ପାଠପଢ଼ା ସ୍ଥିତି ପରଖିଲେ ଗଣଶିକ୍ଷାମନ୍ତ୍ରୀ : ବିଜେବିରେ ଯୁକ୍ତ ୨ ଖୋଲିବାକୁ ପ୍ରସ୍ତାବ

ଖୋର୍ଦ୍ଧା ଅଫିସ/ଯାଁଳା/ବେଗୁନିଆ,୧୧ା୧(ଡି.ଏନ୍‌.ଏ.): ରାଜ୍ୟ ସରକାର ଦୀର୍ଘ ୯ମାସ ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ କୋଭିଡ୍‌ କଟକଣାରେ ସ୍କୁଲ ଖୋଲିଛନ୍ତି। ପାଠପଢ଼ା କିପରି ଚାଲିଛି, ଏନେଇ ସୋମବାର ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୋର୍ଦ୍ଧାର ବିଭିନ୍ନ ବିଦ୍ୟାଳୟର ସ୍ଥିତି ପରଖିଛନ୍ତି। ପୂର୍ବାହ୍ନ ୧୧ଟାରେ ମନ୍ତ୍ରୀ ଦାଶ ସରକାରୀ ବାଳିକା ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀ କମଳାରାଣୀ ଆଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ଦଶମରେ ୧୮୭ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮୭ଜଣ ଛାତ୍ରୀ ସ୍କୁଲକୁ ଆସୁଛନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ପରେ ମନ୍ତ୍ରୀ ଦାଶ ଶ୍ରେଣୀଗୃହରେ ପିଲାଙ୍କ ସହ ଆଲୋଚନା କରିଥିଲେ। ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ହାଇସ୍କୁଲକୁ ଯାଇଥିଲେ। ପ୍ରଧାନଶିକ୍ଷକ ଏସ୍‌କେ ଗୋହର ଅଲ୍ଲୀଙ୍କ ସହ ପିଲାଙ୍କ ପାଠପଢ଼ା କିପରି ଚାଲିଛି ପଚାରି ବୁଝିଥିଲେ। ସେହିପରି ଯଁାଳା ପଞ୍ଚାୟତର କୃଷ୍ଣଚନ୍ଦ୍ର ବିଦ୍ୟାପୀଠକୁ ବିଇଓ ନିରୁପା ବେହେରାଙ୍କ ସହ ମନ୍ତ୍ରୀ ଦାଶ ଯାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସେଠ୍‌ମାଝିଙ୍କ ସହ ପିଲାଙ୍କ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ। ବେଗୁନିଆ ସଦର ମହକୁମାସ୍ଥିତ ଆଦର୍ଶ ବିଦ୍ୟାଳୟ ମନ୍ତ୍ରୀ ଦାଶ ପରିଦର୍ଶନ କରିଥିଲେ। ସ୍କୁଲର ଅର୍ଦ୍ଧନିର୍ମିତ ପାଚେରିକୁ ପୂର୍ଣ୍ଣାଙ୍ଗ କରିବା ଏବଂ ପରିସରରେ ଆବଶ୍ୟକ ଫୁଲ ଓ ଚାରାରୋପଣ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ୬୦ପ୍ରତିଶତ ଛାତ୍ରୀଛାତ୍ର ବର୍ତ୍ତମାନ ବିଦ୍ୟାଳୟକୁ ଆସୁଛନ୍ତି। ସ୍ବାଭାବିକ ସ୍ଥିତିକୁ ଫେରିବା ଲାଗି ସମୟ ଲାଗିବ। ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ, ଏକ ଆଦର୍ଶ ବିଦ୍ୟାଳୟ ଗଠନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।

ବିଜେବିରେ ଯୁକ୍ତ ୨ ଖୋଲିବାକୁ ପ୍ରସ୍ତାବ

ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେବି ହାଇସ୍କୁଲ ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ପହଞ୍ଚି ମନ୍ତ୍ରୀଙ୍କ ସହ ବିଦ୍ୟାଳୟ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ସର୍ବ ପୁରାତନ ଏହିି ହାଇସ୍କୁଲରେ ଯୁକ୍ତ ୨ ଖୋଲିବା ଲାଗି ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏ ଦିଗରେ ମନ୍ତ୍ରୀ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ବିଧାୟକ ମିତ୍ର କହିଛନ୍ତି। ଯୁକ୍ତ ୨ ପାଠ୍ୟକ୍ରମ ଖୋଲିଲେ, ଏହାର ଗୌରବ ବୃଦ୍ଧି ପାଇବ ବୋଲି ପ୍ରଧାନଶିକ୍ଷକ ଏସ୍‌କେ ଗୋହର ଅଲ୍ଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri