ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ ଅନୁସାରେ ରୋହିଣୀ ନକ୍ଷତ୍ର (ମେ ୨୨- ଜୁନ ୭) ପ୍ରଚଣ୍ଡ ଖରାରେ ଧରାପୃଷ୍ଠକୁ ତତାଇ ଦିଏ। ସେହିପରି ମୃଗଶିରା(ଜୁନ ୭- ଜୁନ୨୦) କାଳବୈଶାଖୀର ପ୍ରଭାବରେ ଧରାପୃଷ୍ଠ ମାତିଉଠେ। ଠିକ୍‌ ସେମିତି ମୌସୁମୀ ଆଗମନରେ ଆରଦ୍ରା ନକ୍ଷତ୍ର( ଜୁନ ୨୧-ଜୁଲାଇ ୩) ଝିପିଝିପି ବର୍ଷାରେ ଜମି ଚାଷ ଉପଯୋଗୀ ହୋଇ ବୁଣା ବିହନକୁ ଅଙ୍କୁରୋଗ୍ଦମ କରି ସବୁଜିମା ଆଣିଦିଏ। ଓଡିଶାର ଭାତହାଣ୍ଡି କୁହାଯାଉଥିବା ସୁବର୍ଣ୍ଣପୁର ଜିଲାର ଚାଷୀକୂଳ ମାସ, ବର୍ଷ, ତିଥି ବା ତାରିଖ ଉପରେ ନିର୍ଭର ନକରି ପାରମ୍ପରିକ ନକ୍ଷତ୍ର ଗଣନା ଉପରେ ବିଶ୍ୱାସ ରଖି ଚାଷ କରିଥାନ୍ତି। ଚଳିତ ଖରିଫ ଋତୁରେ ଚାଷ ପାଇଁ ଚାଷୀ ତତ୍ପର ଥିବାବେଳେ ନକ୍ଷତ୍ର ଗଣନାକୁ ନେଇ ଆଗେଇ ନେଉଛି ଚାଷ। ଏହିକ୍ରମରେ ଉଲୁଣ୍ଡା ବ୍ଲକରେ ଚାଷୀ ଆରଦ୍ରା ନକ୍ଷତ୍ରରେ ବତୁରି ପାଗର ସୁଯୋଗ ନେଇ ଧାନ ବୁଣା ଆରମ୍ଭ କରିଛି। ମୌସୁମୀ ଆଇବାରେ ଡେରି ହେଲେ ବି ମଝି ମଝିରେ ହେଇଥିବା କାଳବୈଶାଖୀ ବର୍ଷା ଲାଗି ଠିକ ସମିଆରେ ବତରି ଧାନବୁନା ଜୋରସୋରରେ ଚାଲିଛେ ବୋଲି ଗୌଡଗଁାର ଚାଷୀ ସତ୍ୟନାରାୟଣ ପାଣିଗ୍ରାହୀ କହିଛନ୍ତି।
ଉଲୁଣ୍ଡା କୃଷି ବିଭାଗ ତରଫରୁ ମିଳିଥିବା ସୂଚନା ମତେ, ବ୍ଲକରେ ଥିବା ସମଗ୍ର ୨୭୮୯୩ ହେକ୍ଟର ଜମିରୁ ଚଳିତ ଖରିଫ ପାଇଁ ୨୨୬୫୦ ହେକ୍ଟର ଜମିକୁ ଚାଷ ଉପଯୋଗୀ ଭାବେ ନିଆଯାଇଛି। ଏଥିରୁ ଧାନ ଚାଷ ପାଇଁ ୧୬୭୯୦ ହେକ୍ଟର, ମକା ୨୦୦, ଡାଲି ଜାତୀୟ ୩୦୦, ତୈଳବିଜ ୫୨୦, ତନ୍ତୁ ଜାତୀୟ ୬୩୦, ପରିବା ୧୧୫୦, ମସଲା ୨୫୦, ଆଖୁ ୬୦ ଏବଂ ଅନ୍ୟାନ୍ୟ ଫସଲ ୩୬୦ ହେକ୍ଟର ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେବେ ଉଲୁଣ୍ଡା ବ୍ଲକର ଚାଷୀ ଧାନକୁ ମୁଖ୍ୟ ଫସଲ ଭାବେ ଗ୍ରହଣ କରୁଥିବା ହେତୁ ବିଭାଗ ପକ୍ଷରୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ବ୍ଲକ ପାଇଁ କଲିଙ୍ଗ ୧୦୦ କୁଇଣ୍ଟାଲ, ଖଣ୍ଡଗିରି ୪୦୦, ଲଲାତ ୩୦୦, ସହଭାଗୀ ୩୦୦, ସଦାବ୍ଦି ୪୦୦, ଭୂବନ ୩୦୦, ସିଦ୍ଧାନ୍ତ ୧୦୦, ଜୋଗେଶ ୧୦୦, କାଦମ୍ବିନୀ ୧୦୦, ନବିନ ୧୦୦, ଚନ୍ଦନ ୧୦୦, ଏମଟିୟୁ – ୧୦୧୦ ୮୦୦, ୧୦୦୧ ବିହନ ୧୨୦୦, ପୂଜା ୧୦୦୦, ସ୍ବର୍ଣ୍ଣ ୧୭୦୦, ଆରଜିଏଲ-୨୫୩୮ ୧୦୦, ସତ୍ୟକ୍ରିଷ୍ଣା ୧୦୦, ପ୍ରତିକ୍ଷା ୧୦୦, ଗିତାଞ୍ଜଳି ୧୦୦, ତପସ୍ବିନୀ ୧୦୦, ମାନସ୍ବିନୀ ୧୦୦, ତେଜସ୍ବିନୀ ୧୦୦, ସୁନିତା ୧୦୦, ଜୟଦେବ ୧୦୦, ରାନି ୧୦୦ କୁଇଣ୍ଟାଲ ଧାନ ବିହନର ଆବଶ୍ୟକତା ଥିବା କୃଷି ବିଭାଗ ପକ୍ଷରୁ ନିର୍ଦ୍ଧାରଣ କରାଯାଇଛି। ସେହିପରି ମୁଗ ଚାଷ ପାଇଁ ପିଡିଏମ ୫୪ ୧୦ କୁଇଣ୍ଟାଲ, ଆପିଏମ୧୪ ୨୦ କୁଇଣ୍ଟାଲ, ବିରିଟି୯ ୫ କୁଇଣ୍ଟାଲ, ଶାରଳା ୫ କୁଇଣ୍ଟାଲ, ଅରହର ୩୦କୁଇଣ୍ଟାଲ, ବାଦାମ ୬୦କୁଇଣ୍ଟାଲ, ଶୋରିଷ ଓ ଧନିଚା ୩୦ କୁଇଣ୍ଟାଲ ଏହିପରି ସମୁଦାୟ ଚାଷ ପାଇଁ ୭୮୬୦ କୁଇଣ୍ଟାଲ ବିହନର ଆବଶ୍ୟକତା ଥିବା ସୂଚିତ କରାଯାଇଛି। ତେବେ ଚାଷୀକୁ ସରଳ ଓ ସହଜ ଉପାୟରେ ବିହନ ଯୋଗାଇଦେବା ପାଇଁ ବ୍ଲକରେ ଥିବା ୧୧ ଗୋଟି ପ୍ୟାକ୍ସ ଓ ୧୨ ଗୋଟି ବେସରକାରୀ ବିହନ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଗଣପତି ସିଡ୍‌ସ ୩୫୦, ପର୍ଡିଆ ସିଡ୍‌ସ ୨୨୪, ପଞ୍ଚଜନ୍ୟା ଗ୍ରୁଫ ସିଡ୍‌ସ ୪୯୧, ଜୟ ବଜରଙ୍ଗବଳି ସିଡ୍‌ସ ୧୩୦, ଦାଶରଥ ମହାକୁର ସିଡ୍‌ସ ୨୨୫ ଏବଂ ଗୌରିଶଙ୍କର ପାଣ୍ଡିଆ ସିଡ୍‌ସ ୪୦ କୁଇଣ୍ଟାଲ ଧାନ ବିହନ ଆଣିଛନ୍ତି। ସେହିପରି ମହଦା ପିଏସିଏସ ୧୦୭ କୁଇଣ୍ଟାଲ ବିହନ ଆଣିଥିବା ଜଣାଯାଇଛି। ତେବେ ବ୍ଲକରେ ଥିବା ପଞ୍ଚମହଲା,ନିମ୍ନା, ବିଶିପଡା, ଉଲୁଣ୍ଡା, ଚଡେଇପଙ୍କ, କୋଟସମଲାଇ, ଏସ. ପତ୍ରାପାଲି, ରକ୍ସା, କଲାପଥର ଏବଂ ଜାଲୋଏ ପ୍ରଭୃତି ପିଏସିଏସ ଚଳିତ ବର୍ଷ ଧାନ ବିହନ ବିକ୍ରି ପାଇଁ ଆଣିନାହାନ୍ତି। ଅନ୍ୟପକ୍ଷେ ଏହିସବୁ ପିଏସିଏସ ପ୍ରତି ଜିଲା ପ୍ରଶାସନର ଲଗାମ ନ ଥିବାରୁ ଏହା ଉପରେ ଭରଶା ରଖି ଚାଷ କରୁଥିବା ଚାଷୀଙ୍କ ସମସ୍ୟା ଦ୍ୱିଗୁଣିତ ହେଉଛି। ତେଣୁ ଅଞ୍ଚଳର ଚାଷୀ ସରକାରୀ ବିହନ ଉପରେ ଭରସା ନରଖି ପାରମ୍ପରିକ ଦେଶି ବିହନ ବ୍ୟବହାର କରୁଥିବା ଦେଖାଦେଇଛି। ସେହିପରି ଅଣଧାନ ଫସଲର ବିହନ କେଉଁଠୁ ମିଳିବ ସେନେଇ ଅଞ୍ଚଳର ଚାଷୀ ସନ୍ଦିହାନ ଅଛନ୍ତି। ତେବେ ଏ ନେଇ ପଚରାଯିବାରୁ ଅଣଧାନ ଫସଲ ବିହନ ଚାଷୀମାନଙ୍କୁ ଉପଯୁକ୍ତ ସମୟରେ ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଏଏଓ ରାକେଶ କୁମାର ମାଝୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri