି ହ୍ରାସ ପାଇବା ଆଶଙ୍କା ଦୃଢ଼ୀଭୂତ ହୋଇଛି। ଏଥିଯୋଗୁ ବିଭିନ୍ନ ବୈଷୟିକ ଡିଗ୍ରୀଧାରୀଙ୍କ ସମେତ ଯାଜପୁର ଜିଲାରେ ପ୍ରାୟ ୬୦ ହଜାର ଯୁବତୀଯୁବକ ବେକାର ହୋଇ ବସିଛନ୍ତି। ହେଲେ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ହଜାର ହଜାର ଲୋକ ଏଠାରେ ନିଯୁକ୍ତି ପାଇ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ବୋଲି କ୍ଷୋଭ ପ୍ରକାଶ ପାଇଛି।
କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ଜୁଲାଇ ସୁଦ୍ଧା ଟାଟା ଷ୍ଟିଲରେ ସର୍ବାଧିକ ୨୪,୨୯୧ ଜଣ ଏବଂ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ରେ ୧୫୧୦ ଠିକା ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଏହି ୨ କାରଖାନାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ହେଁ, ଠିକା କର୍ମଚାରୀ ହ୍ରାସ ଯୋଗୁ ଜିଲାର ବେକାର ଯୁବକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ନିୟମିତ କର୍ମଚାରୀ ନିଯୁକ୍ତିରେ ଗତ ୫ ବର୍ଷ ମଧ୍ୟରେ ଟାଟା ଷ୍ଟିଲରେ ୮୭୩ ଏବଂ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ କାରଖାନାରେ ୧୦୫ ଜଣଙ୍କ ବୃଦ୍ଧି ଘଟିଛି। କିନ୍ତୁ ଏହି ସଂଖ୍ୟାରେ ସ୍ଥାନୀୟ ନିଯୁକ୍ତି ଗୌଣ ହୋଇଯାଇଛି।
ଶିଳ୍ପାୟନ ଦ୍ୱାରା ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ସ୍ଥାୟୀ ନିଯୁକ୍ତି ପାଇ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ ବୋଲି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପରାହତ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଗତ ୫ ବର୍ଷ ମଧ୍ୟରେ ଏ ଦିଗରେ କୌଣସି ସକାରାମତ୍କ ପଦକ୍ଷେପ ନେଇ ପାରିନାହାନ୍ତି ା ଫଳରେ ଯେଉଁ ଶ୍ରମିକ ଓ କର୍ମଚାରୀ ନିଯୁକ୍ତି ହରାଇଛନ୍ତି, ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରୁ ଅଧିକାଂଶ ବାହାର ରାଜ୍ୟକୁ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ସ୍ଥାନୀୟ ନିଯୁକ୍ତିକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଉଛି। ସମ୍ପ୍ରସାରଣ ସମୟରେ ମଧ୍ୟ ସ୍ଥାନୀୟ ନିଯୁକ୍ତି ସଂଖ୍ୟା କିପରି ବୃଦ୍ଧି ଘଟିବ ସେ ନେଇ ପ୍ରଶାସନ ପକ୍ଷରୁ ତାଗିଦ କରାଯାଉଛି। ଆଗାମୀ ଦିନରେ ନିଯୁକ୍ତିକୁ ନେଇ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri