ସ୍ମାର୍ଟସିଟି ରାସ୍ତାରେ ବାଲି ଡିପୋ, ବିଏମ୍‌ସି ଚୁପ୍‌

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରରେ ଯଦି କେହି ଘର ତିଆରିବେଳେ ରାସ୍ତା ଉପରେ ସାମୟିକ ଭାବେ କିଛି ସାମଗ୍ରୀ ରଖି ଦେଉଛି ବିଏମ୍‌ସି ଜରିମାନା ଆଦାୟ କରୁଛି। ହେଲେ ସହରର ବିଭିନ୍ନ ରାସ୍ତାକୁ ଜବରଦଖଲ କରାଯାଇ ବାଲି, ଗୋଡ଼ି ଡିପୋ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ବିଏମ୍‌ସି ଆଖିକୁ ଦିଶୁନି। ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ-୪ ଅଞ୍ଚଳ ତଥା ଓ୍ବାର୍ଡ ନଂ.୩୬ର ପ୍ରମୁଖ ଅଞ୍ଚଳ ମଧୁସୂଦନ ନଗର, ଭୌମନଗର, ଓଲ୍ଡ ଏଜି କଲୋନୀ, ଏମ୍‌ଏଲ୍‌ଏ କଲୋନୀ, ଲୋକସେବା ଭବନ ପଛ ରାସ୍ତା, କମିଶନରେଟ ପୋଲିସ ସେବା ଭବନ, ୯ ତାଲା ଅଞ୍ଚଳ ସହିତ ନିକୋ ପାର୍କ, ରବୀନ୍ଦ୍ର ମଣ୍ଡପ ଓ କର କ୍ଲିନିକ୍‌ ସଂଲଗ୍ନ ପ୍ରମୁଖ ରାସ୍ତା ଧୀରେ ଧୀରେ କେତେଜଣ ଦଲାଲ ଓ ମୁଷ୍ଟିମେୟ ଲୋକଙ୍କ କବ୍‌ଜାଙ୍କୁ ଚାଲିଯାଉଛି। ସେମାନେ ବାଲି, ଗୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବେପାର ଚଳାଇଛନ୍ତି। ଏଥିସହ ବେଆଇନ ଭାବେ ଟ୍ରକ୍‌, ଟ୍ରାକ୍ଟର ଆଦି ବଡ଼ ଗାଡ଼ି ପାର୍କିଂ କରିବା ଯୋଗୁ ଯାତାୟାତରେ ସମସ୍ୟା ଉପୁଜୁଛି। ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉଭୟ ବିଏମ୍‌ସି ଓ ଖାରବେଳନଗର ଥାନାକୁ ବାରମ୍ବାର ଜଣାଉଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଓଲଟା ଜବରଦଖଲକାରୀ ନାଲି ଆଖି ଦେଖାଇ ପାଟି ଚୁପ୍‌ କରାଉଛନ୍ତି।
ସ୍ଥାନୀୟ ବାସିନ୍ଦା ବୀରେନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି ଯେ, ବିଏମ୍‌ସିର ଅଣଦେଖା ଯୋଗୁ ଜବରଦଖଲ ବୃଦ୍ଧି ପାଇବା ସହ ବେଆଇନ ବାଲି ଡିପୋ ସଂଖ୍ୟା ୪ରୁ ୨୦ରେ ପହଞ୍ଚତ୍ଛି। ବେଆଇନ ପାର୍କିଂ ସଂକୀର୍ଣ୍ଣ କରିଦେଉଛି। ଏଥିଯୋଗୁ ଦୁର୍ଘଟଣା ଘଟିବା ସହ ବାଲି ଉପରେ ଶୋଇବା ପାଇଁ ଆସୁଥିବା ଷଣ୍ଢ, କୁକୁରଙ୍କ ଉତ୍ପାତ ଲୋକଙ୍କୁ ଅଣନିଃଶ୍ୱାସୀ କରିପକାଉଛି। ଅଭିଯୋଗ ସତ୍ତ୍ୱେ ଖାରବେଳ ନଗର ଥାନା ଏହା ଟ୍ରାଫିକ୍‌ ଓ ବିଏମ୍‌ସିର କାର୍ଯ୍ୟ ବୋଲି କହି ଏଡ଼ାଇ ଦିଆଯାଉଛି। ବିଏମ୍‌ସି ଅତିରିକ୍ତ କମିଶନର ସୁରଥ ମଲ୍ଲିକ କହିଛନ୍ତି, ଅଭିଯୋଗ ସଂକ୍ରାନ୍ତରେ ୩୬ ନଂ.ଓ୍ବାର୍ଡ ଅଫିସରଙ୍କୁ ରିପୋର୍ଟ ମଗାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଓ୍ବାର୍ଡ ଅଫିସର ମାନସ ମିଶ୍ର କୁହନ୍ତି, ମୁଁ ନୂଆକରି ଆସିଥିବାରୁ ଓ୍ବାର୍ଡ ବିଷୟରେ ଭଲ ଭାବରେ ଜାଣି ନାହିଁ। ଛୁଟିରେ ରହିଛି। ଉଚ୍ଚ ଅଧିକାରୀଙ୍କୁ ଜଣାଇ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri