ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୮।୧୧
ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା ତିନିଠାକୁରଙ୍କ ପ୍ରଥମ ବୀର ବେଶ। ତେଣୁ ଏହି ଦିନକୁ ଅତି ଆତୁର ହୋଇ ଚାହିଁ ରହିଥିଲେ ଜିଲାର ହଜାର ହଜାର ଶ୍ରଦ୍ଧାଳୁ। କରୋନା କାରଣରୁ ଦୀର୍ଘ ୭ ମାସ ହେଲା ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ଏହି ବିରଳ ବେଶ ପୂର୍ବରୁ ସରକାର କଟକଣା କୋହଳ କରିପାରନ୍ତି ବୋଲି ସେମାନେ ଆଶା କରିଥିଲେ। ହେଲେ ଏ ଦିଗରେ ସରକାର ପଦକ୍ଷେପ ନ ନେବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। ଏ ନେଇ ଅନେକେ ସରକାରଙ୍କ କଠୋର କଟକଣାକୁ ଦାୟୀ କରିଥିବା ବେଳେ ଆଉ କେତେଜଣ ଶ୍ରଦ୍ଧାଳୁ ଭାବ ବିନୋଦିଆ ଭାବ ଲଗାଇଲେନି ବୋଲି ମତବ୍ୟକ୍ତ କରିଛନ୍ତି।
୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିଲା ଅନୁଗୋଳ ଶୈଳଶ୍ରୀକ୍ଷେତ୍ର। ତେଣୁ ପ୍ରଥମ କରି ୩ ଠାକୁରଙ୍କ ଏହି ପରାକ୍ରମୀ ବେଶ ଦେଖିବା ପାଇଁ ଅନୁଗୋଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ବନ୍ତଳାରେ ଥିବା କାରିଗରଙ୍କୁ ଧନୁ, ତୀର ଓ ଅନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ଶୁକ୍ରବାର ନିର୍ଦ୍ଧାରିତ ପରମ୍ପରା ଅନୁଯାୟୀ ସରକାରୀ କଟକଣା ମଧ୍ୟରେ ଶୈଳଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ନାଗାର୍ଜୁନ ବେଶ କରାଯାଇଥିଲା। ଏହା ପୂର୍ବରୁ ସବୁଦିନ ଭଳି ଅନ୍ୟ ନୀତିକାନ୍ତି ଶେଷ କରାଯାଇଥିଲା। ଭୋର୍‌ ୬ଟା ବେଳେ ଦିଅଁଙ୍କୁ ବୀର ବେଶରେ ସାଜସଜ୍ଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିରର ପୂଜକ ମାନସ ରଞ୍ଜନ କର ଓ ତାଙ୍କ ସହଯୋଗୀମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ତିନି ଦିଅଁଙ୍କ ମଥାରେ ପଗଡ଼ି ବାନ୍ଧିବା ସହ ଯୋଦ୍ଧା ଭାବେ ସଜାଇଥିଲେ। ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର ମହାବାହୁ ଧାରଣ କରିଥିଲେ। ପୂର୍ବାହ୍ନ ୭ଟାରେ ମହାପ୍ରଭୁ ନାର୍ଗାଜୁନ ବେଶରେ ସଜ୍ଜିତ ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମଧ୍ୟାହ୍ନ ଧୂପ ପରେ ଉକ୍ତ ବେଶ ଓଲାଗି କରାଯାଇଥିଲା। କିନ୍ତୁ ଠାକୁରଙ୍କୁ ଏହି ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରି ନ ଥିବା ଦୁଃଖର ବିଷୟ ବୋଲି କମିଟି କର୍ମକର୍ତ୍ତାମାନେ କହିଛନ୍ତି।
ବିରଳ ବେଶ ଦର୍ଶନ ଆଉ ସମ୍ଭବ ନୁହେଁ
ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ ଭାଗ୍ୟରେ ଥିଲେ ମିଳେ। ଦୀର୍ଘ ୨୫ ବର୍ଷ ପରେ ଏହି ନାଗାର୍ଜୁନ ବେଶ ପଡ଼ୁଥିବାରୁ ପୁରୀ ଯାଇ ନ ପାରିଲେ ମଧ୍ୟ ଅନୁଗୋଳରେ ଦେଖିବାର ଇଚ୍ଛା ଥିଲା। କିନ୍ତୁ କରୋନା ଯୋଗୁ ସେହି ଆଶା ଆଶାରେ ରହିଗଲା। ଆଉ ଥରେ ସୁଯୋଗ ପାଇବି କି ନାହିଁ ଜଣାନାହିଁ।
-ସୌଦାମିନୀ ବାରିକ, ଶ୍ରଦ୍ଧାଳୁ
ସବୁ କାଳିଆର ଲୀଳା
ବଡ଼ ଠାକୁରଙ୍କ ବଡ଼ ଲୀଳା। ସବୁ ତାଙ୍କରି ଇଚ୍ଛାରେ ଚାଲିଛି। ବିନା ଭକ୍ତରେ ଏଥର ରଥଯାତ୍ରା ହେଲା। ବଡ଼ଦାଣ୍ଡରେ ରଥ ଗଡ଼ିଲେ ବି ଭକ୍ତଙ୍କୁ ବାରଣ କରାଗଲା। ଆଉ ଏବେ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ବଞ୍ଚିତ ରଖାଗଲା। ବୋଧହୁଏ ଏହା କାଳିଆର ଇଚ୍ଛା।
-ସ୍ବର୍ଣ୍ଣପ୍ରଭା ପ୍ରଧାନ, ଶ୍ରଦ୍ଧାଳୁ
ବଞ୍ଚିତ କଲା କରୋନା
୧୯୯୪ରେ ଶ୍ରୀମନ୍ଦିରରେ ହୋଇଥିବା ନାଗାର୍ଜୁନ ବେଶ ଦର୍ଶନ ପାଇଁ ପୁରୀ ଯାଇପାରି ନ ଥିଲି। ଏଥର ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ସେହି ଆଶା ପୂରଣ ହେବ ବୋଲି ଭାବିଥିଲି। କିନ୍ତୁ ଏ କରୋନା ସବୁ ସାରିଦେଲା। ଠାକୁରଙ୍କୁ ଆଉ ବୀର ବେଶରେ ଦେଖିପାରିବି କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି।
-ସଞ୍ଜୁବାଳା ପାଢ଼ୀ, ଶ୍ରଦ୍ଧାଳୁ
ଏମିତି ସ୍ଥିତି କଥା ଭାବି ନ ଥିଲୁ
ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଏହି ବିରଳ ବେଶ ହୋଇଥିଲା। ଏଥିପାଇଁ ବର୍ଷକ ପୂର୍ବରୁ ପ୍ରସ୍ତୁତି ଚଳାଇଥିଲୁ। ମହାମାରୀ ଏମିତି ସ୍ଥିତି ସୃଷ୍ଟି କରିବ ବୋଲି କେବେ ଭାବି ନ ଥିଲୁ। କିନ୍ତୁ ସରକାର ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ଏଯାଏ ଖୋଲି ନ ଥିବାରୁ ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।
-ହେମନ୍ତ ଦାସ, ସାଧାରଣ ସମ୍ପାଦକ, ମନ୍ଦିର ପରିଚାଳନା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri