ଜନଜାତିଙ୍କ ଅର୍ଥନୈତିକ ବିକାଶ କରୁଛି ‘ମିଶନ ଜୀବିକା’

ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କର ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ଗତବର୍ଷ ଅକ୍ଟୋବର ମାସରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେସୁଦ୍ଧା ୫୪୫ଟି କୃଷି ଓ ଅଣକୃଷି କ୍ଲଷ୍ଟର ମାଧ୍ୟମରେ ୧ ଲକ୍ଷ ୧୮ ହଜାର ୩୩୪ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। କୃଷିଭିତ୍ତିକ ଓ ଅଣକୃଷିଭିତ୍ତିକ ଜୀବିକା ନିମନ୍ତେ ଉନ୍ନତମାନର କୃଷି ଉତ୍ପାଦନ, ଜଳସେଚନ ଓ ଉପଯୁକ୍ତ ସମୟରେ ବଜାରୀକରଣ କରାଯାଇଛି। ଗୁଣାତ୍ମକ ସାମଗ୍ରୀର ଉପଯୋଗ କରାଯାଇ କୃଷିଭିତ୍ତିକ କ୍ଲଷ୍ଟର ଯଥା ଚଣା କ୍ଲଷ୍ଟର, ମକା କ୍ଲଷ୍ଟର, ଅର୍ଥକରୀ ପନିପରିବା କୁକୁଡା ଚାଷ କ୍ଲଷ୍ଟର ଦ୍ୱାରା ଜନଜାତିର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏତଦ୍‌ବ୍ୟତୀତ କୃଷି ଓ ଜଳସେଚିତ ଜମିର ପରିସୀମା ବୃଦ୍ଧି ହୋଇଛି। ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଦ୍ୱାରା ପତିତ ଜମିକୁ ଚାଷ ଉପଯୋଗୀ କରାଯାଇପାରିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବୁଧବାରଠାରୁ ଆରମ୍ଭ ହୋଇଥିବା ୱେବିନାର ସିରିଜ୍‌ ‘ଟ୍ରାଇବାଲ୍‌ ଡାଏଲଗ୍‌’ରେ ଯୋଗଦେଇଥିବା ବକ୍ତାମାନେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
‘ଜନଜାତିଙ୍କ ଜୀବନଜୀବିକା’ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ‘ଟ୍ରାଇବାଲ୍‌ ଡାଏଲଗ୍‌’ର ପ୍ରଥମ ଅଧ୍ୟାୟକୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରିଥିଲେ। ଆଦିବାସୀ ମନ୍ତ୍ରଣାଳୟର ଯୁଗ୍ମ ସଚିବ ନଭ୍‌ଜିତ କପୁର ଯୋଗଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଦିବାସୀ ଉନ୍ନୟନ ଯୋଜନା ସମ୍ପର୍କରେ କହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଜୀବିକା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଆଲୋକପାତ କରି ଏହାଦ୍ୱାରା ଜନଜାତି ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ହେବା ସହିତ ଜୀବନଧାରଣର ମାନରେ ଉନ୍ନତି ହୋଇପାରୁଛି ବୋଲି କହିଥିଲେ। ପଦ୍ମଶ୍ରୀ କମଳା ପୂଜାରୀ, ଆଇଏଏସ୍‌ ଅଫିସର ଡ. ଅରବିନ୍ଦ କୁମାର ପାଢ଼ୀ, ସିୱାଇଏସ୍‌ଡି ପ୍ରତିଷ୍ଠାତା ଜଗଦାନନ୍ଦ, ‘ପ୍ରଦାନ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନରେନ୍ଦ୍ର ଦାମୋଦରନ୍‌ ଜନଜାତିଙ୍କର ଜୀବନ ଓ ଜୀବିକା ନିର୍ବାହର ବିଭିନ୍ନ ଦିଗ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା(ଏସ୍‌ଟି) ତଥା ଓଟିଡିଏସ୍‌ର ସିଇଓ ଗୁହା ପୁନମ୍‌ ତାପସ କୁମାର ଏହି ୱେବିନାର୍‌କୁ ପରିଚାଳନା କରିଥିଲେ। ଏଣିକି ବିଭାଗ ପକ୍ଷରୁ ପ୍ରତି ମାସ ପ୍ରଥମ ସପ୍ତାହରେ ‘ଟ୍ରାଇବାଲ୍‌ ଡାଏଲଗ୍‌’ର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri