୧୪ବର୍ଷରୁ ବଳାତ୍କାର, ଏବେ ୩ କନ୍ୟା ସନ୍ତାନର ମା’

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବୟସ ଯେତେବେଳେ ୧୪ ହୋଇଥିଲା ସେବେଠାରୁ ବଳାତ୍କାରର ଶିକାର ହୋଇ ଆସୁଛନ୍ତି ଜଣେ ଯୁବତୀ। ୧୫ବର୍ଷ ଧରି ସମ୍ପର୍କୀୟ ମାମୁଙ୍କ ବଳତ୍କାର ଯୋଗୁ ଏବେ ସେ ୩ କନ୍ୟା ସନ୍ତାନର ମା’। ଏହା କୌଣସି ଆଦିବାସୀ ଇଲାକାର ଘଟଣା ନୁହେଁ, ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ସ୍ପର୍ଶକାତର ଚିତ୍ର। ସୋମବାର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୀଡିତା ଜଣକ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପୂରା କାହାଣୀ ବଖାଣିବା ପରେ ଘଟଣା ପଦାକୁ ଆସିଛି।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ସମ୍ପର୍କୀୟ ମାମୁ ବଳାତ୍କାର କରିବାରୁ ସେ ୧୪ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ। ଘର ଲୋକେ ସାଥ୍‌ ଦେବା ବଦଳରେ ଲୋକନିନ୍ଦା ଭୟରେ ମାମୁଙ୍କ ସହ ବିନା ବିବାହରେ ସ୍ତ୍ରୀ ଭାବେ ରହିବାକୁ ଛାଡିଦେଇଥିଲେ। ହେଲେ ସମ୍ପର୍କୀୟ ମାମୁ ସ୍ତ୍ରୀ ଭାବେ ରଖିବା ବଦଳରେ ବାରମ୍ବାର ବଳାତ୍କାର ଓ ନିର୍ଯାତନା ଦେଉଥିଲେ। ଏବେ ୩୦ବର୍ଷ ବୟସ ହୋଇଥିବାବେଳେ ୩ ସନ୍ତାନର ମା’ ହୋଇଛନ୍ତି। ଶାରୀରିକ ଓ ମାନସିକ ଉତ୍ପୀଡନ ଅସହ୍ୟ ହେବାରୁ ଶେଷରେ ପୀଡିତା ଜଣକ ଗତ ନଭେମ୍ବର ୧ରେ ମାନବାଧିକାର କର୍ମୀ ଡ. ଇପ୍‌ସିତା ଦାଶ ଓ ଶ୍ୱାତିସ୍ମିତା ମହାପାତ୍ରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ପରେ ମହିଳା ଥାନା ସହଯୋଗରେ ତାଙ୍କୁ ସ୍ବଧାର ଗୃହକୁ ପଠାଯାଇଥିଲା। ସେପଟେ ଅଭିଯୁକ୍ତ ମାମୁ ପୀଡିତାଙ୍କୁ ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ପୋଷ୍ଟକରି ବଦନାମ କରିବାକୁ ଚେଷ୍ଟା କରିଥିଲେ। ସେହିପରି ମହିଳା କମିଶନ କାର୍ଯ୍ୟାଳୟରେ ତାଙ୍କୁ ଉଠାଇନେବାକୁ ଉଦ୍ୟମ କରିବା ସହ ମାନବାଧିକାର କର୍ମୀ ଦେବାଶିଷ ମିଶ୍ରଙ୍କୁ ଆକ୍ରମଣ କରିଥିବା ପୀଡିତାଜଣକ ଗଣମାଧ୍ୟମକୁ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବିଶ୍ୱ ମାନବାଧିକାର ସୁରକ୍ଷା ସଙ୍ଗଠନର ଡ. ଅଭିନ୍ନ ହୋତା, ଡ. ଇପ୍‌ସିତା ଲବନ୍ତିକା, ଡ. ଲୋକନାଥ ନାୟକ, ପି. ତାରିଣୀ ପାତ୍ର , ଲିନୁ ମିଶ୍ର, ସଞ୍ଜୀବ ମିଶ୍ର, ସମୀର ତ୍ରିପାଠୀ, ଶିଦ୍ଧ ମହାନ୍ତି, ରଶ୍ମିରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri