କଠିନ ଅଧ୍ୟବସାୟରୁ ସଫଳତା

ପାଞ୍ଚ ଦଶନ୍ଧି ତଳେ ଭୁବନେଶ୍ୱର କହିଲେ ହାତଗଣତି କିଛି ବଜାର ଓ ଅଞ୍ଚଳକୁ ବୁଝାଉଥିଲା। ୧୯୭୦ ମସିହାରେ ଜଣେ ସଫଳ ବ୍ୟବସାୟୀ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବର୍ଗତ ସୁକାନ୍ତ ଚନ୍ଦ୍ର ସାମନ୍ତରାୟ। ସେତେବେଳେ ସେ ଆରମ୍ଭ କରିଥିବା ତୃପ୍ତି ପେଟ୍ରୋଲ ପମ୍ପ୍‌ ଆଜି ଏକ ବୃହତ୍‌ ବ୍ୟବସାୟିକ ପ୍ରତିଷ୍ଠାନରେ ପରିଣତ ହୋଇଛି। ବାପାଙ୍କ ପଦାଙ୍କ ଅନୁସରଣ କରି ତୃପ୍ତି ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌କୁ ସଫଳତାର ଶୀର୍ଷକୁ ନେଇପାରିଛନ୍ତି ତାଙ୍କ ସୁପୁତ୍ର ତଥା ଏହାର ପରିଚାଳନା ନିର୍ଦ୍ଦେଶକ ଇଂ. ବଦ୍ରି ନାରାୟଣ ସାମନ୍ତରାୟ।

ଅଟୋ ଉଦ୍ୟୋଗକୁ ମହାମାରୀ କିପରି ପ୍ରଭାବିତ କରିଛି?
୨୦୨୦-୨୧ ଆର୍ଥିକ ବର୍ଷ ଆରମ୍ଭରୁ ନଭେମ୍ବର ପର୍ଯ୍ୟନ୍ତ କରୋନା ଓ କାରବାରକୁ ନେଇ ଚିନ୍ତିତ ଥିଲୁ। ମହାମାରୀ ଯୋଗୁ ଦେଶର ଅଟୋ ଶିଳ୍ପ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଥିଲା। ଉତ୍ପାଦନରୁ ନେଇ ସେବା ଯୋଗାଣ ପର୍ଯ୍ୟନ୍ତ ସବୁ ଠିକ୍‌ ହେଲେ କାରବାର ଚାଲେ। ବ୍ୟାଙ୍କ ପ୍ରିମିୟମ୍‌, କର୍ମଚାରୀଙ୍କ ଦରମା, ସଂସ୍ଥାର ବିଭିନ୍ନ କାର୍ଯ୍ୟାଳୟ ଓ ସର୍ଭିସ୍‌ ପଏଣ୍ଟର ଭଡ଼ା ଭଳି ଅନେକ କଥା ରହିଛି। ମହାମାରୀ ବେଳେ ସେ ସବୁର ସମାଧାନ ପାଇଁ ସଂସ୍ଥା କଠିନ ସମୟ ଦେଇ ଗତି କରିଛି।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କ’ଣ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି?
ଗତବର୍ଷର କ୍ଷତିକୁ ଭରଣା କରିବା ପାଇଁ ଚଳିତବର୍ଷ ବଜାର ବ୍ୟବସ୍ଥାକୁ ଆହୁରି ଅତ୍ୟାଧୁନିକ ଓ ବ୍ୟାପକ କରାଯିବ। ଭୁବନେଶ୍ୱର ସମେତ ଅନୁଗୋଳ ଓ ସମ୍ବଲପୁରରେ ସଂସ୍ଥାର ନୂଆ ଶାଖା, ଶୋ’ରୁମ୍‌ ଏବଂ ସର୍ଭିସ ଷ୍ଟେଶନ ଖୋଲିବା ପାଇଁ ଯୋଜନା ରହିଛି। ଚଳିତ ବର୍ଷରୁ ଆମେ କୃଷି ଜାତୀୟ ବ୍ୟବସାୟରେ ପଦାର୍ପଣ ପାଇଁ ଯୋଜନା କରିଛୁ। ସାରା ଓଡ଼ିଶା ଏପରି କି ପଡ଼ୋଶୀ ରାଜ୍ୟଗୁଡ଼ିକରେ ଆମ ଗ୍ରାହକ ଓ ସଂସ୍ଥାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେହି ପରିଚୟ ଓ ଗ୍ରାହକ ସମ୍ପର୍କକୁ ନେଇ ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ମହାମାରୀ ସମୟରେ କର୍ମଚାରୀମାନେ କିଭଳି ପ୍ରଭାବିତ ହୋଇଥିଲେ?
ତୃପ୍ତି ଗ୍ରୁପ ହେଉଛି ୫୦ ବର୍ଷର ସଂସ୍ଥା। ମୋ ବାପାଙ୍କ ସାଙ୍ଗରେ କାମ କରୁଥିବା କର୍ମଚାରୀ ଆଜି ବି ମୋ ସହ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସଂସ୍ଥା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜଡ଼ିତ। ମହାମାରୀ ବେଳେ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଦେଇଥିଲି।

ଚଳିତ ବଜେଟକୁ କିପରି ଦେଖୁଛନ୍ତି?
ଏହି ବଜେଟ ଅଟୋ ଶିଳ୍ପର ଆଧୁନିକୀକରଣରେ ସହାୟକ ହେବ। ନୂଆ ମାନଦଣ୍ଡ ହିସାବରେ କାରବାର ମଧ୍ୟ ସହଜ ହେବ ବୋଲି ଆଶା ରହିଛି। ସରକାରଙ୍କ ନିୟମ ଏବଂ ଗ୍ରାହକଙ୍କ ପସନ୍ଦ ଓ ଚାହିଦାକୁ ନେଇ ବ୍ୟବସାୟ କରିବା ଆମର ମୂଳଲକ୍ଷ୍ୟ।

ରାଜ୍ୟର ଅଟୋ ଉଦ୍ୟୋଗକୁ କିପରି ଦେଖୁଛନ୍ତି?
ବ୍ୟବସାୟ କାହାକୁ ଅନୁସରଣ କରି କରାଯାଏ ନାହିଁ। ବଜାର ଚାହିଦା ଓ ଗ୍ରାହକଙ୍କ ବିଶ୍ୱାସକୁ ନେଇ ବିକ୍ରି ପରବର୍ତ୍ତୀ ସେବା ଦେବା ଆମର ଲକ୍ଷ୍ୟ। ସେବା ଦେଲେ ସଫଳତା ମିଳେ ଆଉ ଯେଉଁମାନେ ସେବା ଦେବେ ନାହିଁ ସେମାନେ ଅନ୍ୟକୁ ଅଙ୍ଗୁଳି ଦେଖାଇବେ। ପ୍ରକୃତ ବ୍ୟବସାୟୀ କାହା ସହ ପ୍ରତିଦ୍ୱନ୍ଦ୍ୱିତା ନ କରି ନିଜ ବ୍ୟବସ୍ଥା ଓ ବ୍ୟବସାୟର ମାନବୃଦ୍ଧି ପାଇଁ ଦିନରାତି କଠିନ ଅଧ୍ୟବସାୟ କରି ସଫଳତା ପାଇବାକୁ ଚେଷ୍ଟା କରନ୍ତି।

ସଫଳତା ପାଇଁ କାହାକୁ ଶ୍ରେୟ ଦେବେ?
ଗୋଟିଏ ସଂସ୍ଥାର ସଫଳତା ସମସ୍ତଙ୍କୁ ନେଇ ଏବଂ ସମସ୍ତ ପାଇଁ ମିଳିଥାଏ। ମୋ ବାପା, ମା’ଙ୍କ ଆଶୀର୍ବାଦ ଓ ସହଧର୍ମିଣୀଙ୍କ ସହଯୋଗ ଯୋଗୁ ଏସବୁ ସମ୍ଭବ ହୋଇପାରିଛି। ପ୍ରଭୁ ଜଗନ୍ନାଥଙ୍କ କୃପା, ତୃପ୍ତି ଗ୍ରୁପକୁ ଭଲ ପାଉଥିବା ଅଗଣିତ ଗ୍ରାହକ, କର୍ମଚାରୀଙ୍କ ନିଷ୍ଠାପରତା ସହ ପରିଶ୍ରମ ଓ ସୁସମ୍ପର୍କ ଏହି ସଫଳତା ଆଣିଦେଇଛି ବୋଲି ମୁଁ ଅନୁଭବ କରିଥାଏ।

ତୃପ୍ତି ଗ୍ରୁପ୍‌ରେ ପରିଚଳାନା ଅନୁଭୂତି କେମିତି ରହିଛି?
୭୦ ଦଶକରୁ ଅଦ୍ୟାବଧି ଅନେକ ଅନୁଭୂତି ରହିଛି। ବର୍ତ୍ତମାନ ସଂସ୍ଥାର ପେଟ୍ରୋଲ ପମ୍ପ୍‌, ଦୁଇଚକିଆ ହୋଣ୍ଡା ଶୋ’ରୁମ୍‌, ଚାରିଚକିଆ ଶୋ’ରୁମ୍‌, ବୁଲେଟ୍‌ ଶୋ’ରୁମ୍‌, ଇ-ବାଇକ୍‌ ଶୋ’ରୁମ୍‌ ଆଦି ରହିଛି। ରାଜ୍ୟର ପ୍ରମୁଖ ସହରରେ ସଂସ୍ଥାର ଶାଖା ଓ ସର୍ଭିସ ଷ୍ଟେଶନ ଆଦିକୁ ନେଇ ତୃପ୍ତି ଗ୍ରୁପ୍‌ ସୃଷ୍ଟି ହୋଇଛି। ବଡ଼ ବଡ଼ କମ୍ପାନୀର ଡିଲରଶିପ୍‌ ସହ ବିଶ୍ୱାସ ଯୋଗୁ ଆମେ ଆଜି ସଫଳ ହୋଇପାରିଛୁ। ଭଗବାନଙ୍କ କୃପା, କମ୍ପାନୀର ପ୍ରଶଂସାପତ୍ର ଓ ଗ୍ରାହକଙ୍କ ବିଶ୍ୱାସ ପାଇଥିବାରୁ ସବୁକିଛି ସୁଚାରୁ ରୂପେ ପରିଚାଳନା କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri