ସଂକ୍ରମଣର କେନ୍ଦ୍ର ପାଲଟିଛି ବିଦର୍ଭ

ମୁମ୍ବାଇ/ଭୋପାଳ, ୨୪।୨ : ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେ ପରେ ଏବେ ବିଦର୍ଭ ଅଞ୍ଚଳ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି। ଏହି ଅଞ୍ଚଳର ୟାଭତମାଲ, ଆକୋଲା, ଅମରାବତୀ ଏବଂ ଓ୍ବାର୍ଦ୍ଧା ଜିଲାରେ ଦୈନିକ ସଂକ୍ରମଣ ହାର ବଢ଼ିଚାଲିଛି। ସେଠାରେ ସଂକ୍ରମଣ ହାର ସେପ୍ଟେମ୍ବରର ସର୍ବୋଚ୍ଚ ସ୍ଥିତିଠାରୁ ଅଧିକ ବୋଲି କୁହାଯାଉଛି। ୟାଭତମାଲରେ ରବିବାର ସଂକ୍ରମଣ ହାର ୪୧.୪ ପ୍ରତିଶତ ଥିଲା, ଯାହାକି ସେପ୍ଟେମ୍ବର ୧୫ର ସଂକ୍ରମଣ ହାରର ଦୁଇଗୁଣ। ସେହିପରି ଅମରାବତୀରେ ସଂକ୍ରମଣ ହାର ୩୮ ପ୍ରତିଶତ ରହିଛି। ସେପ୍ଟେମ୍ବରରେ ସେଠାରେ ସଂକ୍ରମଣ ହାର ଥିଲା ୩୨.୫ ପ୍ରତିଶତ। ସେହିପରି ଓ୍ବାର୍ଦ୍ଧାରେ ସଂକ୍ରମଣ ହାର ସେପ୍ଟେମ୍ବରରେ ୮.୫ ପ୍ରତିଶତ ଥିବାବେଳେ ଏବେ ତାହା ୨୪ ପ୍ରତିଶତକୁ ବୃଦ୍ଧି ପାଇଛି। ଉପରୋକ୍ତ ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ଦୁଇଗୁଣ ବଢ଼ାଇ ଦିଆଯାଇଛି।
ସୂଚନାଯୋଗ୍ୟ ସେପ୍ଟେମ୍ବର ୧୦ରୁ ୩୦ ମଧ୍ୟରେ ମହାରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିଲା। ସେପ୍ଟେମ୍ବର ୧୫ରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ବିଦର୍ଭ ଅଞ୍ଚଳର ୧୧ ଜିଲା ମଧ୍ୟରୁ ୬ଟିରେ ପଜିଟିଭ୍‌ ହାର ରାଜ୍ୟର ବର୍ତ୍ତମାନର ହାରାହାରି ହାରର ୩ରୁ ୪ ଗୁଣ ଥିଲା। ଜାନୁୟାରୀରେ ସଂକ୍ରମଣ ଅଧା କମିଥିବାବେଳେ ପୁଣି ଥରେ ବଢ଼ିବା ଆରମ୍ଭ କରିଛି। ମହାରାଷ୍ଟ୍ର ବାଦ୍‌ ଅନ୍ୟ ୭ ରାଜ୍ୟରେ ରବିବାର ସଂକ୍ରମଣ ୧୧ ପ୍ରତିଶତ ଛୁଇଁଥିଲା। ଏହିସବୁ ଜିଲାରେ ଗତ ଦୁଇସପ୍ତାହ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା କୋଭିଡ୍‌ ରୋଗୀ ସଂଖ୍ୟା ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି। ୟାଭତମାଲ୍‌ ସରକାରୀ ମେଡିକାଲ କଲେଜରେ ଫେବୃୟାରୀ ୧୦ରେ ୭୧ କରୋନା ରୋଗୀ ଭର୍ତ୍ତି ହୋଇଥିବାବେଳେ ଏବେ ଦିନକୁ ୨୦୦ରୁ ଅଧିକ ରୋଗୀ ଆସୁଛନ୍ତି। ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତା ବଢ଼ାଇଥିବାବେଳେ ଏହାକୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପୁଣେରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ସହ ସ୍କୁଲ କଲେଜ ବନ୍ଦ କରିଦିଆଯାଇଛି। ସେହିପରି ଅମରାବତୀରେ ଆଂଶିକ ଲକ୍‌ଡାଉନ୍‌ ଲାଗୁ ହୋଇଛି।
ମହାରାଷ୍ଟ୍ର ସୀମାବର୍ତ୍ତୀ ମଧ୍ୟପ୍ରଦେଶର ବାଲାଘାଟ ଜିଲାରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହେବା ସହ ୫ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲଗାଯାଇଛି। ଜରୁରୀ ଆବଶ୍ୟକତା ବ୍ୟତୀତ ଅନ୍ୟ ସମସ୍ତ ଗାଡ଼ି ଚଳାଚଳ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ସେହିପରି କେରଳରୁ କର୍ନାଟକ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍‌ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସମାବେଶ ଉପରେ କଟକଣା ଲଗାଇଛନ୍ତି। ମାର୍ଚ୍ଚ ୧ରୁ ଇନ୍‌ଡୋର ସମାବେଶକୁ ୧୦୦ ଏବଂ ବାହାର ସମାବେଶକୁ ୨୦୦ ଲୋକରେ ସୀମିତ ରଖିବାକୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ କେବଳ କେରଳ ଓ ମହାରାଷ୍ଟ୍ରରେ ସକ୍ରିୟ ମାମଲା ସଂଖ୍ୟା ୭୫ ପ୍ରତିଶତ। ଦେଶର ମୋଟ ସକ୍ରିୟ ମାମଲା ମଧ୍ୟରୁ କେରଳରେ ୩୮ ପ୍ରତିଶତ ରହିଥିବାବେଳେ ମହାରାଷ୍ଟ୍ରରେ ୩୭, କର୍ନାଟକରେ ୪ ଏବଂ ତାମିଲନାଡୁରେ ୨.୭୮ ପ୍ରତିଶତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଏପର୍ଯ୍ୟନ୍ତ ମୋଟ ୧,୧୭,୬୪,୭୮୮ ଜଣଙ୍କୁ କୋଭିଡ୍‌ ଟିକା ଦିଆଗଲାଣି। ୬୮ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକାର ପ୍ରଥମ ଡୋଜ୍‌ ନେଇଥିବାବେଳେ ୬୨ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇସାରିଲେଣି। ସେହିପରି ୪୧ ପ୍ରତିଶତରୁ ଊର୍ଦ୍ଧ୍ୱ ଆଗଧାଡ଼ିର କର୍ମଚାରୀ ପ୍ରଥମ ଡୋଜ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri