ଲମ୍ବୁଛି ଚୋରା ମଦ ଚେର

ବଇଣ୍ଡା,୧୮ା୧୨(ପରିକ୍ଷିତ ସାହୁ) ଚୋରା ମଦ କାରବାର ରୋକିବାକୁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠା ହୋଇଛି। ଅବକାରୀ ବିଭାଗ ସହ ପୋଲିସ ମିଳିତ ପଦକ୍ଷେପ ନେଉଛି। ନୂତନ କରି ଗଠନ ହୋଇଥିବା ବିବିଧ ଶୃଙ୍ଖଳା ଟିମ୍‌ ମଧ୍ୟ ଚଢ଼ାଉରେ ସାମିଲ ହେଉଛି। ହେଲେ ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ଚୋରା ଦେଶୀମଦର ଚେର ଲମ୍ବି ଚାଲିଥିବା ଅଭିଯୋଗ ହେଉଛି। ଏହି କାରଣରୁ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ବର୍ଷକ ମଧ୍ୟରେ ମାତ୍ର ୧୯୫ଟି ମାମଲା ରୁଜୁ ସହ ୧୮୭ ଜଣଙ୍କୁ ଗିରଫ କରାଯାଇଥିବାରୁ ଅବକାରୀ ବିଭାଗର ଆନ୍ତରିକତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ମୋଟ୍‌ ୪୭ଟି ପଞ୍ଚାୟତ ରହିଛି। ତେବେ ଅଧିକାଂଶ ଅଞ୍ଚଳ ପାହାଡ଼ ଓ ଜଙ୍ଗଲିଆ ହୋଇଥିବାରୁ ଏହାର ସୁଯୋଗ ନେଉଛନ୍ତି ଚୋରା ମଦ ବ୍ୟବସାୟୀ। ସେମାନେ ଜଙ୍ଗଲରେ ମଦ ରାନ୍ଧିବା ସହ ବାଇକ୍‌ ଯୋଗେ ବିଭିନ୍ନ ଗ୍ରାମକୁ ଚାଲାଣ କରୁଛନ୍ତି। ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ ଏହି କାରବାରରେ ଅଧିକରୁ ଅଧିକ ଯୁବପିଢ଼ି ସାମିଲ ହେଉଛନ୍ତି। ଏପରି କି କେତେକ ଗ୍ରସେରି, ପାନ ଦୋକାନ ଓ ଜଳଖିଆ ଦୋକାନରେ ଚୋରା ଦେଶୀମଦ ବିକ୍ରି ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଆଠମଲ୍ଲିକ, କିଆକଟା, ଠାକୁରଗଡ଼, ହଣ୍ଡପା ଓ କିଶୋରନଗର ଥାନା ସହ ଉପଖଣ୍ଡର ଆଠମଲ୍ଲିକ ଓ ବଇଣ୍ଡାଠାରେ ଅବକାରୀ ଥାନା ପ୍ରତିଷ୍ଠା କରାଯାଇଛି। କିନ୍ତୁ ବଇଣ୍ଡା ଅବକାରୀ ଥାନା ଏଯାଏ ଉଦ୍‌ଘାଟନ ହୋଇନାହିଁ। ଏହାକୁ କାର୍ଯ୍ୟକ୍ଷମ କରାଯାଉ ନ ଥିବାରୁ ଆସବାବପତ୍ର ଚୋରି ହୋଇଯାଉଛି। ୨୦୨୦ ଜାନୁୟାରୀରୁ ଡିସେମ୍ବର ୧୫ ମଧ୍ୟରେ ଆଠମଲ୍ଲିକ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୯ଟି ମାମଲା ରୁଜୁ କରାଯିବା ସହ ଚୋରା ମଦ କାରବାର ଅଭିଯୋଗରେ ୪୯ଜଣଙ୍କୁ ଗିରଫ କରାଯାଇଛି। ୪୯୦ ଲିଟର ଚୋରା ମହୁଲି ଜବତ ଓ ୧୧୦୦ କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଠାକୁରଗଡ଼ ଥାନାର ବିଭିନ୍ନ ଅଞ୍ଚଳରୁ ଅବକାରୀ ବିଭାଗ ୩୬ ଜଣଙ୍କୁ ଗିରଫ ସହ ୩୬ଟି ମାମଲା ରୁଜୁ କରିଛି। ୫୦୫ ଲିଟର ଦେଶୀ ମଦ ଜବତ ଓ ୯୦୦ କେଜି ମହୁଲ ପୋଚ ନଷ୍ଟ କରିଛି। କିଆକଟା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ଜଣଙ୍କୁ ଗିରଫ କରାଯାଇଛି। ୫୨ ଲିଟର ମହୁଲି ଜବତ କରାଯିବା ସହ ୫ଟି ମାମଲା ରୁଜୁ କରାଯାଇଛି। କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରୁ ୧୦୨୪ ଲିଟର ଦେଶୀ ମହୁଲୀ, ୧୫ ଲିଟର ବିଦେଶୀ ମଦ, ୬୦ ଲିଟର ତାଡ଼ି ଜବତ ସହ ୧୨୬୦ ଲିଟର ପୋଚ ନଷ୍ଟ କରାଯାଇଛି। ଏ ନେଇ ୬୦ଟି ମାମଲାରେ ୫୨ଜଣଙ୍କୁ ଗିରଫ କରାଯାଇଛି। କିଶୋରନଗର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇ ୭୦୫ ଲିଟର ମହୁଲି ମଦ ଜବତ ସହ ୬ଶହ ଲିଟର ପୋଚ ନଷ୍ଟ କରାଯାଇଛି। ଏ ନେଇ ୪୫ଟି ମାମଲାରେ ୪୫ ଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଆଠମଲ୍ଲିକ ଅବକାରୀ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି କହିଛନ୍ତି, ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଇ ମଦ ଜବତ କରାଯାଉଛି। ଏଥିପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ୍‌ ମାଧ୍ୟମରେ ଯାଞ୍ଚ ଜୋରଦାର କରାଯାଉଛି।

କୁପ୍ରଭାବ ପକାଉଛି
ଚୋରା ମଦ କାରବାର ବୃଦ୍ଧି ଯୋଗୁ ଗ୍ରାମାଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡୁଛି। ଚଢ଼ାଉ ହେଉଥିଲେ ମଧ୍ୟ ଏହି ବ୍ୟବସାୟ ବନ୍ଦ ହେଉନାହିଁ। ଅଧିକରୁ ଅଧିକ ଯୁବଗୋଷ୍ଠୀ ଏଥିରେ ସାମିଲ ହେଉଥିବାରୁ ସମାଜ ଉପରେ କୁପ୍ରଭାବ ପଡ଼ୁଛି। ପୋଲିସ ଓ ଅବକାରୀ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
-ଦୀପକ ଟିବୃଓ୍ବାଲା, ବଇଣ୍ଡା
ବିଭାଗ ଚିନ୍ତିତ ଥିବା ଭଳି ଲାଗୁନି
ଜାମ୍ବୁନାଳୀଠାରେ ନିର୍ମାଣ ହୋଇସାରିଥିବା ବଇଣ୍ଡା ଅବକାରୀ ଥାନା ଉଦ୍‌ଘାଟନ ହେଉନାହିଁ। ତେଣୁ ଚୋରା ମଦ ରୋକିବାକୁ ବିଭାଗ ଚିନ୍ତିତ ଥିବା ଭଳି ଲାଗୁନି। ନିଯୁକ୍ତ କର୍ମଚାରୀମାନଙ୍କୁ ଏହି ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ ଦିଆଯାଉ। ଉପଖଣ୍ଡରୁ ଅଣଓଡ଼ିଆ ମଦ ବ୍ୟବସାୟୀଙ୍କୁ ହଟାଯାଉ।
– ରଣଜିତ ପଟ୍ଟନାୟକ, ସାମାଜିକ କର୍ମୀ, ଲୁହାମୁଣ୍ଡା
ବହୁ ସଂସାର ଉଜୁଡ଼ିଯାଉଛି
ମାଧପୁର ଅଞ୍ଚଳରେ ଚୋରା ଦେଶୀମଦର ଅବାଧ କାରବାର ବଢ଼ିଚାଲିଛି। ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଉ ନ ଥିବାରୁ ଅନେକ ଗରିବ ଦିନମଜୁରିଆ ଶ୍ରେଣୀର ଲୋକେ ନକଲି ପାଉଚ ମଦ ପିଇ ରୋଗାକ୍ରାନ୍ତ ହେଉଛନ୍ତି। ଏଥିପାଇଁ ବହୁ ସଂସାର ମଧ୍ୟ ଉଜୁଡ଼ିଯାଉଛି।
-ସୌମ୍ୟରଞ୍ଜନ ମହାନ୍ତି, ମାଧପୁର
ରାଜସ୍ବ ହ୍ରାସ ପାଉଛି
ଚୋରା ମଦ କାରବାର ଯୋଗୁ ଅସାଧୁ ବ୍ୟବସାୟୀ ଲାଭବାନ୍‌ ହେଉଥିବା ବେଳେ ଅବକାରୀ ରାଜସ୍ବ ହ୍ରାସ ପାଉଛି। ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତ କରି ଏହି ବ୍ୟବସାୟୀମାନେ ଚଢ଼ାଉ ପୂର୍ବରୁ ମଦ ସହ ଖସିଯାଉଛନ୍ତି। ଠିକ୍‌ ସମୟରେ ପଦକ୍ଷେପ ନିଆଯିବା ଦରକାର।
-ଉଗ୍ରସେନ ସେଠୀ, ଉପସଭାପତି, ଆଠମଲ୍ଲିକ ଓକିଲ ସଂଘ
ରୋକିବାକୁ ପଦକ୍ଷେପ ନିଆଯିବ
ଅବକାରୀ ବିଭାଗ ପକ୍ଷରୁ ଅନେକ ସମୟରେ ଚଢ଼ାଉ କରାଯାଉଛି। ତଥାପି ଚୋରା ମଦ କାରବାର କିପରି ରୋକାଯାଇପାରିବ ସେଥିପାଇଁ ନୂତନ ଭାବେ ଗଠିତ ହୋଇଥିବା ବିବିଧ ଶୃଙ୍ଖଳା ଟିମ୍‌କୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯିବ। ଚୋରା ବ୍ୟବସାୟୀଙ୍କୁ ଗିରଫ କରିବାକୁ ପଦକ୍ଷେପ ନିଆଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri