ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ: ‘ଚୋରଙ୍କୁ ଖସାଇଛନ୍ତି ନିଜେ ଚୌକିଦାର’

ବାଲେଶ୍ୱର ଅଫିସ/ରେମୁଣା, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ପଡ଼ିଆରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଥିଲେ, ବର୍ତ୍ତମାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଯେଉଁ ଭାଷଣ ଦେଉଛନ୍ତି ସେଥିରେ ୫ ବର୍ଷ ତଳର କୌଣସି କଥା ରହୁନାହିଁ।  ଗରିବଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଯିବ ବୋଲି କହି ସମସ୍ତଙ୍କୁ ସେ ଭୂଅଁା ବୁଲାଇଛନ୍ତି। ଏବେ ଧନୀମାନେ ଦେଶର ବ୍ୟାଙ୍କ ଆକାଉଣ୍ଟକୁ ଲୁଟି ଚାଲିଛନ୍ତି। କେତେକ ପ୍ରମୁଖ କମ୍ପାନୀ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ପାଇ ହଜାର ହଜାର କୋଟି ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ସେହି ଚୋରଙ୍କୁ ଦେଶରେ ଚୌକିଦାର ଫେରାର କରିବାରେ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ା ବର୍ତ୍ତମାନ ଯେକୌଣସି ସ୍ଥାନକୁ ଗଲେ ଦେଶର ଚୌକିଦାରଙ୍କୁ ସମସ୍ତେ ଚୋର ବୋଲି ମଧ୍ୟ କହୁଛନ୍ତି। ଯଦି ଚୋରମାନେ ଏଭଳି ଭାବେ ହଜାର କୋଟି ନେଇ ଯାଉଛନ୍ତି, ତେବେ ଦେଶର ଗରିବ ଲୋକଙ୍କୁ ବର୍ଷକୁ ୭୨ହଜାର ଟଙ୍କା ଦିଆଯିବାରେ ଅସୁବିଧା କ’ଣ ବୋଲି ରାହୁଲ ପ୍ରଶ୍ନ କରିଥିଲେ ା ଅନ୍ୟପକ୍ଷେ ଭାଜପା ଓ ଆରଏସ୍‌ଏସ୍‌ର କାର୍ଯ୍ୟକଳାପ ଘୃଣା ସାଙ୍ଗକୁ ଦେଶରେ ଆକ୍ରୋଶ ଭାବ ବଢାଇଚାଲିଛି। ଏଭଳି ସ୍ଥିତିରେ କଂଗ୍ରେସ ଭାଇଚାରାର ନାରା ଦେଇ ପରିବର୍ତ୍ତନ ଆଣିବା ପାଇଁ ନିର୍ବାଚନ ଲଢୁଛି ବୋଲି ସେ କହିଥିଲେ।

ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ୪୫ ମିନିଟ୍‌ ବିଳମ୍ବରେ ସଭାସ୍ଥଳରେ ପହଞ୍ଚିଥିବାରୁ ସେ ପ୍ରଥମେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ବର୍ତ୍ତମାନ ବେରୋଜଗାରୀ, ଗରିବୀ ଓ କୃଷକଙ୍କୁ ଅବହେଳା କରାଯିବା ଦେଶର ପ୍ରମୁଖ ସମସ୍ୟା। କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦିଙ୍କ ସରକାର ଶ୍ରମିକ, କୃଷକ ଓ ଗରିବଙ୍କ ବିକାଶ କ୍ଷେତ୍ରରେ  ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନୋଟବନ୍ଦୀ କାର୍ଯ୍ୟ ଯୋଗୁ ଯେଉଁ କ୍ଷତି ଘଟିଛି ତାହା ଅଧିକ ବେରୋଜଗାରୀ ବଢାଇଛି। ବିମୁଦ୍ରୀକରଣ ପରେ ଅନେକ କଳକାରଖାନା ବନ୍ଦ ହେବାରୁ ଶ୍ରମିକ, କର୍ମଚାରୀ କାମଧନ୍ଦା ହରାଇଛନ୍ତି। ୪୫ ବର୍ଷ ମଧ୍ୟରେ ଦେଶରେ ଏଭଳି ବେରୋଜଗାରୀ ସମସ୍ୟା କେବେ ଦେଖାଦେଇ ନ ଥିଲା। କଂଗ୍ରେସ କ୍ଷମତାକୁ ଆସିଲେ ବର୍ଷକ ମଧ୍ୟରେ ଖାଲି ପଡିଥିବା ୨୨ ଲକ୍ଷ ପ୍ରଶାସନିକ ପଦବୀ ପୂରଣ, ପଞ୍ଚାୟତ ଗୁଡିକରେ ୧୦ ଲକ୍ଷ ଯୁବକଙ୍କୁ ଚାକିରି ଏବଂ ଗରିବଙ୍କ ପାଇଁ ନ୍ୟାୟ ଯୋଜନା କାର୍ଯ୍ୟକାରୀ କରିବ। ସେହିପରି ଗରିବଙ୍କ ପାଇଁ କାର୍ଯ୍ୟକାରୀ ହେବ ନ୍ୟାୟ ଯୋଜନା । ଯେଉଁ ଲୋକଙ୍କ ମାସିକ ଆୟ ୧୨ ହଜାରରୁ କମ୍‌ ସେମାନଙ୍କୁ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଯିବ। ଏହି ଟଙ୍କା ମହିଳାଙ୍କ ନାମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। କୃଷକଙ୍କୁ ଏବେ ଉତ୍ପାଦନର ଠିକ୍‌ ଲାଭ ମିଳୁନାହିଁ।  କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରିବ। କୌଣସି କୃଷକ ଋଣ ନେଇ ପରିଶୋଧ ନ କଲେ ଜେଲ୍‌ ଯିବାକୁ ପଡିବ ନାହିଁ। ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିବା ପରେ ମାତ୍ର ୧୦ ଦିନରେ କୃଷି ଋଣ ଛାଡ କରାଗଲା ବୋଲି ସେ କହିଥିଲେ।  ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ବିଶେଷ ସହାୟତା ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରି କଂଗ୍ରେସ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ।

ରାହୁଲ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ସାଢ଼େ ୪ଟାରେ ସଭାସ୍ଥଳ ନିକଟ ହେଲିପ୍ୟାଡରେ ୁ ଅବତରଣ କରିବା ପରେ ତାଙ୍କୁ ଉପସ୍ଥିତ ନେତା ଓ କର୍ମୀ ସ୍ବାଗତ ଜଣାଇଥିଲେ। ସେଠାରେ ଆୟୋଜିତ ପରିବର୍ତ୍ତନ ସମାବେଶରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ସମ୍ପାଦକ ରୁଦ୍ର ରାଜୁ ସଭାପତିତ୍ୱ କରିଥିଲେ। ଜିଲା ସଭାପତି ଶରତ ରାଜ ସଭା ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ମସ୍ତାନ ଅଲ୍ଲୀ, ଛତିଶଗଡର କୃଷିମନ୍ତ୍ରୀ ତଥା ଓଡିଶା ପ୍ରଭାରୀ ଟି.ଏସ. ସିଂହଦେଓ, କେନ୍ଦ୍ରୀୟ ନେତା ଆଦିତ୍ୟ ଶର୍ମା, ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦେବ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ଭକ୍ତ ଚରଣ ଦାସ, ସୁଶୀଳା ତିରିଆ, ସଞ୍ଜୀବ ଗିରି, ଅରୁଣ ଯେନା, ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଏମ୍‌ପି ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ସୁଦର୍ଶନ ଦାସ, ବିଜନ ନାୟକ, ମାନସ ଦାସ ପଟ୍ଟନାୟକ, ପ୍ରତାପ ସେଠୀ, ମନୋଜମଞ୍ଜରୀ ଦେବୀ, ଦେବଯାନୀ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ ା ଜିଲା ଉପସଭାପତି ତପନ ଦାସ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖନୀୟ ଯେ, ରାହୁଲ ରେମୁଣା ସମାବେଶରେ ଶୁକ୍ରବାର ଅପରାହ୍ନ ୧ଟା ୧୫ ମିନିଟ୍‌ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ତାଙ୍କ ବିମାନରେ ତ୍ରୁଟି ଯୋଗୁ ବାଲେଶ୍ୱର ସଭାକୁ ଆସିବା ବିଳମ୍ବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଈ ମଝିରେ ଧକ୍କା ଖାଇ ବୁଡ଼ିଗଲା ଇଲିସି ବୋଝେଇ ଡଙ୍ଗା, ପରେ ଘଟିଲା ଏମିତି…

ଭୋଗରାଇ,୧୭ା୧୦(ପ୍ରଦୀପ ଦାସ): ପୂର୍ଣ୍ଣିମା ତିଥିରେ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିତିରେ ମତ୍ସ୍ୟଜୀବୀଙ୍କ ଜାଲରେ ପ୍ରଚୁର ପରିମାଣର ଇଲିସି ଧରା ଦେଉଛନ୍ତି। ଇଲିସି ସନ୍ଧାନରେ ମତ୍ସ୍ୟଜୀବୀମାନେ...

ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ...

ହେଉଥିଲା ଭସାଣୀ: ହଠାତ୍‌ ପଡ଼ିଲା ପଥର, ପରେ…

ବାଲେଶ୍ୱର,,୧୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିକଟରେ ସୋମବାର ରାତିରେ ଭସାଣି ଶୋଭାଯାତ୍ରା ବେଳେ ଉତ୍ତେଜନା ଦେଖାଦେଇଥିଲା। ଶୋଭାଯାତ୍ରା ସମୟରେ ଏକ...

୧୭ରୁ ଚକା ଜାମ୍‌ ଆନ୍ଦୋଳନ

ସୋର,୧୬।୧୦(ଜନ୍ମେଜୟ ମିଶ୍ର)ଛ ୧୬ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ସୋର ସହରର ପ୍ରବେଶ ଦ୍ୱାର ଉତ୍ତରେଶ୍ୱର ଓ ୟୁଏନ କଲେଜ ଛକରେ...

ଷ୍ଟାଇପେଣ୍ଡ ଟଙ୍କା ଖାଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

ସିମୁଳିଆ, ୯।୧୦(ସନ୍ତୋଷ ନାୟକ): ୬୨ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ ହେରଫେର ଓ ବିଭିନ୍ନ ଅନିୟମିତତାକୁ ନେଇ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଡୁଳି ଖଜୁରେଶ୍ୱର ସରକାରୀ...

ସୁନାମି, ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦିଏ ନାଲି କଙ୍କଡ଼ା

ଭୋଗରାଇ,୭।୧୦(ପ୍ରଦୀପ ଦାସ): ନିଃଶବ୍ଦ ଓ ନିଶ୍ଚଳ ଲୁଣା ଜଙ୍ଗଲ ବେଳାଭୂମିରେ ଦେଖାଯାନ୍ତି ବିରଳ ପ୍ରଜାତିର ନାଲି କଙ୍କଡ଼ା। ଏସିଆ, ୟୁରୋପ, ଅଷ୍ଟ୍ରେଲିଆ ଓ ଆମେରିକା ଭଳି...

ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ: ୬୦ ଲକ୍ଷ ଟଙ୍କାର ଦୁର୍ନୀତି ଗନ୍ଧ

ଭୋଗରାଇ,୫ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଗଡ଼ ନୋଡାଲ ୟୁପି ପ୍ରାଥମିକ ବିଦ୍ୟାଳୟରେ ଶନିବାର ବାଲେଶ୍ୱର ଭଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ମୋ’...

ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା-ସୁନା

ଜଳେଶ୍ବର,୩।୧୦(ନବୀନ ସାହୁ): ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା। ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri