ବିପଦ ଆସୁଛି ମାଡ଼ି, ବୁଡ଼ିଯିବ ଉପକୂଳ ସହର…

ବେଜିଂ,୬।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱତାପନ ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ମେରୁ ଅଞ୍ଚଳରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାର ପ୍ରଭାବରେ ସମୁଦ୍ର ଜଳସ୍ତର ୧୯୫୧ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଛି। ଏହିଧାରା ଜାରି ରହିଲେ ୨୦୫୦ ବେଳକୁ ବହୁ ଉପକୂଳ ସହର ସମୁଦ୍ରରେ ବୁଡ଼ିଯିବ ବୋଲି ଚାଇନାର ଲାନଝୋଉ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗବେଷକ ଦଳର ନେତୃତ୍ୱ ନେଉଥିବା ଭୂବିଜ୍ଞାନୀ ଶିଆଓକିଙ୍ଗ୍‌ ପେଙ୍ଗ୍‌ କହିଛନ୍ତି ଯେ, ବିଶ୍ୱତାପନ ବଢ଼ିବା ଯୋଗୁ ପ୍ରତିବର୍ଷ ମେରୁ ଅଞ୍ଚଳର ୫୩ ହଜାର ବର୍ଗ କିଲୋମିଟର ବରଫ ତରଳୁଛି। ୨୦୨୦ ବିଶ୍ୱର ସବୁଠାରୁ ଅଧିକ ଉତପ୍ତ ବର୍ଷ ରହିଥିବା ନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ତାପମାତ୍ରା ଧୀରେଧୀରେ ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିବାରେ ଲାଗିଛି। ୧୯୭୯ରୁ ୨୦୧୬ ମଧ୍ୟରେ ତରଳିଥିବା ବରଫ ଦ୍ୱାରା ବିରାଟ ହ୍ରଦ ସୃଷ୍ଟି ହୋଇପାରିଥାନ୍ତା। ୩୦ ବର୍ଷ ପରେ ଏହାଯୋଗୁ ପୃଥିବୀର ୪୦ ପ୍ରତିଶତ ଲୋକେ ପ୍ରଭାବିତ ହେବେ ବୋଲି ପେଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri