ପ୍ରଚଣ୍ଡ ସାମ୍ୟବାଦୀରୁ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ

ପ୍ରସାଦ ତ୍ରିପାଠୀ

ଆମ୍ଭେମାନେ ଯେବେ ତରୁଣ ଥିଲୁ, ସେତେବେଳେ ମନୋଜ ଦାସ ଥିଲେ ସାମ୍ୟବାଦୀ ମନ୍ତ୍ରରେ ଅଭିମନ୍ତ୍ରିତ ଏକ ଅଗ୍ନିଶିଖା। ସ୍ବର୍ଗତ ମନମୋହନ ମିଶ୍ର, ରାମକୃଷ୍ଣ ପତି ପ୍ରମୁଖ ସାମ୍ୟବାଦୀ ନେତାମାନଙ୍କ ସହିତ ଏକା ମଞ୍ଚରେ ତାଙ୍କର ଅଗ୍ନିବର୍ଷୀ ଭାଷଣ ଆମେ ଶୁଣିଛୁ। କହିବା ବାହୁଲ୍ୟ, ସେତେବେଳେ ପ୍ରାୟତଃ ତରୁଣମାନଙ୍କ ଶିରାପ୍ରଶିରାରେ ଏକ ସାମ୍ୟବାଦୀ ଚିନ୍ତାଧାରାର ରକ୍ତ ପ୍ରବାହିତ ହେଉଥିଲା। ସେଥିପାଇଁ ମନୋଜ ଦାସ ହିଁ ମୁଖ୍ୟତଃ ପ୍ରେରଣାଦାୟୀ ଥିଲେ।
ପରବର୍ତ୍ତୀ ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ ଚିନ୍ତାଧାରା ମାର୍ଗର ଯାତ୍ରୀ ହୋଇଗଲେ। ପଣ୍ଡିଚେରୀ ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଶ୍ରମରେ ସ୍ଥାୟୀ ଭାବରେ ରହିବା ଏବଂ ଶ୍ରୀମା’ଙ୍କ ଆଶ୍ରିତ ହେବା ତାଙ୍କ ଜୀବନର ଶ୍ରେଷ୍ଠତମ ସିଦ୍ଧାନ୍ତ ବୋଲି ମଧ୍ୟ ସେ ସ୍ବୀକାର କଲେ। କୌଣସି ଏକ ସାକ୍ଷାତ୍‌କାରରେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବା ଅବସରରେ, ଯେତେବେଳେ ମୁଁ ପ୍ରଶ୍ନକଲି ଏକ ଅତ୍ୟନ୍ତ ତୁଙ୍ଗ ସାମ୍ୟବାଦୀ ମତବାଦରୁ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ ମତବାଦକୁ ମାର୍ଗ ପରିବର୍ତ୍ତନର କାରଣ କ’ଣ? ସେ ସମ୍ପୂର୍ଣ୍ଣ ସ୍ବାଭାବିକ ଭାବରେ କହିଲେ- ଉଭୟର କାରଣ ସମାନ, ମାତ୍ର ମାର୍ଗ ଭିନ୍ନ। ସାମ୍ୟବାଦୀ ଚିନ୍ତା କେବଳ ସମାଜରେ ଦାରିଦ୍ର୍ୟ ଦେଖିକରି ହିଁ ମୋତେ ଆଲୋଡିତ କରିଥିଲା ଏବଂ ଅଧ୍ୟାମତ୍ବାଦୀ ହେବାର ତାହା ହିଁ ଉଦ୍ଦେଶ୍ୟ। କାରଣ ପ୍ରକୃତରେ ସମାଜରୁ ଦାରିଦ୍ର୍ୟ ଦୂରୀକରଣ କେବେହେଲେ ଆର୍ଥତ୍କ ସମାନତା ମାଧ୍ୟମରେ ସମ୍ଭବ ନୁହେଁ। କେବଳ ଅଧ୍ୟାମତ୍ ମାର୍ଗରେ ଚେତନାର ପରିବର୍ତ୍ତନ ମାଧ୍ୟମରେ ହିଁ ସମାନତା ସ୍ଥାପନ କରିହେବ ଏବଂ ତାହାହିଁ ହେବ ଦାରିଦ୍ର୍ୟ ବିଲୋପର ଏକମାତ୍ର ସମାଧାନ। ଅନ୍ୟ କୌଣସି ମାଧ୍ୟମରେ ଦାରିଦ୍ର୍ୟ ବିଲୋପ କିମ୍ବା ଏକ ସାମାଜିକ ସମାନତା ସମ୍ଭବ ନୁହେଁ।
ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପରେ ମନୋଜ ଦାସଙ୍କ ସମସ୍ତ ସାହିତ୍ୟକୃତି ସେହି ଆଦର୍ଶକୁ ହିଁ ଭିତ୍ତିକରି ଲିଖିତ। ତାଙ୍କର ଅନେକ ସାହିତ୍ୟକୃତି ପାଇଁ ସେ ଅଜସ୍ର ସମ୍ମାନ ମଧ୍ୟ ଲାଭ କରିଛନ୍ତି। ସେ ସବୁବେଳେ କୁହନ୍ତି, ସମ୍ମାନ ମୋର ନୁହେଁ, ପାଠକମାନଙ୍କର ପ୍ରାପ୍ୟ। ଥରେ ସେ କୌଣସି ସଭାରେ ଏକ ସମ୍ମାନ ଗ୍ରହଣ କଲାବେଳେ ଏକଥା ପ୍ରକାଶ କରିଥିଲେ ଯେ, ମୁଁ ସମ୍ମାନ ପାଇବାରେ କୃତଜ୍ଞ ହୁଏ ମାତ୍ର ପୁଲକିତ ହୁଏ ନାହିଁ। ଥରେ ମୋର ଜଣେ ବନ୍ଧୁ ମୋତେ ଖବର ଦେଲେ ଯେ, ମନୋଜ ଦାସଙ୍କ ନାମକୁ ପଦ୍ମଭୂଷଣ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ପଠାଇଛନ୍ତି। ତୁମ୍ଭେମାନେ ଦିଲ୍ଲୀରେ କିଛି ଚେଷ୍ଟା କଲେ ଏହା ସଫଳ ହୋଇପାରନ୍ତା। ମୁଁ ଏକ ଅତ୍ୟନ୍ତ ନିରୋଳା ଏବଂ ସହଜ ମୁହୂର୍ତ୍ତରେ ଏହି କଥା ମନୋଜ ଦାସଙ୍କୁ ଜଣାଇବାରୁ ସେ ହସିଲେ ଏବଂ କହିଲେ- ସମ୍ମାନ, ପୁରସ୍କାର ସବୁକୁ କ’ଣ ଚେଷ୍ଟା କରି ଅଣାଯାଏ? ଏବଂ ପୁଣି କହିଲେ, ସେ ଦାୟିତ୍ୱ ଅନ୍ୟମାନେ ନିଅନ୍ତୁ। ଯଦି ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ଭାବରେ ବିଚାର କରାଯାଏ ତେବେ ମନୋଜ ଦାସ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ। ଯେତେବେଳେ କୌଣସି ଏକ ସମାବେଶରେ ଆମ୍ଭେମାନେ ଏ ମତ ଦେଲୁ କି ଆପଣ ନୋବେଲ ପାଇବା ପାଇଁ ଆମେ ଅପେକ୍ଷା ରଖିଛୁ, ମନୋଜ ଦାସ ସଙ୍ଗେ ସଙ୍ଗେ କହିଲେ ତୁମର ଏହି ମନ୍ତବ୍ୟ ତ ନୋବେଲଠାରୁ ଅଧିକ ମୂଲ୍ୟବାନ୍‌।
ବିବର୍ତ୍ତନ ଧାରାରେ ମନୁଷ୍ୟ ଯେ ସୃଷ୍ଟିର ଅନ୍ତିମ ପର୍ଯ୍ୟାୟ ନୁହେଁ ଶ୍ରୀଅରବିନ୍ଦଙ୍କର ଏହି ସିଦ୍ଧାନ୍ତକୁ ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଏବଂ ମନୁଷ୍ୟ ପରେ ବିବର୍ତ୍ତନ ଧାରାରେ ହିଁ ମନୁଷ୍ୟ ତା’ର ପରବର୍ତ୍ତୀ ପାବଚ୍ଛ ଅତିମାନବକୁ ଉନ୍ନୀତ ହେବ ଏବଂ ତାହାହିଁ ମନୁଷ୍ୟର ସମସ୍ତ ଦୁଃଖ, ଦୈନ୍ୟ, ଯନ୍ତ୍ରଣା ପ୍ରଭୃତିର ଏକମାତ୍ର ସମାଧାନ ଏ କଥା ସେ ବାରମ୍ବାର ନିଜର ବକ୍ତୃତା ତଥା ରଚନା ମାଧ୍ୟମରେ ପ୍ରକାଶ କରୁଥିଲେ। ମନୋଜ ଦାସ ବାସ୍ତବରେ ସାଧାରଣ ମନୁଷ୍ୟ ସମାଜର ପ୍ରତିନିଧି ଭାବରେ ସେହି ସମାଜର ସମସ୍ତ ସମସ୍ୟାର ସମାଧାନ ଖୋଜି ଶେଷରେ ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଦର୍ଶକୁ ଆନନ୍ଦରେ ଗ୍ରହଣ କରିଥିଲେ। ଗୋଟିଏ ସଚ୍ଚା ଅଧ୍ୟାମତ୍ବାଦୀ ହିଁ ସାମ୍ୟବାଦର ବାସ୍ତବ ରୂପାୟନ କରିପାରିବେ- ଏ କଥାକୁ ସେ ଖୁବ୍‌ ଦୃଢ଼ତାର ସହ ନିଜ ଜୀବନରେ ପ୍ରତିପାଦିତ କରିପାରିଥିଲେ। ସେଇ ପବିତ୍ର ଆମତ୍ାଙ୍କ ନିକଟରେ ମୋର କୃତଜ୍ଞତା।
– ମାତୃଭବନ,କଟକ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ବେଢ଼ାରେ ଗଜାନନ

ଶ୍ରୀମନ୍ଦିର  ପଶ୍ଚିମ ପାର୍ଶ୍ୱରେ ଥିବା ସାକ୍ଷୀଗୋପାଳ ମନ୍ଦିର ନିକଟରେ ରହିଛି କାଞ୍ଚତ୍ ଗଣେଶ ମନ୍ଦିର। କାଞ୍ଚତ୍ ଗଣେଶଙ୍କୁ ତନ୍ତ୍ର ଗଣେଶ ମଧ୍ୟ କୁହାଯାଏ। ଭିତରଛୁ ମହାପାତ୍ର...

ଶକ୍ତ ବିରୋଧୀ, ସଶକ୍ତ ଗଣତନ୍ତ୍ର

ବିଗତ ଦିନରେ ଦେଶରେ ଏପରି କିଛି ଘଟଣା ଘଟିଛି, ଯାହା ଏନ୍‌ଡିଏ ୩.୦ ସରକାରଙ୍କ ଅସହାୟତାକୁ ପଦାରେ ପକାଇଛି। ଏହି ନିରୁପାୟ ଶକ୍ତ ବିରୋଧୀ ଦଳ...

ନିବେଶ ଲକ୍ଷ୍ୟରେ ଭଜନଲାଲ

ଡିସେମ୍ବର ୯ରୁ ୧୧ ଜୟପୁରରେ ‘ରାଇଜିଂ ରାଜସ୍ଥାନ’ ବୈଶ୍ୱିକ ନିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଇଏଏସ୍‌ ଅଧିକାରୀଙ୍କ ଗୋଟିଏ ଟିମ୍‌ ସାରା...

ଗୃହ ବିଦ୍ୟାଳୟ

ଆଜି ସବୁଠି ଅଭିଯୋଗ ଯେ ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲା ନିଜ ନାଁ ବି ଠିକ୍‌ ସେ ଲେଖି ପାରୁନି ଏବଂ ହାଇସ୍କୁଲରେ ପାଠ ପଢୁଥିବା...

ଓ୍ବିମ୍ବେଲଡନରେ ଜଳବାୟୁ ପ୍ରତିବାଦ

ଜଳବାୟୁ ପ୍ରଦର୍ଶନକାରୀମାନେ ୱିମ୍ବେଲଡନ ଟେନିସ୍‌ ପ୍ରତିଯୋଗିତାରେ ବାଧା ସୃଷ୍ଟି କରିଥିଲେ। ସେମାନେ ପ୍ରସିଦ୍ଧ ଚିତ୍ରକଳାକୁ ସୁରକ୍ଷା ଦେଉଥିବା ଗ୍ଲାସ୍‌ ଉପରକୁ ଟମାଟୋ ସସ୍‌ ପକାଇଥିଲେ। ଏହାସହ...

କଠୋର ଦଣ୍ଡବିଧାନ ଲୋଡ଼ା

ନାରୀଶକ୍ତିର ଦୁରବସ୍ଥା ଆଜି ଖବରକାଗଜ, ଟେଲିଭିଜନ ଖୋଲିଲେ ଜଣାପଡ଼େ। ୨୦୧୨ମସିହାରେ ନୂଆ ଦିଲ୍ଲୀ ରାଜରାସ୍ତାର ଚଳନ୍ତା ବସ୍‌ରେ ଘଟିଥିବା ନାରକୀୟ କାଣ୍ଡ ସମଗ୍ର ସଭ୍ୟସମାଜରେ ହଇଚଇ...

ଗୁରୁ ଚିର ନମସ୍ୟ

ଦେଶର ଅଗଣିତ ଶିଶୁମାନଙ୍କୁ ଶିକ୍ଷାଦାନ କରି ଜଣେ ସୁନାଗରିକ କରିବାରେ ଗୁରୁମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମାଜରେ ଯଥେଷ୍ଟ ଉପରେ ରହିଛି। ଆମ ପୁଣ୍ୟ ଭୂମି...

ଗାନ୍ଧିଜୀଙ୍କ ଅନୁସୃତ ଚିକିତ୍ସା ପଦ୍ଧତି

ମନୁଷ୍ୟ ଶରୀର ପଞ୍ଚଭୂତରୁ ସୃଷ୍ଟି। ସେଗୁଡ଼ିକ ହେଉଛି- ଅଗ୍ନି, ବାୟୁ, ଜଳ, ଆକାଶ ଓ ପୃଥିବୀ। ତେଣୁ ମାଟି, ପାଣି, ବାୟୁ, ଆଲୋକ ଓ ଉତ୍ତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri