Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ରୋହିତ, ଅଶ୍ୱିନ, ଅକ୍ଷରଙ୍କ ଉନ୍ନତି

ଦୁବାଇ,୧।୩(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ତାରକା ଓପନର ରୋହିତ ଶର୍ମା କ୍ୟାରିୟର ଶ୍ରେଷ୍ଠ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାରେ ରୋହିତ ୬ଟି ସ୍ଥାନ ଉପରକୁ ଉଠି ଅଷ୍ଟମକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଲୋ ସ୍କୋରିଂ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ରୋହିତ ପ୍ରଥମ ଇନିଂସରେ ୬୬ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୨୫ ରନ ସଂଗ୍ରହ କରି ନିଜ ଦେଶର ଚେତେଶ୍ୱର ପୂଜାରାଙ୍କୁ ପଛରେ ପକାଇଛନ୍ତି। ସେ ୭୪୨ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ୨୦୧୯ରେ ସେ କ୍ୟାରିୟର ଶ୍ରେଷ୍ଠ ୧୦ମ ସ୍ଥାନ ଅଧିକାର କରିଥିଲେ।
ତୃତୀୟ ଟେଷ୍ଟର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି କରିଛନ୍ତି। ୧୧ ଉଇକେଟ ଅକ୍ତିଆର କରିଥିବା ଅକ୍ଷର ୩୦ଟି ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୩୮ତମ ସ୍ଥାନ ଅଧିକାର କରିଛନ୍ତି। ୭ଟି ଉଇକେଟ ହାସଲ କରିଥିବା ଅଶ୍ୱିନ ୪ଟି ସ୍ଥାନ ଉଠି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଇଂଲଣ୍ଡ ସ୍ପିନର ଜ୍ୟାକ ଲିଚ୍‌ ମ୍ୟାଚ୍‌ରେ ୪ଟି ଉଇକେଟ ଅକ୍ତିଆର କରି ପ୍ରଥମଥର ପାଇଁ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଛନ୍ତି। ୩ଟି ସ୍ଥାନ ଉପରକୁ ଉଠି ସେ ୨୮ତମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପାର୍ଟଟାଇମ୍‌ ବୋଲିଂର ବେଶ୍‌ ସଫଳତା ପାଇଥିବା ରୁଟ୍‌ ୫ ଉଇକେଟ ଅକ୍ତିଆର କରି ବୋଲିଂ ତାଲିକାର ୧୬ଟି ସ୍ଥାନ ଉପରକୁ ଉଠି ୭୨ତମ ସ୍ଥାନ ଅଧିକାର କରିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ସେ ଟିମ୍‌ ସୌଦିଙ୍କ ସହ ଯୁଗ୍ମ ୧୩ତମ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ଇନିଂସରେ ଅପରାଜିତ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଓପନର ଜ୍ୟାକ କ୍ରଲି ୧୫ଟି ସ୍ଥାନ ଉପରକୁ ଉଠି ୪୬ତମ ସ୍ଥାନରେ ରହିଛନ୍ତି ଓ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହା ଉଲ୍ଲେଖନୀୟ ଘଟଣା ସାବ୍ୟସ୍ତ ହୋଇଛି।
ଇତିମଧ୍ୟରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ୨୦୨୧ ମାର୍ଚ୍ଚରୁ ପ୍ରତି ସପ୍ତାହରେ ଅପ୍‌ଡେଟ କରାଯିବ ବୋଲି ଆଇସିସି ତରଫରୁ କୁହାଯାଇଛି। ପୂର୍ବରୁ କୌଣସି ଫର୍ମାଟର ସିରିଜ ଶେଷ ହେବା ପରେ ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ ହୋଇଥାଏ। କିନ୍ତୁ ଏଥର ମ୍ୟାଚ୍‌ କିମ୍ବା ସିରିଜ ଚାଲିଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନକୁ ଅଣଦେଖା କରାଯାଇ ର଼୍ୟାଙ୍କିଙ୍ଗ୍‌ ପ୍ରକାଶିତ କରାଯିବ ବୋଲି ଆଇସିସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri