Posted inଫୁରସତ

ତରଳୁଛି ପୃଥିବୀର ଛାତ

ଲଦାଖ: ସମୁଦ୍ର ଜଳପତ୍ତନରୁ ପ୍ରାୟ ୩ ମାଇଲ ଉଚ୍ଚତାରେ ଥିବା ତିବ୍ବତୀୟ ମାଳଭୂମି ଏବେ ସାରା ବିଶ୍ୱ ପାଇଁ ବିପଦ ଭାବେ ଉଭା ହୋଇଛି। ପୃଥିବୀର ଛାତ କୁହାଯାଉଥିବା ଏହି ମାଳଭୂମିରେ ତରଳିବାରେ ଲାଗିଛି ବିରାଟ ବରଫ ପାହାଡ଼। ଏହା ଜାରି ରହିଲେ ଖୁବଶୀଘ୍ର ଭାରତ, ପାକିସ୍ତାନ, ଚାଇନା ସମେତ ଏସିଆରେ ଥିବା ଦେଶଗୁଡ଼ିକ ଏହାର ଘାତକ ପରିଣାମ ଭୋଗିବ ବୋଲି ଅନୁସନ୍ଧାନକାରୀ ଚେତାଇ ଦେଇଛନ୍ତି। ଗ୍ଲେସିୟର ତରଳିବା ଯୋଗୁ ନିକଟରେ ଉତ୍ତରାଖଣ୍ଡ ଦେଖଛି ପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟ। ଜଳବାୟୁରେ ଅସ୍ବାଭାବିକ ପରିବର୍ତ୍ତନ, ମନୁଷ୍ୟ କୃତ କାର୍ଯ୍ୟକଳାପ ଯୋଗୁ ଧିରେ ଧିରେ ଧ୍ୱଂସ ଅଭିମୁଖେ ଅଗ୍ରସର ହେଉଛି ପ୍ରକୃତି। ଏଥିରେ ରୋକ ନ ଲାଗିଲେ ପୃଥିବୀ ଏକ ବଡ଼ ଧ୍ୱଂସଲୀଳା ଦେଖିବାକୁ ଯାଉଥିବା ନେଇ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ। ପୃଥିବୀର ଛାତ କୁହାଯାଉଥିବା ତିବ୍ବତୀୟ ମାଳଭୂମିରେ ବରଫ ତରଳୁଥିବାରୁ ବଡ଼ ଧରଣର ବିପଦ ମାଡ଼ି ଆସୁଥିବା ନେଇ ନିକଟରେ ଦି ଓ୍ବେଦର ଚ୍ୟାନେଲ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
ଏବଂ ଏଭରେଷ୍ଟ ପର୍ବତମାଳା ମଧ୍ୟରେ ଘେରି ହୋଇ ରହିଛି ତିବ୍ବତ ମାଳଭୂମି। ସମୁଦ୍ରପତ୍ତନଠାରୁ ପ୍ରାୟ ୩ ମାଇଲ ଉଚ୍ଚତାରେ ଥିବା ଏହି ମାଳଭୂମି ଏବେ ଗ୍ଲୋବାଲ ଓ୍ବାର୍ମିଂର ଶିକାର ହେବା ସହ ବଡ଼ ବଡ଼ ବରଫ ପାହାଡ଼ମାନ ତରଳିବାରେ ଲାଗିଛି। ଏସିଆର ଓ୍ବାଟର ଟାଓ୍ବାର ବା ପାଣି ଟାଙ୍କି ଭାବେ ମଧ୍ୟ ପରିଚିତ ଏହି ମାଳଭୂମିରେ ମହଜୁଦ୍‌ ଥିବା ବରଫ ତରଳିବା ଯୋଗୁ ବିଭିନ୍ନ ନଦୀକୁ ପାଣି ପ୍ରବାହିତ ହୋଇଥାଏ। କିନ୍ତୁ ଏବେ ଦ୍ରୁତଗତିରେ ଗ୍ଲେସିଅର ତରଳିବା ଯୋଗୁ ସିନ୍ଧୁ ନଦୀ, ଭାରତ ଗଙ୍ଗା ଏବଂ ବ୍ରହ୍ମପୁତ୍ର, ଚାଇନାର ୟଲୋ ଏବଂ ୟାଙ୍ଗଜୀ ନଦୀ ଉପରେ ପ୍ରଭାବ ପଡ଼ିବ। ଏହି ନଦୀଗୁଡ଼ିରେ ଜଳସ୍ତର ବୃଦ୍ଧି ପାଇବ। ଏଥିଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ଏପରି ହେଲେ ପ୍ରଥମେ ଉପକୂଳ ଅଞ୍ଚଳ ସମୁଦ୍ର ପାଣିରେ ଧୋଇଯିବ। ଏଥିସହ ପୁରା ଏସିଆ ପ୍ରଳୟଙ୍କାରୀ ବନ୍ୟା ଦେଖିବ ବୋଲି ସର୍ଭେ ଟିମ ମୁଖ୍ୟ ଓ୍ବେଙ୍ଗସିଆ ଝାଙ୍ଗ ସୂଚନା ଦେଇଛନ୍ତି।
ଚାଇନା ରିସର୍ଚ୍ଚରଙ୍କ ଦାବି ମୁତାବକ, ଦ୍ରୂତଗତିରେ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ କ୍ଲାଇମେଟ ମଡେଲ ଯୋଗୁ ତିବ୍ବତରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଯେଉଁ ହାରରେ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ହେଉଛି ତାହା ଜାରି ରହିଲେ, ୨୦୪୧ରୁ ୨୦୬୦ ମଧ୍ୟରେ ତିବ୍ବତରେ ତାପମାତ୍ରା ୨.୨୫ ଡିଗ୍ରୀ ସେଲ୍‌ସିଅସ୍‌ ବୃଦ୍ଧି ପାଇବ। ସେହିପରି ୨୦୮୧ରୁ ୨୧୦୦ ମସିହା ମଧ୍ୟରେ ତାପମାତ୍ରା ୨.୯୯ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ତିବ୍ବତ ଭଳି ସ୍ଥାନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଅର୍ଥାତ ମାନବଜାତି ବିନାଶ ଆଡ଼କୁ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିହୀନ ଲୋକଙ୍କ ସାହାରା-ଧଳା ବାଡ଼ି

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ବାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ। ଦୃଷ୍ଟିହୀନ ଓ କମ୍‌ ଦୃଷ୍ଟିସମ୍ପନ୍ନ...

ଏମିତି ଇସ୍ତଫା ପତ୍ର ଲେଖିଲେ କର୍ମଚାରୀ, ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୫।୧୦: ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଉପାୟରେ ଲେଖାଯାଇଥିବା ଚାକିରି ଅଫର କିମ୍ବା ଇସ୍ତଫା ପତ୍ର ଭାଇରାଲ ହୁଏ। କେତେକରେ, କର୍ମଚାରୀମାନେ ସେମାନଙ୍କର ଯନ୍ତ୍ରଣା...

ଝଙ୍କଡ଼ ଶାରଳା ପୀଠ

ରାଜ୍ୟର ପ୍ରମୁଖ ଦେବୀ ପୀଠ ମଧ୍ୟରେ ମା’ ଶାରଳାଙ୍କ ମନ୍ଦିର ଅନ୍ୟତମ। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଝଙ୍କଡ଼ କନକପୁରଠାରେ ଏହି ପୀଠ ଅବସ୍ଥିତ।...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କୃଷ୍ଣଚୂଡାର ରଙ୍ଗ ଆଜି ଫିକା…ମନେ ପଡନ୍ତି ଖୋକା ଭାଇ

ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ୍‌ ବାଦଶାହା। ହେଲେ ଥିଲେ ମୁକୁଟ ବିହୀନ ସମ୍ରାଟ। କାଳଜୟୀ ତଥା ଲୋକପ୍ରିୟ ସଙ୍ଗୀତଜ୍ଞ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି...

ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ

ପ୍ରକୃତିର ଅନନ୍ୟ ଉପହାର ହେଉଛି ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ। ଦେବଗଡ଼ ସହରରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳକୁ ବର୍ଷ ସାରା...

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ତାମ୍ପରା ହ୍ରଦ

ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଲେକ୍‌ ଭ୍ୟୁ ପାର୍କ ଓ ବୋଟିଂ ପାଇଁ ଏହି...

ସଚେତନତାକୁ ଗୁରୁତ୍ୱ ଦେବା ଆବଶ୍ୟକ

ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ‘ବିଶ୍ୱ ଗଣ୍ଠିବାତ ରୋଗ ଦିବସ’ (ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ) ଭାବରେ ପାଳନ କରାଯାଇଥାଏ। ଏହି ଦିବସ ଅବସରରେ ଚଳିତବର୍ଷର ସ୍ଲୋଗାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri