ଅସୁରକ୍ଷିତ ଅବସ୍ଥାରେ ମିନାବଜାର

ବ୍ରହ୍ମପୁର ଅଫିସ,୨୮ା୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ସରିବାକୁ ଦୁଇଦିନ ବାକି ରହିଛି। ଦେଶୀ ବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ, ସାନବଜାର, ବଡ଼ବଜାର, ଗିରି ମାର୍କେଟ, ସବ୍‌ରେଜିଷ୍ଟ୍ରାର ଅଫିସ, ରାମଲିଙ୍ଗମ୍‌ ଟ୍ୟାଙ୍କ ରୋଡ, ସତ୍ୟ ନାରାୟଣ ମନ୍ଦିର ରାସ୍ତା, ଅନ୍ନପୂର୍ଣ୍ଣା ମାର୍କେଟ, ଗୌତମ ସିନେମା ହଲ ରାସ୍ତା, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ରାସ୍ତା ପ୍ରଭୃତିରେ ସନ୍ଧ୍ୟା ହେବା କ୍ଷଣି ଲୋକାରଣ୍ୟ ହୋଇପଡ଼ୁଛି। ମିନା ବଜାରଗୁଡ଼ିକ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ରହିଛି। ଭିଡ଼ ଫାଇଦା ନେବାକୁ ଯାଇ ଅସାମାଜିକ ଯୁବକମାନେ ଗଣ୍ଡଗୋଳ ଘଟାଉଛନ୍ତି।

ବେଳେ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ଲୋକଙ୍କ ଧନଜୀବନ ସୁରକ୍ଷା ଦେବାରେ ପୋଲିସ ଏକପ୍ରକାର ବିଫଳ ହୋଇଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଜିଲା ପ୍ରଶାସନ ପକ୍ଷରୁ ଅନୁମତି ପାଇଥିବା କହି ମିନା ବଜାର ସଂସ୍ଥା ମାଲିକମାନେ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଟ୍ରାଫିକ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ମିନା ବଜାରଗୁଡ଼ିକ ସହର ବାହାରେ ଖୋଲାଯିବା କଥା। ହେଲେ ସେହି ନିୟମ ଏଠାରେ ଲାଗୁ ହେଉନାହିଁ। ମିନା ବଜାର ପରିସରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ ନିୟମ ମୁତାବକ ହୋଇ ନ ଥିବା ଅଭିଯୋଗ ହେଉଛି। ମିନା ବଜାରକୁ ଆସୁଥିବା ଲୋକମାନେ ପାର୍କିଂ ସୁବିଧା ନ ପାଇ ରାସ୍ତା କଡ଼ରେ ଗାଡ଼ି ରଖୁଛନ୍ତି। ଫଳରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତା ପୂରା ଜାମ୍‌ ରହୁଛି। ଏନେଇ ଅଭିଯୋଗ କଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। କେତେକ ଅସାମାଜିକ ବ୍ୟକ୍ତି ପୋଲିସକୁ ହାତ କରି ରାସ୍ତା କଡ଼ରୁ ପାର୍କିଂ ଆଳରେ ଚାନ୍ଦା ଆଦାୟ କରୁଛନ୍ତି। ଗୋଟିଏ ପଟେ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ଅନ୍ୟପଟେ ରାମଲିଙ୍ଗମ ପୋଖରୀ ରାସ୍ତା ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏଭଳି ସ୍ଥିତିରେ ଏହି ରାସ୍ତା କଡ଼ରେ ଯାନବାହନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଟ୍ରାଫିକ ସମସ୍ୟା ଓ ଲୋକଙ୍କ ସୁରକ୍ଷାକୁ ନେଇ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି କୁହନ୍ତି, ମିନା ବଜାର ପାଇଁ ଅନୁମତି ମିଳିଥିବା କଥା ସେ ଶୁଣିଛନ୍ତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ ସହ ୩ୟ ଓ ୪ର୍ଥ ପର୍ଯ୍ୟାୟ ମତଦାନ ପାଇଁ ଜିଲାରୁ ୩୦୦ କନଷ୍ଟେବଳ ଓ ୫ ଥାନାଧିକାରୀ ପୁରୀ ଓ କେନ୍ଦ୍ରାପଡ଼ା ଅଞ୍ଚଳକୁ ଡ୍ୟୁଟିରେ ଯାଇଛନ୍ତି। ଆମ ପାଖରେ ଥିବା ଓଆର କନଷ୍ଟେବଳ ଓ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟରଙ୍କୁ ନେଇ ମା’ଙ୍କ ଯାତ୍ରାସ୍ଥଳ ଓ ଅନ୍ୟ ଅଞ୍ଚଳରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟାର ସମାଧାନ କରାଯାଉଛି। ମିନାବଜାର ଯୋଗୁ ଟ୍ରାଫିକ ସମସ୍ୟା ଯଦି ଗୁରୁତର ହେବ ତା’ହେଲେ ସେ ଦିଗରେ ବିକଳ୍ପ ପଦକ୍ଷେପ ସ୍ବରୂପ ଏହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ। ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ପଣ୍ଡା କୁହନ୍ତି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମିନା ବଜାର ସଂସ୍ଥା ମାଲିକମାନଙ୍କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କଡ଼ାକଡ଼ି ଭାବେ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ପରେ ଉପଜିଲାପାଳ ଦିଗନ୍ତ ରାଉତରାୟ କୁହନ୍ତି, ବ୍ରହ୍ମପୁରରେ ଖୋଲିଥିବା ତିନୋଟି ମିନା ବଜାରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବ୍ରହ୍ମପୁର ତହସିଲଦାରଙ୍କ ନେତୃତ୍ୱରେ ଟିମ୍‌ ଯାଞ୍ଚ କରି ତା’ର ରିପୋର୍ଟ ଉପଜିଲାପାଳଙ୍କ ନିକଟରେ ଦାଖଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା କୋଠାଘର

ଛତ୍ରପୁର, ୧୭।୧୦ (ଦିଲ୍ଲୀପ ସାମଲ): ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ...

ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ ।...

ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ପଟିଗୁଡ଼ା...

ବାଇକ୍‌ ଚଳାଇ ଆସୁଥିବାବେଳେ ହଠାତ୍‌ ପଡ଼ିଗଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୧୬ା୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଓଡ଼ାସିଙ୍ଗି ଗ୍ରାମ ନିକଟରେ ବୁଧବାର ସାରେ ପ୍ରାୟ ସାଢ଼େ ୬ ଟାରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ...

ପୁରୁଷୋତ୍ତମପୁର ଚଳଚଞ୍ଚଳ: ଚାନ୍ଦି ଗହଣାରେ ସଜେଇ ହେଇ ପୂଜା ପାଉଛନ୍ତି ମା’ ଧନଦାତ୍ରୀ

ପୁରୁଷୋତ୍ତମପୁର,୧୬ା୧୦(ସୀମାଞ୍ଚଳ ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ ଧନଦାତ୍ରୀ ତଥା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲା ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇଉଠିଥିବାବେଳେ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

ନବୀନଙ୍କ ଜନ୍ମଦିନରେ ସମୁହ ଦୀପଦାନ

ଛତ୍ରପୁର,୧୬।୧୦(ଦିଲ୍ଲୀପ ସାମଲ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି। ବୁଧବାର ତାଙ୍କ ଜନ୍ମଦିନ ।...

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri