ନୂଆଦିଲ୍ଲୀ, ୨୯।୧୦: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କଂଗ୍ରେସକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ରାଜକୁମାରଙ୍କର ସେନା ଏବଂ ସରକାରଙ୍କ ଉପରେ ଭରସା ନାହିଁ। ବାୟୁସେନା ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ଭୟରେ ମୁକ୍ତ କରିଥିଲା। ଏନେଇ ପାକିସ୍ତାନ ସଂସଦ ପକ୍ଷରୁ କୁହାଯାଇଛି। ଏବେ ରାହୁଲଙ୍କ ଆଖି ଖୋଲିବ ବୋଲି ନଡ୍ଡା କହିଛନ୍ତି। ନଡ୍ଡା ଟୁଇଟ୍ କରି ଏହା ପ୍ରକାଶ କରିଛନ୍ତି। ଏବେ ନଡ୍ଡାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।