ତଦନ୍ତ କରିବେ ଲୋକାୟୁକ୍ତ ଅନୁସନ୍ଧାନ ଶାଖା ନିର୍ଦ୍ଦେଶକ

ଯାଜପୁର ଅଫିସ,୧୭।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଆମତ୍ସାତ୍‌ ହୋଇଛି। ଏନେଇ ରାଜ୍ୟ ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ ଲୋକାୟୁକ୍ତରେ ୧୪ା୧୦ା୨୦୧୯ରେ ଅଭିଯୋଗ କରିଥିଲେ। ଏହାପରେ ଓଡ଼ିଶା ଲୋକାୟୁକ୍ତ (ଏଲ୍‌ୱାଇ)-୪୫୫/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଗତ ୧୨ ତାରିଖରେ ଅଭିଯୋଗର ଶୁଣାଣି କରି ନିଜସ୍ବ ଅନୁସନ୍ଧାନ ଶାଖା (ଇନକ୍ବାରୀ ଓ୍ବିଙ୍ଗ୍‌) ନିର୍ଦ୍ଦେଶକ ତଦନ୍ତ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କୌଣସି ପବ୍ଲିକ ସର୍ଭେଣ୍ଟ କିମ୍ବା ବ୍ୟକ୍ତିଙ୍କ ନାମରେ ମାମଲା ଅଛି କି ନାହିଁ, ତାହା ଜାଣିବା ପାଇଁ ପ୍ରାଥମିକ ଅନୁସନ୍ଧାନ କରାଯିବ। ଏହାସହ ଅନୁସନ୍ଧାନ ନିର୍ଦ୍ଦେଶକ ନିଶ୍ଚିତ କରିବେ ଯେ ଲୋକାୟୁକ୍ତ ଆଇନର ଧାରା ୨୦ ଉପଧାରା ୨ର ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯାଇଛି କି ନାହିଁ। ସେ ୨ ମାସ ମଧ୍ୟରେ ପ୍ରାଥମିକ ଅନୁସନ୍ଧାନର ରିପୋର୍ଟ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଜୁନ୍‌ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ନଗଡ଼ାରେ ୨୦୧୬ ଜୁଲାଇରେ ପୁଷ୍ଟହୀନତା ଯୋଗୁ ୧୯ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା, ଯାହା ଦେଶବିଦେଶରେ ଚର୍ଚ୍ଚା ହୋଇଥିଲା। ଫଳରେ ରାଜ୍ୟ ସରକାର ନଗଡ଼ାର ବିକାଶ ପାଇଁ ଉଦ୍ୟମ କରିଥିଲେ। ନଗଡ଼ାକୁ ରାସ୍ତା ନିର୍ମାଣ ସହିତ ସ୍ବାସ୍ଥ୍ୟ, ପାନୀୟ ଜଳ ଇତ୍ୟାଦି କ୍ଷେତ୍ରରେ ପ୍ରାୟ ୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚର ସବିଶେଷ ତଥ୍ୟ ପାଇବା ପାଇଁ ଆବାହକ ପ୍ରଧାନ ସୂଚନା ଅଧିକାର ଆଇନ ଜରିଆରେ ବହୁ ଉଦ୍ୟମ କରିଥିଲେ। ଶେଷରେ ଓଡ଼ିଶା ସୂଚନା କମିଶନଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଡିଆର୍‌ଡିଏ ପକ୍ଷରୁ ୩ା୫ା୨୦୧୯ରେ ପ୍ରଧାନଙ୍କୁ ତଥ୍ୟ ଦିଆଯାଇଥିଲା। ଉକ୍ତ ତଥ୍ୟ ଅନୁସାରେ ଆଇଏପି(ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ)ରେ ୨୧.୫୭ ଲକ୍ଷ ଟଙ୍କା, ସୁକିନ୍ଦା ବିଡିଓଙ୍କ ଜରିଆରେ ୪୨.୪୧ ଲକ୍ଷ ଟଙ୍କା, ନଗଡ଼ାରେ କଂକ୍ରିଟ ରାସ୍ତା ପାଇଁ ୨୦ ଲକ୍ଷ ଟଙ୍କା, ଅଶୋକଝର ପାହାଡ଼ ପାଦଦେଶରୁ ତଳ ନଗଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବାବଦକୁ ୧୪୯୫.୬୪ ଲକ୍ଷ ଟଙ୍କା, ଗ୍ରାମ୍ୟ ଆବାସ ନିର୍ମାଣ ବାବଦକୁ ୨୩୦ ଲକ୍ଷ ଟଙ୍କା, ପାନୀୟ ଜଳଯୋଗାଣ ବାବଦକୁ ୫୩.୫୬ ଲକ୍ଷ ଟଙ୍କା ଆଦି ଖର୍ଚ୍ଚ ହୋଇଛି। ତେବେ ଏହି ରିପୋର୍ଟ ଆଧାରରେ ନଗଡ଼ାକୁ ଏକ ପ୍ରତିନିଧି ଦଳ ଗସ୍ତ କରି ସମୀକ୍ଷା କରିବା ପରେ ଆବଣ୍ଟିତ ଅନୁଦାନର ଠିକ୍‌ ବିନିଯୋଗ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ନଗଡ଼ାକୁ ରାସ୍ତା ନିର୍ମାଣ ଅତି ନିମ୍ନମାନର, ବିଦ୍ୟୁତୀକରଣ ସଂଯୋଗ ନହେବା, ନିମ୍ନମାନର ବିଜୁ ପକ୍କାଘର ନିର୍ମାଣ, ପାନୀୟ ଜଳଯୋଗାଣ ନ ହେବା ଆଦି ଅନିୟମିତତା ପ୍ରତିନିଧି ଦଳ ଦେଖିବାକୁ ପାଇଥିଲେ। ଏହାପରେ ଆବାହକ ପ୍ରଧାନ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶାଳ ସିଂଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି ଅଞ୍ଚଳରେ ବଢୁଛି ଦେଶୀ-ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗର ନିଦ ଭାଙ୍ଗୁନି

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ ଓ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗ ହୋଇଛି।...

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri