ନୂଆ ରେକର୍ଡ ସ୍ତରରେ ପୁଞ୍ଜିବଜାର

ନୂଆଦିଲ୍ଲୀ: ବୁଧବାର ଦେଶର ପୁଞ୍ଜିବଜାର କାରବାର ନୂଆ ରେକର୍ଡ ସ୍ତର ଛୁଇଁଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ରେକର୍ଡ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ଏହି ସମୟରେ ଅଟୋମୋବାଇଲ, ବ୍ୟାଙ୍କ ଏବଂ ରିୟଲିଟି ଷ୍ଟକ୍‌ଗୁଡିକ ଭଲ କାରବାର ହାସଲ କରିଥିବା ଜଣାପଡିଛି। ଦିନ ମଧ୍ୟରେ ସେନ୍‌ସେକ୍ସ ୪୪,୨୧୫ ପଏଣ୍ଟ ସ୍ତର ଛୁଇଁଥିଲା। କାରବାର ଶେଷ ବେଳକୁ ଏହା ୨୨୭ ପଏଣ୍ଟ ବା ୦.୫୨% ଉଚ୍ଚରେ ରହି ୪୪,୧୮୦ ପଏଣ୍ଟ ସ୍ତରରେ ରହିଛି। ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସୂଚକାଙ୍କ ପ୍ରଥମ ଥର ଲାଗି ୪୪ ହଜାର ପଏଣ୍ଟରୁ ଊର୍ଦ୍ଧ୍ୱରେ ରହି ବନ୍ଦ ହୋଇଛି। ସେହିଭଳି ଏନ୍‌ଏସ୍‌ଇର ନିଫ୍ଟି ମଧ୍ୟ ୬୪ ପଏଣ୍ଟ ବା ୦.୫୦% ଉଚ୍ଚରେ ରହି ୧୨,୯୩୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର କାରବାର ସବୁଠାରୁ ଉନ୍ନତ ରହିବା ସହ ୧୦.୮୨% ବଢିଛି। ସେହିଭଳି ବଜାଜ ଫିନ୍‌ସର୍ଭ, ଏଲ୍‌ ଆଣ୍ଡ ଟି, ଇଣ୍ଡସ ଇଣ୍ଡ ବ୍ୟାଙ୍କ, ଏସ୍‌ବିଆଇ, ବଜାଜ ଫିନ୍‌ସର୍ଭ ଭଳି କମ୍ପାନୀର ଶେୟାର କାରବାର ବେଶ୍‌ ଉନ୍ନତ ରହିଛି। ଶେୟାର କାରବାର କ୍ଷତି ସହିଥିବା କମ୍ପାନୀ ମଧ୍ୟରେ ହିନ୍ଦୁସ୍ଥାନ ୟୁନିଲିଭର, ଟାଇଟନ, ଟିସିଏସ୍‌, ଆଇଟିସି, ଭାରତୀ ଏୟାରଟେଲ ରହିଛି। ଏନ୍‌ଏସ୍‌ଇ ପ୍ଲାଟ୍‌ଫର୍ମ ନିଫ୍ଟିରେ ଅଟୋ, ପିଏସ୍‌ୟୁ ବ୍ୟାଙ୍କ, ରିୟଲିଟି, ବ୍ୟାଙ୍କ ଏବଂ ପ୍ରାଇଭେଟ ବ୍ୟାଙ୍କ ଶେୟାର କାରବାର ୩.୫୭% ବଢିଛି।
ଭାକ୍‌ସିନ ଆଶାରେ ଶେୟାର ବଜାରରେ କାରବାର ଉନ୍ନତ ସ୍ଥିତିରେ ରହିଛି। ବିଦେଶୀ ନିବେଶକଙ୍କର ଭାରତୀୟ ଶେୟାର ବଜାରରେ ଆଶା ବଢିବାରୁ ସେମାନେ ନିବେଶ ଲାଗି ଆଗେଇ ଆସିଛନ୍ତି ବୋଲି ମୋତିଲାଲ ଓସ୍‌ଓ୍ବାଲ ସିକ୍ୟୁରିଟିଜର ରିସର୍ଚ୍ଚ ମୁଖ୍ୟ ସିଦ୍ଧାର୍ଥ ମାଲହୋତ୍ରା ସୂଚନା ଦେଇଛନ୍ତି। ବଜାରରେ ଏହି ଧାରା ଆଗାମୀ ଦିନରେ ରହିବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ବୁଧବାର ବିଦେଶୀ ନିବେଶକମାନେ ୪୯୦୫.୩୫ କୋଟି ଟଙ୍କା ନିବେଶ କରିଥିବା ସୂଚନା ରହିଛି।

୫୦ ହଜାର ସ୍ତର ଛୁଇଁବ ସେନ୍‌ସେକ୍ସ
ଗତ ୮ ମାସରେ ସେନ୍‌ସେକ୍ସରେ ପ୍ରାୟ ୭୦% ବୃଦ୍ଧି ପରିଲକ୍ଷିତ ହୋଇଛି। ମୋର୍ଗାନ ଷ୍ଟାନ୍‌ଲି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ୨୦୨୧ ଡିସେମ୍ବର ସୁଦ୍ଧା ସେନ୍‌ସେକ୍ସ ୫୦ ହଜାର ପଏଣ୍ଟ ସ୍ତର ଟପିବ। ଶେୟାର ବଜାରରେ ନିବେଶ ଉପରେ ନିବେଶକ ଲାଭବାନ୍‌ ହେବା ବିଶେଷ ସମ୍ଭାବନା ରହିଛି। ସେହିଭଳି ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଏବଂ ଗୋଲ୍ଡମ୍ୟାନ ସ୍ୟାଚ୍‌ ପକ୍ଷରୁ କୁହାଯାଇଛି, ଭାରତୀୟ ଶେୟାର ବଜାରରେ ବୁଲିସ ଟ୍ରେଡିଂ ଦେଖିବାକୁ ମିଳିବ। ୨୦୨୧ ଡିସେମ୍ବର ବେଳକୁ ନିଫ୍ଟି ୧୪ ହଜାର ପଏଣ୍ଟ ସ୍ତର ଟପିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri