ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟକଲେ ଫସଲ

ଦେବଗଡ଼, ୧୭ା୧୨ (ଡି.ଏନ.ଏ)-ମଙ୍ଗଳବାର ରାତ୍ରିରେ ୨୨ଟି ହାତୀ ବାରକୋଟ ଫରେଷ୍ଟ ରେଞ୍ଜ ଓ ବଳମ ଫରେଷ୍ଟ ସେକ୍ସନ ଅଞ୍ଚଳରେ ଉପଦ୍ରବ କରିଛନ୍ତି। ଏହି ସେକ୍ସନର ବଡଛାପଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘଘର ଗ୍ରାମରେ ପଶି ୨ଟି ଘର ଭାଙ୍ଗି ଧାନ, ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଖାଇଦେବା ସହ ମାଡିଦଳି ବହୁ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି। ଘଘର ଗ୍ରାମରେ ପଶି ମକା ଭୋଇଙ୍କ ଘରର ଏକ କାନ୍ଥ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେବା ସହ ଘରେ ଥିବା ଧାନ ଓ ଚାଉଳ ସମେତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଆଦି ଖାଇଦେବା ସହ ମାଡିଦଳି ନଷ୍ଟ କରିଥିଲେ ା ଏପରିକି ତାମ୍ବି, ଡେକଚି, କଡେଇ, କଂସା ବାସନ ଓ ସାଇକେଲ ଆଦି ମାଡି ଭାଙ୍ଗିଦେଇଥିଲେ। ହାତୀ ଭୟରେ ପରିବାର ସହ ବାହାରକୁ ଧାଇଁଯାଇ ମକା ନିଜର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ସେହିପରି ଉକ୍ତ ଗ୍ରାମର ବୁଧୁ ପ୍ରଧାନଙ୍କ ଘରର ଝରକା ଓ ଆଜବେଷ୍ଟସ ଛାତ ଭାଙ୍ଗି ଘର ଭିତରେ ଥିବା ଧାନ ଓ ଚାଉଳ ଆଦି ଖାଇଦେଇଥିଲେ ା ଉକ୍ତ ହାତୀଦଳ ନିକଟରେ ଥିବା ପ୍ରେମାନନ୍ଦ ନାୟକଙ୍କର ବଗିଚାରେ ପଶି ବିସ୍ତୀର୍ଣ୍ଣ ଅଞ୍ଚଳରେ ହୋଇଥିବା କାକୁଡି, ଝୁଡଙ୍ଗ ଓ ଆଳୁ ଫସଲ ନଷ୍ଟ କରିଦେଇଥିଲେ। ଏହା ପରେ ଗ୍ରାମବାସୀ ମିଳିତ ଭାବେ ଉକ୍ତ ହାତୀଦଳକୁ ଘଉଡାଇବାରୁ ହାତୀଦଳ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ। ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗ୍ରାମବାସୀ ଏ ସମ୍ପର୍କରେ ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁଙ୍କୁ ଅଭିଯୋଗ କରିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟଗାର୍ଡ ଗୀତାଞ୍ଜଳୀ ବିଶ୍ୱାଳ ଉକ୍ତ ଗ୍ରାମକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ବଡଛାପଲ ସରପଞ୍ଚ ଅଜିତ ଭୋଇ ଓ ପୂର୍ବତନ ସରପଞ୍ଚ ଠକଲାଲ ଠାକୁର କ୍ଷତିଗ୍ରସ୍ତଙ୍କ ଘରକୁ ଯାଇ ସେମାନଙ୍କର ଦୁଃଖ ବୁଝିଥିଲେ। ଏହି ଅବସରରେ ସରପଞ୍ଚ ଭୋଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ କିଛି ଚାଉଳ ପ୍ରଦାନ କରିବା ସହ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ମୁଣ୍ଡ ଗୁଞ୍ଜିବା ପାଇଁ ବାସଶୂନ୍ୟ ମକା ଭୋଇଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଏକ ଆବାସ ଯୋଗାଇଦେବାକୁ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ସଂସ୍କୃତ ଶିକ୍ଷକଙ୍କ ମାଡ଼, ଅସଦାଚରଣ ଅଭିଯୋଗ, ଥାନାରେ ପହଞ୍ଚିଲା ମାମଲା

ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ବିଦ୍ୟାଳୟର ସଂସ୍କୃତ...

ଆଇଆର୍‌ବି ଯବାନଙ୍କ କାର୍‌ ଧକ୍କାରେ ଯୁବକଙ୍କ ଜୀବନ ଗଲା, ଥାନା ଘେରାଉ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୯ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ବଲଣ୍ଡା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।...

ବେକରୁ ସୁନା ଚେନ୍‌ ଝାମ୍ପି ବନ୍ଧାହେଲେ ୨ ଲୁଟେରା

ଦେବଗଡ଼,୨ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରର ମୁଖ୍ୟସ୍ଥଳରେ ଥିବା ଜନଗହଳି ପୂର୍ଣ୍ଣ ନବୋଦୟ ସାହି ଛକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବେକରୁ ଗତ ୨୯...

ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ଦାଦାଗିରି: ସହକାରୀ ଯନ୍ତ୍ରୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

ଦେବଗଡ଼,୨୫ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ମାଝିଙ୍କୁ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ରଙ୍କ ସ୍ବାମୀ...

ପାଠ ପଢ଼ାଇବାରେ କମ୍‌, ରାଜନୀତିରେ ବେଶି ଧ୍ୟାନ

ଦେବଗଡ଼,୨୧।୭(ଶଶାଙ୍କଶେଖର ଝାଙ୍କର): ଆୟତନରେ ଦେବଗଡ଼ ଏକ ଛୋଟ ଜିଲା ହେଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଜିଲାର ଗୁରୁତ୍ୱ ରହିଛ। ହେଲେ ଜିଲାର ନିର୍ଦ୍ଦିଷ୍ଟ କେତେକ ବିଦ୍ୟାଳୟର...

ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ମହିଳାଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର

ଦେବଗଡ଼,୧୮ା୭(ଶଶାଙ୍କ ଶେଖର ଝାଙ୍କର): ପରିବାରରେ ଅନିଷ୍ଠ ହେବା ଭୟ ଦେଖାଇ ଜଣେ ବିବାହିତା ମହିଳାଙ୍କୁ ଅଭିନବ ଉପାୟରେ ଠକିବା ସହ ମଝି ରାସ୍ତାରୁ ସୁନା ଚୁଡି,...

ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ରଖୁଥିଲେ ମା’: ପୁଅ ଦେଖିଦେବାରୁ…

ଦେବଗଡ, ୮ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ପୌରାଞ୍ଚଳ ଚର୍ଚ୍ଚ ସାହିରେ ଗତ ଜୁନ ୧ତାରିଖ ସକାଳେ ଘଟିଥିବା ଛାତ୍ର ମିକି ସୋନେଲ(୧୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା...

ଚକ ଭାଙ୍ଗିଯିବାରୁ କ୍ରେନ୍‌ରେ ଟଣାହେଲା ରଥ

ଦେବଗଡ଼,୭।୭(ଶଶାଙ୍କ ଶେଖର ଝାଙ୍କର): ଚକ ଭାଙ୍ଗିଯିବାରୁ କ୍ରେନ ଦ୍ୱାରା ଟଣାହେଲା ରଥ। ସୁରକ୍ଷିତ ଭାବେ ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଚତୁର୍ଦ୍ଧା ମୂର୍ତ୍ତି। ଏ ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri