ହସୁଛି ଉଜୁଡ଼ା ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଦିନ ଥିଲା ସେହି ଜଙ୍ଗଲ ଗଛଲତାରେ ପୂରି ରହିଥିଲା । ସୂର୍ଯ୍ୟଙ୍କ କିରଣ ଭୂମିରେ ପଡୁ ନ ଥିଲା । ଆଖପାଖ ଗାଁର ପରିବେଶ ଶୀତଳ ରହୁଥିଲା । ହେଲେ କାଠଚୋରମାନଙ୍କ ଲୋଲୁପ ଦୃଷ୍ଟି ସେହି ଜଙ୍ଗଲ ଉପରେ ପଡ଼ିଲା । ପ୍ରତିଦିନ ଚାଲିଲା ଗଛ କଟା। ଧୀରେ ଧୀରେ ସବୁଜିମା ନଷ୍ଟ ହେବାରେ ଲାଗିଲା । ଉଜୁଡି ଯାଇଥିଲା ଜଙ୍ଗଲ। ଏବେ ସେହି ଉଜୁଡା ଜଙ୍ଗଲ ଆଦିବାସୀ ମହିଳାଙ୍କ ସୁରକ୍ଷାରେ ହସୁଛି। ପରିବେଶ ସୁରକ୍ଷାର ବାର୍ତ୍ତା ସେମାନଙ୍କ ଘରର ରୋଜଗାର ବଢ଼ାଇଛି। କାଠଚୋରଙ୍କ ପ୍ରାଦୁର୍ଭାବ କମିଛି । ସବୁଜିମାର ଆବରଣ ଭିତରେ ରହିଥିବା ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକେରା ପଞ୍ଚାୟତ ମୁଣ୍ଡୁଳୀ ଗଁାରେ ପରିବେଶ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

ବିଭିନ୍ନ ଭୟ ଦେଖାଇ କାଠ ଚୋରମାନେ ୮୦୦ ଏକରବିଶିଷ୍ଟ ଏହି ଜଙ୍ଗଲକୁ ପଦା କରିବାକୁ ଲାଗିଥିଲେ। ମୁଣ୍ଡୁଳୀ ଗଁାର ପୁରୁଷ ଲୋକମାନେ ଏହାକୁ ବିରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏ ସଂକ୍ରାନ୍ତରେ ବନବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲାନାହିଁ। ଏପରି ପରିସ୍ଥିତିରେ ଗାଁ ଲୋକେ କି ପଦକ୍ଷେପ ନେବେ କିଛି ଠିକ୍‌ କରିପାରି ନ ଥିଲେ। ଶେଷରେ ଗାଁରେ ବୈଠକ ବସିଲା । ପୁରୁଷମାନେ ନିଜ ଅସହାୟତା ପ୍ରକାଶ କଲେ । ହେଲେ ଏ କଥା ଗାଁ ମହିଳାମାନଙ୍କୁ ଭଲ ଲାଗିଲା ନାହିଁ । ସେମାନେ ନିଜ ଜଙ୍ଗଲର ସୁରକ୍ଷା ପାଇଁ ହାତରେ ହାତ ମିଶାଇଥିଲେ । ଯେ କୌଣସି ପରିସ୍ଥିତିର ସାମ୍‌ନା କରିବାକୁ ସେମାନେ ଶପଥ ନେଲେ । ୨୦୧୫ରୁ ମହିଳାମାନଙ୍କ ହାତକୁ ଯାଇଥିଲା ଜଙ୍ଗଲ ସୁରକ୍ଷା। ଗାଁର ମହିଳାମାନେ ପାଳି କରି ଜଙ୍ଗଲ ଜଗିଲେ । ଏଥିପାଇଁ ସେମାନଙ୍କୁ ରାତିଦିନ ଏକାଠି କରିବାକୁ ପଡିଥିଲା। ଏପରି ସ୍ଥିତି ଦେଖି କାଠ ଚୋରମାନେ ଭୟଭୀତ ହୋଇପଡିଥିଲେ । ତଥାପି ସୁଯୋଗ ଦେଖି ଜଙ୍ଗଲ ଲୁଟ୍‌ କରିଚାଲିଲେ। ହେଲେ ମହିଳାମାନେ ଏକାଠି ହୋଇ ଜଙ୍ଗଲ ସୁରକ୍ଷା ପରିସୀମାକୁ ବଢ଼ାଇ ଚାଲିଥିଲେ । ପ୍ରଥମେ ମହିଳମାନେ କାଠ ଚୋରମାନଙ୍କୁ ଜଙ୍ଗଲ ନଷ୍ଟ ନ କରିବାକୁ ବୁଝାଇଲେ, ସଚେତନତା ବାର୍ତ୍ତା ପ୍ରଚାର କଲେ । ଏହାପରେ ବି କେତେଜଣ କାଠ ଚୋର ନିଜ ବୃତ୍ତିକୁ ଛାଡି ପାରି ନ ଥିଲେ । ସେମାନେ ନିଜ ସହଯୋଗୀମାନଙ୍କ ସହ ଜଙ୍ଗଲ ପଦା କରିବାକୁ ଲାଗିପଡିଥିଲେ । ଏହାକୁ ମହିଳା ଗୋଷ୍ଠୀ ମିଳିତ ଭାବେ ମୁକାବିଲା କଲେ। ମହିଳାଙ୍କ ଦୁର୍ଗାରୂପ ଦେଖି କାଠଚୋରମାନେ ଜଙ୍ଗଲ ଛାଡିବାକୁ ବାଧ୍ୟ ହୋଇଥିଲେ ।

ମୁଣ୍ଡୁଳୀଗଁାର ମହିଳାମାନେ ଜଙ୍ଗଲରେ ରାତି ଜଗୁଆଳି ସାଜିବାକୁ ବି ପଛାଇ ନ ଥିଲେ । ଏଥିପାଇଁ ସେମାନଙ୍କୁ ପୁରୁଷମାନେ ସହଯୋଗ କଲେ। ଆବଶ୍ୟକ ପଡିଲେ ଗାଁରୁ ଚାନ୍ଦା ଆଦାୟ କରାଗଲା । ଏମିତି ଚାଲିଲା ୫ବର୍ଷ। ବଦଳିଲା ଉଜୁଡା ଜଙ୍ଗଲର ଚିତ୍ର। ଏଥିଯୋଗୁ ମହିଳାଙ୍କ ରୋଜଗାରରେ ବି ପରିବର୍ତ୍ତନ ଆସିଲା। ଜଙ୍ଗଲ ସୁରକ୍ଷା ସହିତ ମହିଳାମାନେ ଜଙ୍ଗଲରେ ବୁଲୁ ବୁଲି ଶାଳ, ଶିଆଳି ପତ୍ର ସଂଗ୍ରହ କଲେ। ସେହି ପତ୍ରକୁ ଘରକୁ ଆଣି ଖଲି ତିଆରି କଲେ । ବଣରୁ ଫଳମୂଳ, ଝୁଣା, ମହୁୁ ସଂଗ୍ରହ କରି ଆଖପାଖ ଗଁାର ଲୋକଙ୍କୁ ବିକ୍ରି କଲେ । କିଛିଦିନ ଏମିତି ଚାଲିବା ପରେ ଗାଁ ମହିଳାମାନେ ସ୍ବାବଲମ୍ବୀ ହେବାରେ ଲାଗିଲେ।

ଏନେଇ ଜଙ୍ଗଲ କମିଟି ସଭାନେତ୍ରୀ ସୂର୍ଯ୍ୟକାନ୍ତି ଜାନୀ ଓ ସମ୍ପାଦିକା ବାସନ୍ତୀ ଜାନୀ କୁହନ୍ତି, ଡିଙ୍ଗିଡିପିଆ ପାହାଡ, ପାହିଆତଇଲା, ଡାବଡାଠେସରା, ଆମ୍ବଦମକ, ଟାଙ୍ଗିରୀ, କୁଟୁଜି ପଥର, ପଥର ବସା, ବରଖାଲ, ମଜୁରୁମାଟୁ, ସାଗଧର, କଇଁଆଧୋଡା ପରି ୮୦୦ ଏକର ଜଙ୍ଗଲକୁ ଆମେ ସୁରକ୍ଷା ଦେଉଛୁ। ଏଥିପାଇଁ ଆମେ ମା’ଫୁଲସୁନ୍ଦରୀ ଗୋଷ୍ଠୀ ଜଙ୍ଗଲ ସୁରକ୍ଷା ପରିଚାଳନା କମିଟି ଗଠନ କରିଛୁ। ଆମେ ଜଙ୍ଗଲ ସୁରକ୍ଷା ସହିତ ନିଜର ରୋଜଗାରକୁ ମଧ୍ୟ ବଢ଼ାଇ ପାରିଛୁ। ପରିବେଶ ପାଇଁ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ନିଜ ସୁରକ୍ଷା ସହିତ ଜଙ୍ଗଲର ସୁରକ୍ଷା ଲାଗି ବ୍ରତୀ ହୋଇଛୁ।

-ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri