ସିଇଟି ହେବ ଅନୁବନ୍ଧିତ ମହାବିଦ୍ୟାଳୟ

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଆଇନ-୨୦୦୨କୁ ସଂଶୋଧନ କରାଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଆଗତ ଏହି ସଂଶୋଧନ ବିଲ୍‌ ଶନିବାର ବିରୋଧୀଙ୍କ ଅନୁପସ୍ଥିତିରେ ପାରିତ କରାଯାଇଛି। ଏହି ସଂଶୋଧନ ଆଇନ ଅନୁଯାୟୀ ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକର ସୁପରିଚାଳନା ପାଇଁ ବିପିୟୁଟି ଆଇନରେ ଥିବା ସଂଘଟକ ମହାବିଦ୍ୟାଳୟ ସଂଜ୍ଞାର ପୁନଃ ନିରୂପଣ କରାଯାଇଛି। ଏହି ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରଠାରୁ ଭୁବନେଶ୍ୱର ସିଇଟି ଆଉ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ନାହିଁ। ଏହା କେବଳ ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟ ଭାବେ ରହିବ। ଏହା ନିଜସ୍ବ ବୋର୍ଡ ଅଫ୍‌ ଗଭନର୍‌ସ ଦ୍ୱାରା ପରିଚାଳିତ ହେବ। ପ୍ରଚଳିତ ସର୍ବଭାରତୀୟ ବ୍ୟବସ୍ଥା ଓ ଏଆଇସିଟିଇ ନିର୍ଦ୍ଦେଶ ଅନୁଯାୟୀ ପ୍ରଫେସର, ରିଡର୍‌ ଓ ଅଧ୍ୟାପକ ପଦବୀଗୁଡ଼ିକୁ ଯଥାକ୍ରମେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ପୁନଃ ନାମିତ କରାଯିବ। କୁଳପତି କିମ୍ବା ବିଶ୍ୱବିଦ୍ୟାଳୟର କୌଣସି ଅଧିକାରୀଙ୍କ କାର୍ଯ୍ୟରେ କୌଣସି ଭୁଲ୍‌ ପରିଲକ୍ଷିତ ହେଲେ କୁଳାଧିପତି ଏହାର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇପାରିବେ। ରାଜ୍ୟର ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ସହିତ ସମାନତା ଆଣିବା ସକାଶେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ୪ ବର୍ଷକୁ ହ୍ରାସ କରାଯାଇଛି। ଛାତ୍ରୀଛାତ୍ରଙ୍କ ବିଶୃଙ୍ଖଳା ନିୟନ୍ତ୍ରଣ ସକାଶେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ତିନିଜଣ ସଦସ୍ୟ ବିଶିଷ୍ଟ ଏକ ଅନୁଶାସନ କମିଟି ଗଠନ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। କମିଟି ଆଦେଶ ବିରୋଧରେ କୁଳପତିଙ୍କୁ ଅପିଲ କର୍ତ୍ତୃପକ୍ଷ କରାଯାଇଛି। ଏଥିସହିତ ବିଶ୍ୱବିଦ୍ୟାଳୟ କୁଳସଚିବ ପଦବୀ ଓଡ଼ିଶା ପ୍ରଶାସନିକ ସେବାର ଯୁଗ୍ମଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରିବାକୁ ବ୍ୟବସ୍ଥା ହୋଇଛି।

ସେହିପରି ବିଶ୍ୱବିଦ୍ୟାଳୟ ବିତ୍ତ ଅଧିକାରୀ ପଦବୀ ଓଡ଼ିଶା ଅର୍ଥ ସେବାର ଯୁଗ୍ମ ଶାସନ ସଚିବ ପାହ୍ୟାର ଅଧିକାରୀଙ୍କ ଦ୍ୱାରା ପୂରଣ କରାଯିବ। ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଚୟନ କମିଟି ଗଠନ ହେବ। ଏଥିପୂର୍ବରୁ ସରକାରଙ୍କ ଅନୁମୋଦନ ନେବା ବ୍ୟବସ୍ଥା ହୋଇଛି। ବିଶ୍ୱବିଦ୍ୟାଳୟର ବୋର୍ଡ ଅଫ୍‌ ଗଭନର୍‌ସକୁ ଯେକୌଣସି ଏକ ସରକାରୀ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷଙ୍କୁ ସରକାରଙ୍କ ଦ୍ୱାରା ସଦସ୍ୟ ଭାବେ ମନୋନୀତ କରାଯିବ। ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ ଆର୍ଥିକବର୍ଷ ଶେଷ ହେବାର ୬ ମାସ ମଧ୍ୟରେ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଯିବ। ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri